ହେଡଲାଇନସ୍:

ପ୍ରଶାସନର ଜ୍ଞାତସାରରେ ଚୋରା ବାଲି ଓ ମାଟି ମାଫିଆଙ୍କ ରାଜ୍ ; ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ଅଭିଯୋଗ ;କାର୍ଯ୍ୟାନୁଷ୍ଠାନ ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା କେନ୍ଦ୍ରାପଡ଼ା କେନାଲରୁ ମାଫିଆମାନେ ମାଟି ଖନନ କରି ଚାଲାଣ କରୁଥିବାର ଅଭିଯୋଗ ହୋଇଛି । ମାଟି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି । କେନ୍ଦୁପାଟଣା ଭୁବନ ନଟରା ନିକଟରେ କେନ୍ଦ୍ରାପଡ଼ା କେନାଲ ଶଯ୍ୟାକୁ ମାଟି ମାଫିଆମାନେ ଜେସିବି ମେସିନ ସାହାଯ୍ୟରେ ମାଟି ଖନନ କରି ଟ୍ରାକ୍ଟର ଯୋଗେ ଅନ୍ୟତ୍ର ଚାଲାଣ କରାଯାଉଥିବାର ଅଭିଯୋଗ ହୋଇଛି । ଅପରପକ୍ଷରେ ସ୍ଥାନୀୟ ଅ ଳର ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସରକାରୀ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟମାନ ଚାଲୁ ରହିଥିବା ହେତୁ ସ୍ଥାନୀୟ ଅ ଳରେ ମାଟିର ବେଶ ଚାହିଦା ରହିଛି । ଏପରି ସ୍ଥଳେ ମାଟି ମାଫିଆମାନେ ଏବଂ ସ୍ଥାନୀୟ ଗ୍ରାମପ ।ୟତର ଶାସକ ଦଳର କେତେକ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଦ୍ୱାରା କେନ୍ଦ୍ରାପଡ଼ା କେନାଲ ଶଯ୍ୟାରୁ ଅବାଧରେ ମାଟି ଖନନ କରି ସରକାରୀ କାର୍ଯ୍ୟ ଗୁଡ଼ିକରେ ଲଗାଇ ମିଥ୍ୟା ବିଲ କରିନେବାକୁ ମସୁଧା ଚାଲିଛି । ଏପରିକି କେତେକ ସରକାରୀ ଚାକିରିଆ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ଥାନୀୟ ଅ ଳରେ ଦବଦବା ରହିଥିବାରୁ ଦିନ ରାତି ମାଟି ଚାଲାଣ ହେଉଥିଲେ ବି ଅବକାରୀ ବିଭାଗ ଚୁପ୍ ବସିଛି । ସବୁଜାଣି ମଧ୍ୟ କିଛି ନ ଜାଣିଲା ଭଳି ଅଭିନୟ କରୁଛନ୍ତି ଜଳସମ୍ପଦ ବିଭାଗୀୟ ଅଧିକାରୀ । ଏହି ମାଟି ମାଫିଆଙ୍କ ପ୍ରତି ଜଳସମ୍ପଦ ବିଭାଗୀୟ ଅଧିକାରୀଙ୍କ ଅହେତୁକ ଅନୁକମ୍ପା ରହିଥିବାର କୁହାଯାଉଛି । ଏକପକ୍ଷରେ ମାଫିଆମାନେ ମାଟି ଚାଲାଣ କରୁଥିଲା ବେଳେ କେନାଲ ଶଯ୍ୟା ଖନନ କରାଯାଇଛି ବୋଲି କାଗଜପତ୍ରରେ ଦର୍ଶାଯାଇ ଜଳସମ୍ପଦ ବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କାର ବିଲ କରାଯିବା ନିମନ୍ତେ ବିଭାଗୀୟ ସ୍ତରରେ ମସୁଧା ଚାଲିଥିବାର ଜଣାଯାଇଛି । ପ୍ରଶାସନ ତରଫରୁ ଏହାର ତଦନ୍ତ କରାଯାଇ ମାଟି ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହୋଇଛି । ଅପରପକ୍ଷରେ ଜଳସମ୍ପଦ ବିଭାଗ ଅଧିନରେ ରହିଥିବା କେନ୍ଦୁପାଟଣା ନଟରା ନଦୀବନ୍ଧ ପାଶ୍ୱର୍ରୁ ଏକ ବୃହତ ଚାକୁଣ୍ଡା ଗଛ ରାତାରାତି କଟାଯାଇ କାଠ ମାଫିଆଙ୍କ ଦ୍ୱାରା ବିକ୍ରୟ କରାଯାଇଥିବାର ଅଭିଯୋଗ ହୋଇଛି । ଯେଉଁ ଚାକୁଣ୍ଡା ଗଛର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସାଧାରଣରେ କୁହାଯାଉଛି । ସେହିପରି ଭାବେ ସ୍ଥାନୀୟ କେନ୍ଦୁପାଟଣା ଅ ଳ ଚୋରା ବାଲି ମାଫିଆଙ୍କ ଅଭୟାରଣ୍ୟରେ ପରିଣତ ହୋଇଥିବାର ଅଭିଯୋଗ ହୋଇଛି । ନିଶ୍ଚିନ୍ତକୋଇଲି ତହସିଲ ଅଧିନରେ ଥିବା କେନ୍ଦୁପାଟଣା ଗ୍ରାମପ ।ୟତ ନଟରା ଗ୍ରାମ ନିକଟରେ ଚିତ୍ରୋତ୍ପଳା ନଦୀର ବାମ ପାଶ୍ୱର୍ରୁ ଅବାଧରେ ବାଲି ଚାଲାଣ କରାଯାଉଛି । ଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱହାନୀ ହେଉଥିବାର ଅଭିଯୋଗ ହୋଇଛି । ଏହାର ଦୃଢ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଜଳସମ୍ପଦ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ, କଟକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନିଶ୍ଚିନ୍ତକୋଇଲି ତହସିଲଦାର, ଅତିରିକ୍ତ ତହସିଲଦାରଙ୍କୁ ଦୃଢ ଦାବି କରିଛନ୍ତି ।

0
0
0
s2sdefault