ହେଡଲାଇନସ୍:

ନୃସିଂହନାଥ ରେ ଶ୍ରାବଣ ମାସ ପାଇଁ ସବୁପ୍ରକାର ପ୍ରସ୍ତୁତି ଶେଷ   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

04-08-18-bapi.jpg - 64.89 kB

   ବରଗଡ଼(ଗୌରାଙ୍ଗ ଚରଣ ଦାଶ) :- ପଶ୍ଚିମ ଓଡ଼ିଶାର ପଵିତ୍ର ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର , ପ୍ରତ୍ୟେକ ବର୍ଷ ଶ୍ରାବଣ  ମାସରେ ଏହି ପବିତ୍ର ପୀଠ ରୁ ବୋଲବମ ଭକ୍ତ ମାନେ ପାଣି ଉଠାଇ ରାଜ୍ୟ ତଥା ପଡ଼ୋଶୀ ଛତିଶଗଡ ରାଜ୍ୟର ବିଭିନ୍ନ ଶିବ ମନ୍ଦିର କୁ ଯାଇଥାନ୍ତି ।ପବିତ୍ର ଜଳ ଉଠାଇବା ପାଇଁ  ନୃସିଂହନାଥ ପୀଠ ର ବିଭିନ୍ନ ଘାଟରେ ଭକ୍ତ ମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ ।ଶ୍ରାବଣ ମାସ ସାରା ଦିନ ରାତି ହଜାର ହଜାର ସଂଖ୍ୟା ରେ ବୋଲବମ ନାରା ରେ ରାସ୍ତା ଘାଟ ପ୍ରକମ୍ପିତ ହେଇପଡ଼େ। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସ ର ପ୍ରବଳ ଭିଡ ହେବାର ଆରମ୍ଭ ହେଇ ଗଲାଣି। ଶ୍ରବଣ ମାସର ଆସନ୍ତା କାଲି ଦ୍ୱିତୀୟ ସୋମବାର ସେଥି ପାଇଁ ରାଜ୍ୟ ତଥା ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବିଭିନ୍ନ ସ୍ଥାନରୁ ପବିତ୍ର ଜଳ ନେବାକୁ ଭକ୍ତ ଙ୍କର ଭିଡ ଜମିବାରେ ଲାଗିଛି ।ଆସନ୍ତା ଦୁଇ ପାଳି ଆହୁରି ବେସି ଭିଡ ହେବ । କାରଣ ଛତିଶଗଡ଼ ର ଲୋକ ମାନେ ଅମାବାସ୍ୟା ପରେ ବହୁ ସଂଖ୍ୟାରେ ପହଂଚି ଥାନ୍ତି। ପ୍ରବଳ ଭିଡ କୁ ନଜର ରେ ରଖି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିଚାଳନା କମିଟିର ସବୁପ୍ରକାର ପ୍ରସ୍ତୁତି ଶେଷ ହୋଇ ଯାଇଛି। ବୋଲବମ ଭକ୍ତ ଙ୍କର ସବୁ ପ୍ରକାର ସୁବ୍ୟବସ୍ଥା କରାଯିବା ସହ ଭକ୍ତ ମାନଂକର ପାଇଁ ସୁଗମ ଦର୍ଶନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଶେଷ ହେଇଯାଇଛି ।ଭକ୍ତ ମାନେ କିଭଳି ଭାବରେ ସୃଣକାଳିତ ଭାବରେ ଜଳ ଉଠାଇବେ ସେଥିପାଇଁ ପ୍ରତ୍ୟେକ ଘଟାକୁ ଆଲୋକିତ କରିବା ସହିତ ପରିଷ୍କାର କରାଯାଇଛି। ନୃସିଂହନାଥମନ୍ଦିର ପାରିପାର୍ଶ୍ବ ରେ ଅବସ୍ଥିତ ସମସ୍ତ ଦର୍ଶନୀୟ ସ୍ଥାନ ତଥା ବଜାର ଅଂଚଳ ରେ ମଧ୍ୟପ୍ରଚୁର ଆଲୋକ  ବ୍ୟବସ୍ଥା କରାହେଇଛି।ଭକ୍ତ ମାନଂକର ସେବା ଓ ସବୁ ପ୍ରକାର ସୁବିଧା କରାଯିବା ପାଇଁ ମନ୍ଦିର କର୍ମଚାରୀ ତଥା ସେବାୟତ ମାନଙ୍କୁ ସବୁ ପ୍ରକାର ନିର୍ଦେଶ ଡିଯାଇଛି ବୋଲି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଜଣାଇ ଛନ୍ତି। 

 

 

0
0
0
s2sdefault