ହେଡଲାଇନସ୍:

ଆମ୍ରି ହସ୍ପିଟାଲସରେ ଅଗ୍ନିଶମ ସେବା ସପ୍ତାହ ପାଳନ ଓ ଫାୟାର ମକ ଡ୍ରିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଅଗ୍ନିଶମ ସେବା ସପ୍ତାହ ଅବସରରେ ଆମ୍ରି ହସ୍ପିଟାଲସ ଭୁବନେଶ୍ୱର ପରିସରରେ ଅଗ୍ନି ବିପର୍ଜୟ ମୁକାବିଲା କାର୍ଯ୍ୟକ୍ରମ ତଥା ଅଗ୍ନିଶମ ଓ ବିପତ୍ତି ନିସ୍ତାରଅଭ୍ୟାସ କାର୍ଯ୍ୟକ୍ରମ (ଫାୟାର ମକ ଡ୍ରିଲ) ଆୟୋଜିତ ହୋଇ ଯାଇଛି ବୋଲି ଆମ୍ରି ହସ୍ପିଟାଲସ ର ମୁଖ୍ୟ ଶ୍ରୀମତୀ ନିଲଞ୍ଜନା ମୁଖେର୍ଜୀ ସୂଚନା ଦେଇଛନ୍ତି I
ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ଅଧକ୍ଷ, ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ (ଓଫଡ୍ରା) ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସାରା ଦେଶରେଓଡିଶାର ଅଗ୍ନିଶମ ବିଭାଗର କାର୍ଯ୍ୟ କୌଶଳକୁ ଅନୁକରଣ କରାଯାଉଛି ଏବଂ ଅନ୍ୟ ରାଜ୍ୟର ସିପାହୀ ଓ କର୍ମଚାରୀମାନେ ଆସିଓଡ଼ିଶାରେ ତାଲିମ ପ୍ରାପ୍ତ ହେଉଛନ୍ତି I ଏହିଅବସରରେ ଶ୍ରୀଯୁକ୍ତ ମାଝୀ ଆମ୍ରି ହସ୍ପିଟାଲସର କର୍ମଚାରୀ ମାନଙ୍କରଅଗ୍ନି ନିର୍ବାପନ ଓ ଉଦ୍ଧର କୌଶଳଡେମନଷ୍ଟ୍ରେସନ ଦେଖିଥିଲେ ଯେଉଁଥିରେ ଆମ୍ରି ହସ୍ପିଟାଲସ ର ୨୦୦ ରୁଅଧିକ କର୍ମଚାରୀ ଏହି ତାଲିମରେ ଅଂଶଗ୍ରହଣ କରିଥିଲେ I ଅଗ୍ନିକାଣ୍ଡ ସଂଗଠିତ ହେଲେ କିପରି ତାକୁ ନିର୍ବାପନ କରାଯିବ ଏବଂ ଉଦ୍ଧାର କାର୍ଯ୍ୟରେ କିପ୍ରକାର କୌଶଳ ଅବଲମ୍ବନ କରାଯିବ ତାହା ପ୍ରଦର୍ଶନ କରାଯାଇଥିଲା I
ଶ୍ରୀଯୁକ୍ତ ସନ୍ତୋଷ କୁମାର ପୃଷ୍ଟି, ଫାୟାର ସେଫଟି ଅଫିସର, ଆମ୍ରି ହସ୍ପିଟାଲସ, ଏ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରି କହିଥିଲେ ଯେ ଏହି ଭଳି ତାଲିମ କାର୍ଯ୍ୟକ୍ରମ ବର୍ଷ ତମାମ ଆମ୍ରି ହସ୍ପିଟାଲସରେ ଅନୁଷ୍ଠିତ ହେଉଅଛି I

0
0
0
s2sdefault