ହେଡଲାଇନସ୍:

ସରକାରଙ୍କ ୫-ଟି ଅନ୍ତର୍ଗତ ଗଜପତି ଜିଲ୍ଲାର ତିନୋଟି ବ୍ଳକର ୨୫ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ୮୪ ଜଣ ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ନେତୃତ୍ବ ବିକାଶ ଓ ଡିଜିଟାଲ କୌଶଳ ଭିତ୍ତିକ ତାଲିମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦ ଏପ୍ରିଲ ୨୦୨୨ ଠାରୁ ୨୫ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ୫ ଦିନିଆ ତାଲିମ ଶିବିର ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଓସେପା ଆନୁକୂଲ୍ୟରେ ଆୟୋଜନ କରାଯାଇଛି।
ଆଜିର ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ତାଲିମ ଶିବିରର ଉଦଘାଟନ କରି ବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଲାସ ରୁମ୍ , ବିଜ୍ଞାନଗାର ଓ ଇ -ପାଠାଗାର ର ସୁବିନିଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସଙ୍ଗେ ପାରମ୍ପରିକ ପଦ୍ଧତିରେ ଓ ଇଲେକ୍ଟ୍ରୋନିକ ଓ ଡିଜିଟାଲ ପଦ୍ଧତିରେ ମିଳିତ ଭାବେ ଶିକ୍ଷା ଦାନ ଦ୍ୱାରା ଶିକ୍ଷା ଦାନ ପ୍ରକ୍ରିୟା ସରଳ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ , ପ୍ରଶାନ୍ତ କୁମାର ପ୍ରଧାନ , ଦେବଦାସ ତମରପୁ , ପି. ଶିବ କୁମାର , ସାଥ ଇ ପ୍ରୋଗ୍ରାମ ମ୍ୟାନେଜେର ରିଙ୍କୁ ଗୌଡ଼ ଓ ଏଲ. ଦିଲୀପ କୁମାର , ୟ. ଧର୍ମା ରାଓ ଓ ଲିଙ୍ଗରାଜ ପାଢ଼ୀ ପ୍ରଶିକ୍ଷକ ଭାବେ ନିୟୋଜିତ ହୋଇ ପ୍ରଶିକ୍ଷଣ କାର୍ଯ୍ୟ ଚାଲୁ ରଖିଛନ୍ତି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମିନାକ୍ଷୀ ପାଢ଼ୀ , ଇସାନଚାନ୍ଦ ଓଁକାର , ସନ୍ତୋଷ କୁମାର ଆଚରି , ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ତାଲିମ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ସବୁ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ସମ୍ପ୍ରସାରିତ ହେବାର ଯୋଜନା ଥିବା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଅଛି।

0
0
0
s2sdefault