ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ପାରାଳାଖେମୁଣ୍ଡି ଠାରେ ଆକାଂକ୍ଷା ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
ପରେ ମନ୍ତ୍ରୀ ଶ୍ରୀ ପଟେଲ ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟକୁ ପରିଦର୍ଶନରେ ଯାଇ ସେଠାରେ ଚାଲିଥିବା ଜଳଶକ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିବା ସହ
ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସଂଗଠନ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଦେଖିଥିଲେ।
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଟେଲ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସମୀକ୍ଷା ବୈଠକରେ ମୁଖ୍ୟତଃ ଆକାଂକ୍ଷା ଜିଲ୍ଲା ଭାବେ ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
ସମୀକ୍ଷା ମଧ୍ୟରେ ମୁଖ୍ୟତଃ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ , ଶିକ୍ଷା , କୃଷି ମାଇକ୍ରୋ ଏବଂ ସ୍କିଲ ଉନ୍ନତି କରଣ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ପି ଏମ୍ ଏସ୍ ବି ୱାଇ ଯୋଜନା ଓ ସୌଭାଗ୍ୟ ଯୋଜନା କାର୍ଯ୍ୟକ୍ରମ ପ୍ରଭୃତିର ଅଗ୍ରଗତି ସମ୍ପର୍କରେ ବିଭିନ୍ନ ବିଭଗୀୟ ଅଧିକାରୀ ମାନଙ୍କୁ ବିସ୍ତୃତ ଭାବେ ପଚାରି ସମୀକ୍ଷା କରିଥିଲେ। ପରେ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ହିତାଧିକାରୀ ପିଲା ମାନଙ୍କୁ ଚଷମା ଓ ବିଭିନ୍ନ ସାମଗ୍ର ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ , ମୋହନା ବିଧାୟକ ଶ୍ରୀ ଦାଶରଥୀ ଗମାଙ୍ଗ , ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ , ପାରଳା ପୌରାଧ୍ୟ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଅତିରିକ୍ତ ଜିଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ପିଡି ଡିଆରଡିଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ଜିଲ୍ଲାର ବିଭିନ୍ନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ସମୀକ୍ଷା ବୈଠକରେ ଗଜପତି ଜିଲ୍ଲାର ଏ. ସୁରିତା କଲିକାତାର ନାରାୟଣ ହସ୍ପିଟାଲରେ , ରାଇପୁର ହସ୍ପିଟାଲରେ ମେଘନାଙ୍କ ଚିକିତ୍ସା ଏବଂ ଜୟଦେବ ଆଇସ୍ପେସଟାକଲେସ କେନ୍ଦ୍ର ସରକାର ଦ୍ୱାରା ଆରବିଏସକେ ଯୋଜନାରେ ଚିକିତ୍ସା ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ସମ୍ମାନନୀତି କରିଥିଲେ।
ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଟେଲ କେରାଣ୍ଡି ପଞ୍ଚାୟତ କାର୍ଯ୍ୟାଳୟକୁ ପରିଦର୍ଶନରେ ଯାଇ ସେଠାରେ ଜଳଶକ୍ତି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସେଠାରେ ୨ଜଣ ଅଙ୍ଗନବାଡି କର୍ମୀଙ୍କୁ ସମ୍ମାନିତ କରିଥିଲେ।
ପରେ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ସାମଗ୍ରୀ ସବୁକୁ ବୁଲି ଦେଖିବା ସହ ପଚାରିଲି ବୁଝିଥିଲେ। ଏଥିରେ କେରାଣ୍ଡି ପଂଚାୟତ ସରପଞ୍ଚ ଶ୍ରୀ ଦଣ୍ଡ ପାଣି , ନାଇବ ସରପଞ୍ଚ ଶ୍ରୀମତି ଅମିତି ମହାଲକ୍ଷ୍ମୀ , ସମିତି ମେମ୍ବର ଶ୍ରୀ ଡୋନକାନି ଧରମା , ଗୋଷଣୀ ବିଡ଼ିଓ ଶ୍ରୀ ନୀଳ ମାଧବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, ସମଗ୍ର ଭାରତ ବର୍ଷରେ ୧୧୨ଗୋଟି ଜିଲ୍ଲା ପଛୁଆ ଜିଲ୍ଲା ତଥା ଆକାଂକ୍ଷା ଜିଲ୍ଲା ଭାବେ ଚିହ୍ନଟ କରାଯାଇ ପରିଗଣିତ ହେଉଛି। ଓଡିଶାର ୧୦ଗୋଟି ଜିଲ୍ଲା ମଧ୍ୟରୁ ଗଜପତି ଏହି ଆକାଂକ୍ଷା ଜିଲ୍ଲାରେ ପରିଗଣିତ ହେଉଛି। ଏହି ଜିଲ୍ଲା ଗୁଡିକର ବିକାଶ ତଥା ଉନ୍ନୟନ କରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମୀକ୍ଷା କରାଯାଉଛି ।
ଶେଷରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଟେଲ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଉପରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ , ଗଜପତି ଜିଲ୍ଲାକୁ ଆସି ମୁଁ ବହୁତ ଖୁସି। ଆକାଂକ୍ଷା ଜିଲ୍ଲା ଗଜପତି ଜିଲ୍ଲାରେ କେନ୍ଦ୍ରୀୟ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ଏହାର ସମୀକ୍ଷା ପାଇଁ ମୋତେ ଭାରତ ସରକାରଙ୍କ ପକ୍ଷରୁ ଦାୟିତ୍ୱ ମିଳିଛି। ଗଜପତି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ସବୁରେ ଭଲ ସଫଳତା ମିଳିଛି ସମସ୍ତେ ମିଳିମିଶି ଏହା କରିଛନ୍ତି , ଏଥିପାଇଁ ମୁଁ ଧନ୍ୟବାଦ ଦେଉଛି। ହେଲେ ମଧ୍ୟ ଆମକୁ ଏ ଦିଗରେ ଆହୁରି କିଛି ଗୁରୁତ୍ୱ କାର୍ଯ୍ୟ କରିବାର ବାକି ରହିଛି ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଟେଲ କହିଥିଲେ।
ରାଜ୍ୟ
କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ : ଆକାଂକ୍ଷା ଜିଲ୍ଲା ଯୋଜନାର ଅଗ୍ରଗତି ନେଇ ସମୀକ୍ଷା -
- Hits: 458