ହେଡଲାଇନସ୍:

ଇସ୍ରୋ ର ଯୁବ ବୈଜ୍ଞାନିକ ଙ୍କର ଅକାଳ ବିୟୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲା ତଥା ରାଜ୍ୟ ପାଇଁ ଅପୁରଣୀୟ କ୍ଷତି

ବରଗଡ :- ଆଜି ମଧ୍ୟାହ୍ନ ରେ ବରଗଡ଼ ଜିଲ୍ଲା ଆମ୍ବଭନା ବ୍ଲକ ,ଦ୍ଵାରି ପଞ୍ଚାୟତ ର ଝାରପାଲି ଗ୍ରାମରେ ହଟାତ ଦୁଃଖର ଓ ଶୋକର ବାତାବରଣ ସୃଷ୍ଟି ହୋଇଯାଇଥିଲା । ଗାଁ ର ସୁପୁତ୍ର , ବରଗଡ଼ ମାଟିର ଯୋଗ୍ୟ ସନ୍ତାନ , ଗତ ବର୍ଷରୁ ଇସ୍ରୋ ରେ କାର୍ଯରତ ଯୁବ ବୈଜ୍ଞାନିକ , ଶ୍ରୀ ନିହାର ରଞ୍ଜନ ପ୍ରଧାନ ପାଣିରେ ବୁଡି ଯିବା ଘଟଣା ଗ୍ରାମ ବାସୀ ମାନଙ୍କୁ ଅତ୍ୟନ୍ତ ଦୁଃଖିତ ତଥା ମର୍ମାହତ କରିଥିଲା । ପ୍ରାପ୍ତ ସୂଚନା ଅନୁସାରେ ଯୁବ ବୈଜ୍ଞାନିକ ନିହାର ଗତ ଶନିବାର ଦିନ ନିଜ ଗ୍ରାମକୁ ଆସିଥିଲେ । ଆଜି ମଧ୍ୟାହ୍ନ ରେ ଦୁଇ ଜଣ ଶିଶୁ ଙ୍କର ସହିତ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ପାଣିରେ ବୁଡି ନିହାର ଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ନିହାର ବୁଡି ଯିବା କଥା ଗ୍ରାମ ବାସୀ ମାନେ ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଭୁକ୍ତା ଡାକ୍ତରଖାନା କୁ ନେଇଥିଲେ , ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ର ଖବର ପାଇ ପୋଲିସ ଘଟଣା ସ୍ଥଳକୁ ପହଂଛି ମୃତ୍ୟୁ ଯୁବ ବୈଜ୍ଞାନିକ ଙ୍କର ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନା କୁ ପଠାଇଥିଲେ । ସନ୍ଧ୍ୟା ସମୟରେ ଶବ ବ୍ୟବଚ୍ଛେଦ ସରିଥିବାରୁ ପୋଲିସ ମୃତ ନିହାର ଙ୍କର ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।
ମୃତ ଯୁବ ବୈଜ୍ଞାନିକ ଙ୍କର ମୃତ୍ୟୁ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସଂ ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ଯେ , ବହୁତ ଦୁଃଖର କଥା ଆମ ଅଞ୍ଚଳର ଜଣେ ପ୍ରତିଭାବାନ ଯୁବ ବୈଜ୍ଞାନିକ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକର ଝାରପାଲି ଗ୍ରାମର ରାଜ କୁମାର ପଧାନଙ୍କ ସୁପୁତ୍ର ନିହାର ପଧାନ ଗ୍ରାମକୁ ଆସିଥିବା ବେଳେ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଥିଲେ । ଏହି ଦୁଃଖଦ ସମୟରେ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ମୁଁ ସମବେଦନା ଜ୍ଞାପନ କରିବା ସହିତ ଭଗବାନ ନିକଟରେ ସ୍ୱର୍ଗତ ଆତ୍ମାର ସଦଗତି କାମନା କରୁଛି । ଓଁ ଶାନ୍ତି ।
ସେହିଭଳି , ଆମ୍ବଭନା ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନିଲକୁମାରି ନାୟକ , ଆମ୍ବଭନା ବ୍ଲକ ଅଧ୍ୟକ୍ଷ ଶ୍ରୀ କୀର୍ତି ଦୁଆନ , ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ , ପୂର୍ବତନ ସୋହେଲା ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ କୁମାର ବେହେରା , ପ୍ରମୁଖ ଯୁବ ବୈଜ୍ଞାନିକ ଙ୍କର ଅକାଳ ବିଯୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଶୋକ ସଂତପ୍ତ ପରିବାରକୁ ସନବେଦନା ଜଣେଇଛ

0
0
0
s2sdefault