ହେଡଲାଇନସ୍:

ବିନା ଆଗୁଆ ସୂଚନା ଦେଇ ୨୫ ଜଣ ଶିକ୍ଷକଙ୍କ ଦରମା ବନ୍ଦ :ଶିକ୍ଷକଙ୍କ ତୀବ୍ର ପ୍ରତିକ୍ରିୟା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନାଁ ରେ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଖୋଦ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ମାନେ।ବିନା କୌଣସି କାରଣ ଦର୍ଶାଇ ଦରମା ବନ୍ଦ କରିଥିବା ଯୋଗୁଁ ଶିକ୍ଷକ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଝାରବନ୍ଧ ବ୍ଲକରେ ବରଗଡ଼ ଜିଲ୍ଲା ର ଦୂର ଦୁରାନ୍ତ ବ୍ଲକ ମାନଙ୍କରୁ ଆସି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଚାକିରୀ କରୁଛନ୍ତି,ସେମାନଙ୍କ ଦରମା ବନ୍ଦ କରିଦେବା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି।ବାହାର ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରାୟତଃ ପାଇକମାଲ ଏବଂ ଝାରବନ୍ଧରେ ଘରଭଡ଼ା ନେଇ ରୁହନ୍ତି ଏବଂ ବର୍ତ୍ତମାନ ସମୟରେ ମହଙ୍ଗା ଘରଭଡ଼ା ସାଙ୍ଗକୁ ଯାତାୟାତ ପାଇଁ ପେଟ୍ରୋଲ ଡିଜେଲ ର ଦରବୃଦ୍ଧି ଯୋଗୁଁ ମାସିକ ଦରମା ନିଅଣ୍ଟ ହେଉଛି।ବର୍ଷ ବର୍ଷ ଧରି ଅଲଗା ବ୍ଲକରେ ଚାକିରୀ କରୁଥିଲେ ସୁଦ୍ଧା ସେମାନଙ୍କୁ ନିଜ ବ୍ଳକକୁ ବଦଳି କରାଯାଉନାହିଁ, ଯେଉଁମାନେ ନିଜ ବ୍ଲକରେ ରହୁଛନ୍ତି ସେମାନଙ୍କ ସ୍ୱଳ୍ପ ଖର୍ଚ୍ଚ ହେଉଥିବା ସ୍ଥଳରେ ବାହାର ବ୍ଲକରୁ ଆସି ଚାକିରୀ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦରମା ର ସିଂହ ଭାଗ ରହିବା ଖାଇବାରେ ଖର୍ଚ୍ଚ ହେଉଛି। ଅବଶ୍ୟ ଜାଣିଶୁଣି ସୁଦ୍ଧା ସେ ସବୁକୁ ସହି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜର କର୍ତ୍ତବ୍ୟ ସୁଚାରୁ ରୁପେ ସମ୍ପାଦନ କରିଆସୁଛନ୍ତି। କିନ୍ତୁ ଚଳିତ ମାସ ଏଭଳି ୨୫ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଦେବା ଯୋଗୁଁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଦରମା ବନ୍ଦ କରିବା ପୂର୍ବରୁ ଅନ୍ତତଃ କିଛି ସୂଚନା ପ୍ରଦାନ କରାଯାଏ କିନ୍ତୁ ଝାରବନ୍ଧ ବ୍ଲକରେ ଏଭଳି କିଛି ଚିଠି କିମ୍ବା ହ୍ଵାଟ୍ସଆପ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇନଥିଲା।ଯେତେବେଳେ ଶିକ୍ଷକ ମାନେ ଅନ୍ୟ ଶିକ୍ଷକ ମାନଙ୍କ ଦରମା ଟଙ୍କା ଜମା ହେବାପରେ ନିଜର ହୋଇନଥିବା ଜାଣିଲେ ସେତେବେଳେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏକ ଓଉପଚାରିକ ଚିଠି କରି ନିଜ କାମ ସାରିଦେଲେ।୬ ତାରିଖରେ ବିଲ ହେଲାପରେ ୮ ତାରିଖରେ ଚିଠି ଲେଖାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ ପ୍ରାନ ନମ୍ବର ନ ଥିବାରୁ ପାଇକମାଲ ଟ୍ରେଜେରୀ ଅଫିସ ଦରମା ହେଇପାରିବ ନାହିଁ ବୋଲି ମନା କରିଦେଇଛନ୍ତି। ପ୍ରାନ ନମ୍ବର ବର୍ତ୍ତମାନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ହେଉଛି ଶିକ୍ଷକ ମାନେ ଚାହିଁଲେ ମଧ୍ୟ ତାହା କରିପାରିବେ ନାହିଁ କିନ୍ତୁ ନିଜ ଦୋଷ ଦୁର୍ବଳତାକୁ ପ୍ରକାଶ ନ କରି ନୀରିହ ଶିକ୍ଷକ ମାନଙ୍କ ଉପରେ ଅତ୍ୟାଚାର ପୂର୍ବକ ଦରମା ବନ୍ଦ କରିବାକୁ ପଛାଉନାହାନ୍ତି ସରକାରୀ ବାବୁ।ଏହି ନିଷ୍ପତ୍ତିକୁ ଝାରବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଉପସଭାପତି ଦିବସ କୁମାର ସାହୁ ତୀବ୍ର ବିରୋଧ କରିବା ସହ ସମସ୍ତଙ୍କ ଦରମା ପ୍ରଦାନ କରିବା ନିମନ୍ତେ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

0
0
0
s2sdefault