ହେଡଲାଇନସ୍:

ସାମ୍ବାଦିକ ସଙ୍ଘ ଆନ୍ଦୋଳନ ଆଗରେ ମୁଣ୍ଡ ନୂଆଁଇଲେ ଜିଲ୍ଲା ପ୍ରଶାସନ, ବିଡିଓଙ୍କ ବିରୁଦ୍ଧରେ ହେବ ଆକ୍ସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ସାମ୍ବାଦିକଙ୍କୁ ଦୁବ୍ୟବହାର କରିଥିବା ବିରିଡି ବିଡ଼ିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକ ସଙ୍ଘ ଦେଇ ଥିବା ଗଣ ଧାରଣାର ତିନି ଦିନ ପରେ ଆଲୋଚନାକୁ ଆସିଛି ଜଗତସିଂହପୁର ଜିଲ୍ଲାପ୍ରଶାସନ । ଜିଲ୍ଲାପାଳ ସଂଘର ୫ ଜଣିଆ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିବା ସହ ସମ୍ପୃକ୍ତ ବିଡ଼ିଓଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ସାମ୍ବାଦିକ ସଙ୍ଘ ଆନ୍ଦୋଳନ ଆଗରେ ଶେଷରେ ମୁଣ୍ଡ ନୂଆଁଇଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ତିନି ଦିନ କାଳ ଗଣ ଧାରଣା ପରେ ଜଗତସିଂହପୁର ଜିଲ୍ଲାପାଳ ସାମ୍ବାଦିକ ସଂଘର ୫ ଜଣିଆ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ସହ ସାମ୍ବାଦିକଙ୍କୁ ଦୂବ୍ୟବହାର କରିଥିବା ବିରିଡି ବିଡ଼ିଓ ହେମନ୍ତ ମହାନ୍ତିଙ୍କ ବିରୁଦ୍ଧରେ ସରକାରଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିରିଡି ବିଡ଼ିଓ ବିଭିନ୍ନ ପଂଚାୟତ ପ୍ରତିନିଧ୍ଵ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ସାଧାରଣ ଜନତାଙ୍କୁ ବାରମ୍ବାର ଦୁବ୍ୟବହାର କରିବା ସହ ମାର୍ଚ୍ଚ ମାସ ୩୧ ତାରିଖ ଦିନ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ଯ ଅଶାଳୀନ ବ୍ୟବହାର କରିବାକୁ ପଛାଇ ନଥିଲେ l

0
0
0
s2sdefault