ବରଗଡ :- ବରଗଡ ଜିଲ୍ଲା , ପଦ୍ମପୁର ଉପ ଖଣ୍ତ ଲଖମରା ଠାରେ ପାଇକମାଲ ବ୍ଲକ ପ୍ରଶାସନ ତରଫରୁ ଏକ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ର ଆୟୋଜନ , ଲଖମରା କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା।ଉଦଘାଟନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ବିଜୟ ମିଶ୍ର ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଯୋଗଦାନ କରି ଏହି ମେଳାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ , ଗୋଷ୍ଠି ଉନ୍ନୟନ ଅଧିକାରୀ ଉପାଞ୍ଜଳି ମାଝୀ,ଜିଲ୍ଲା ପରିଷଦ ସଦସ୍ୟା ବାସନ୍ତୀ ବାଲମ,ଲଖମରା ସରପଞ୍ଚ ସୁବାଷ ଝଗରା,ସମିତି ସଭ୍ୟା ଶିବାନୀ ଲୁହାର , ଆରବିଏସକେ ମେନେଜର ରାକେଶ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ।ଏହି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବାସ୍ଥ୍ୟ ସଚେତନ କରାଯାଇଥିଲା । ଡା.ଶୁଭେନ୍ଦୁ ମେହେର,ଡା.ଦୀପକ କୁମାର,ଡା.ଗୀତାପିୟୁଷ ମିଶ୍ର,ଡା.ଅସିତ ପୁଞ୍ଜି,ଡା.ସିଦ୍ଧାର୍ଥ ଶେଖର ତ୍ରିପାଠୀ,ଡା.ସୌମ୍ୟରଞ୍ଜନ ଦାଶ,ଡା.ସୁଦୀପ୍ତ ସାହୁ,ଡା.ରାକେଶ ସାହୁ,ଡା.କୋଶଳ ନାୟକ,ଡା.ଭାରତୀ ଗିରି,ଡା.ପ୍ରିୟଙ୍କା ଜାଲ,ଡା.ସରୋଜ ସେଟ ଯୋଗଦାନ କରି ବିଭିନ୍ନ ଅଞ୍ଚଳରୁ ଆସିଥିବା ରୋଗୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ଉପଯୁକ୍ତ ପରାମର୍ଶ ଦେବା ସହିତ ରୋଗୀମାନଙ୍କୁ ମାଗଣାରେ ଔଷଧ ବିତରଣ ମଧ୍ୟ କରାଯାଇଥିଲା ।ଶିବିରରେ ସର୍ବମୋଟ ୪୫୩ ଜଣ ରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ସର୍ବ ପୁରାତନ ଯୋଗ ପଦ୍ଧତି ଦ୍ୱାରା ରୋଗରୁ ମୁକ୍ତି ପାଇବା ପାଇଁ , ବିଶିଷ୍ଟ ଯୋଗ ଶିକ୍ଷକ ଶ୍ରୀ ନିମାଇଁ ବାରିକ ମେଳାରେ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଏହି ମେଳାରେ ପାଇକମାଲ ବ୍ଲକର ସମସ୍ତ ଆଶା,ଅଙ୍ଗନବାଡି ଓ ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ରହି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ସହାୟକ ହୋଇଥିବା ବେଳେ , କଲେଜର ଯୁବ ରେଡକ୍ରସୟୁନିଟ, ସମସ୍ତ ଛାତ୍ରଛାତ୍ରୀ ,ଅଧ୍ୟାପକ ଅଧ୍ୟାପିକା,ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଏ ପରିପ୍ରେକ୍ଷୀରେ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ପୃଷ୍ଟିକର ଖାଦ୍ୟ ସଂପର୍କିତ ପ୍ରଦର୍ଶନୀ ର ଆୟୋଜନ କରାଯାଇ ସରକାର ଙ୍କର ବିଭିନ୍ନ ଯୋଜନା ବାବଦରେ ଆଲୋକ ପାତ କରାଯାଇଥିଲା ।
ରାଜ୍ୟ
ଉପାନ୍ତ ଅଂଚଳରେ ମେଗା ସ୍ବାସ୍ଥ୍ୟ ଶିବିର:ଉପକୃତ ହେଲେ ୪୫୩ ଜଣ ହିତାଧିକାରୀ
- Hits: 725