ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଖୋର୍ଦ୍ଧା ମଣ୍ଡଳ ଅଧିନସ୍ଥ ସମସ୍ତ କାଜୁ ଚାରା ଉତ୍ପାଦନ କେନ୍ଦ୍ର ଗ୍ରସ୍ତ କରିଥିଲେ l ଆଗାମୀ ମୋୖସୁମୀ ବର୍ଷା ର ପ୍ରକୃଷ୍ଟ ସମୟ ବେଳକୁ କିପରି ଚାରା ଲକ୍ଷ୍ୟ ଧାର୍ଯ୍ୟ ପୁରଣ କରିପାରିବ ସେ ସମ୍ବଦ୍ଧରେ ରେ କର୍ମଚାରୀ ମାନଙ୍କୁ ଉପଦେଶ ଦେଇଥିଲେ l ଚଳିତ ବର୍ଷ ଖୋର୍ଦ୍ଧା ମଣ୍ଡଳ ଅଧିନରେ ଥିବା ସମସ୍ତ ଚାରା ଉତ୍ପାଦନ କେନ୍ଦ୍ର ସେମାନଙ୍କ ର ଧାର୍ଯ୍ୟ ହୋଇଥିବା କାଜୁ ଚାରା ଉତ୍ପାଦନ କରିପାରିବେ ବୋଲି ଏହା ଅଧ୍ୟକ୍ଷ ଙ୍କ ର ହୃଦବୋଧ ହୋଇଛି l ଏହି ଗ୍ରସ୍ତ ସମୟରେ ଖୋର୍ଦ୍ଧା ମଣ୍ଡଳ ଅଧିନରେ ଭୂଇଁ ପୁର ପରେ ନୂତନ ଭାବେ ହୋଇଥିବା କାଜୁ ବଗିଚାକୁ ପରିଦର୍ଶନ କରିଥିଲେ l ଗଛ ଗୁଡ଼ିକ ହୃଷ୍ଟ ପୃଷ୍ଟ ଥିବା ଦେଖିବାକୁ ପାଇ ସନ୍ତୋଷ ବ୍ୟକ୍ତ କରିଥିଲେ l ଭବିଷ୍ୟତରେ ଏହି ବଗିଚା ଟି ନିଗମର ସ୍ବତନ୍ତ୍ର ଆୟକରୀ ବଗିଚା ରୂପେ ପରିଗଣିତ ହେଵ ବୋଲି କହିଛନ୍ତି l
ଉକ୍ତ ଗ୍ରସ୍ତ ସମୟରେ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାସ ଙ୍କ ଚେଷ୍ଟା ଓ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ସହଯୋଗ ପାଇଁ ନିଗମ ଅଧୀନରେ ଥିବା ଲହଙ୍ଗା ମୋୖଜା ର ପ୍ରାୟ ୨ ଏକର ଜମି ଜବର ଦଖଲକରି ମାନଙ୍କ ପାଖରୁ ଫେରସ୍ତ ଆସି ପାରିଛି l ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାସ ଉକ୍ତ ଅଞ୍ଚଳ ପରିଦର୍ଶନ କରିଵା ସହ ଉକ୍ତ ଜମିରେ ତୁରନ୍ତ ଟ୍ରେଞ୍ଚ ଖେଳିବା ପାଇଁ ପରିଚାଳନା ନିର୍ଦ୍ଧେଶକ ଙ୍କୁ ଆଦେଶ ଦେଇଛନ୍ତି l
ଏହି ଗ୍ରସ୍ତ ସମୟରେ ସିଜୁଆ ଚାରା ଉତ୍ପାଦନ କେନ୍ଦ୍ର ର ପ୍ରସନ୍ନ କୁମାର ସ୍ବାଇଁ ,ପିତା ପଲ୍ଲୀ ଚାରା ଉତ୍ପାଦନ କେନ୍ଦ୍ରର ସୁଦର୍ଶନ ମାଝି ,ଲହଙ୍ଗ ଚାରା ଉତ୍ପାଦନ କେନ୍ଦ୍ର ର ନିରାକାର ପଣ୍ଡା ,ନିଆଁ ମୁହାଁ ଚାରା ଉତ୍ପାଦନ କେନ୍ଦ୍ରର ରବୀନ୍ଦ୍ର ବାରିକ ଏବଂ ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ସେଠୀ ଉପସ୍ଥିତ ଥିଲେ l
ରାଜ୍ୟ
ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ଙ୍କ ଖୋର୍ଦ୍ଧା ମଣ୍ଡଳ ପରିଦର୍ଶନ
- Hits: 313