ହେଡଲାଇନସ୍:

ବାଲିକୁଦା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଅଛି ଏହି ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାୱରୀ ଯୋଗଦେଇ ଜନ ସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ l ଏହି ଶିବିରରେ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଅଖେଳେଶ୍ୱର ସିଂ ଉପସ୍ଥିତ ଥିଲେ l ଏହି ଜନ ଶୁଣାଣି ଶିବିର ରେ ମୋଟ୍ ୧୩୨ ଟି ଆବେଦନ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ ୧୧୦ ଗୋଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ,୨୨ଟି ଗ୍ରାମ ସମସ୍ୟା ଓ ଗୋଷ୍ଠି ଗତ ସମସ୍ୟା ସମ୍ପର୍କରେ ଶୁଣାଣି କରଯାଇଥିଲା l ଏହି ଶିବିର ରେ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି ,ଵି.ଡି. ଓ ଶ୍ରୀ କଲ୍ୟାଣ ସୌରଭ ଦାସ, ତହସିଲ ଦାର ଶ୍ରୀ ଅଂଶୁମାନ ଶତପଥି ,ଜିଲ୍ଲାସ୍ତରୀୟ ଅଧିକାରୀ ,ବ୍ଲକ୍ ସ୍ତରୀୟ ଅଧିକାରୀ ,କ୍ଷେତ୍ର ବିଭାଗୀୟ ଅଧିକାରୀ ସରକାରୀ ଜିଲ୍ଲାପାଳ ,ଅଭିଯୋଗ ବିଜୟଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault