ମେଳା ପରିଚାଳନା ପାଇଁ ଛଅ ଗୋଟି କମିଟି
ବରଗଡ :- ଆସନ୍ତା ୧୨/୦୫/୨୦୨୨ ରୁ ୧୬/୦୫/୨୦୨୨ ପର୍ଯନ୍ତ ଦୀର୍ଘ ପାଞ୍ଚଦିନ ବ୍ୟାପି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ପର୍ବ ତଥା ବୈଶାଖ ମେଳା ର ଆୟୋଜନ ନିମନ୍ତେ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ , ଶ୍ରୀ ଗିରିଶ କୁମାର ନାୟକ ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ବର୍ଷ ମେଳାରେ ହେବାକୁ ଥିବା ପ୍ରବଳ ଭିଡ କୁ ଆଖି ଆଗରେ ରଖି ଏହି ବୈଠକ ରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ମେଳାକୁ ସୁଚାରୁ ରୂପରେ ପରିଚାଳନା ପାଇଁ ଛଅ ଗୋଟି କମିଟି ଗଠନ କରାଯାଇଛି । ଶାନ୍ତିଶୃଙ୍ଖଳା କମିଟି , ପାନୀୟ ଜଳଯୋଗାଣ କମିଟି , ବିଦ୍ୟୁତ ସୁପରିଚାଳନା କମିଟି , ସ୍ୱାସ୍ଥ୍ୟ ସେବା କମିଟି , ସାଂସ୍କୃତିକ କମିଟି ଓ ଜାଗା ବଣ୍ଟନ କମିଟି । ଅଂଚଳର ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ନେଇ ଗଠନ କରା ଯାଇଥିବା ଏହି କମିଟି ର ସଭ୍ୟ ମାନେ ସମ୍ପୃକ୍ତ ସରକାରୀ ବିଭାଗର କର୍ମଚାରୀ ମାନଙ୍କର ସହିତ କ୍ରମାଗତ ଭାବରେ ଯୋଗାଯୋଗ ରଖି ମେଳା ପରିଚାଳନା ରେ ସହାୟକ ହେବେ । ଆଜିକାର ଏହି ବୈଠକ ରେ ପ୍ରବଳ ରୌଦ୍ରତାପ କୁ ଆଖି ଆଗରେ ରଖି ପର୍ଯପ୍ତ ପାନୀୟ ଜଳ ସହିତ ଚିକିତ୍ସା ଶିବିର ଗୁଡିକରେ ପର୍ଯପ୍ତ ପରିମାଣ ରେ ଓ ଆର ଏସ ମହଜୁଦ ରଖିବା ପାଇଁ ମଧ୍ୟ ସମ୍ପୃକ୍ତ ବିଭାଗ ଓ କମିଟି କୁ କୁହାଯାଇଛି । ମେଲାକମିଟି ବୈଠକ ପରେ ମେଳା ପାଇଁ ବ୍ୟବହାର ହେବାକୁ ଥିବା ପର୍କିଙ୍ଗ , ତଥା ବଜାର ଅଂଚଳ ବୁଲି ଦେଖିଥଲେ । ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ଉପାଞ୍ଜଳି ମାଝୀ , ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ଶ୍ରୀ ମନୋଜ କୁମାର ତ୍ରିବେଦୀ , ଶ୍ରୀ ଗୌତମ ସିଂ , ଶ୍ରୀ ଧବଳେଶ୍ବର ସାହୁ , ଶ୍ରୀ ଅଶୋକ ପାଢ଼ୀ, ଶ୍ରୀ ବିନୋଦ କୁମାର କାଳିଆ , ଶ୍ରୀ କୁସୁମ ରାଓ , ଜୟଦେବ ମଟାରି , ଚିତରଞ୍ଜନ ସରାଫ , କମଲେସ ଅଗ୍ରୱାଲ , ଶ୍ରୀ ବଡ଼ ସଥପଥୀ , ସମସ୍ତ ସାମ୍ବାଦିକ ବନ୍ଧୁ , ଅନେକ ଗଣ୍ୟମାନ୍ୟ ବକ୍ତି ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହିତ ମେଳାର ସଫଳ ଆୟୋଜନ ନିମନ୍ତେ ନିଜର ଦାଇତ୍ୱ ନିର୍ଦ୍ଧାରଣ କରିଥିଲେ ।