ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାନ୍ ଜନନାୟକ , ପ୍ରବାଦ ପୁରୁଷ , କଳିଙ୍ଗର ବରପୁତ୍ର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ତିରୋଧାନ ତଥା ଶ୍ରାଦ୍ଧ ଦିବସ ପାଳନ ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠ ଓଡିଶା-ଆନ୍ଧ୍ର ସୀମାନ୍ତରେ ପ୍ରବାହିତ ହେଉଥିବା ପୁଣ୍ୟତୋୟା ପବିତ୍ର ମହେନ୍ଦ୍ର-ତନୟା ନଦୀ-ଘାଟ ଠାରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସକାଳ ସମୟରେ ଦଳୀୟ ନେତା ଓ କର୍ମୀ ମାନେ ତିଳତର୍ପଣ ଓ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରି ପୁଷ୍ପ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ପାରଳାଖେମୁଣ୍ଡି ମୁଖ୍ୟ ବଜାର ଛକ ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ମାନେ ଅଂଶଗ୍ରହଣ କରି ଝାଡୁ ଧରି ରାସ୍ତାର ଅଳିଆ ସଫା କରିଥିଲେ।
ପରିଶେଷରେ କଲେଜ ଛକ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେଡି ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ସମସ୍ତ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହି ପୁଷ୍ପ ଓ ମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକଙ୍କ ସମେତ ରାଜକୁମାରୀ କଲ୍ୟାଣୀ ଗଜପତି , ଯୁବନେତା ଈଂ. ରୂପେଶ କୁମାର ପାଣିଗ୍ରାହୀ , ଗଜପତି ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବାରା ତିରୁପତି ରାଓ , ଶ୍ରୀ ମାରୁତ ପାଲ , ଶ୍ରୀ ଲଷ୍ମୀକାନ୍ତ ପରିଛା , ଶ୍ରୀ ଜମିଦାର ପଟ୍ଟନାୟକ , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ପୌର ଉପାଧ୍ୟକ୍ଷ୍ୟ ଶ୍ରୀ ଲେଙ୍କା ମଧୁ , ବରିଷ୍ଠ ନେତା ଶ୍ରୀ ବସନ୍ତ ଦାସ , ଶ୍ରୀ ଏସ୍. ଲିଙ୍ଗାରାଜୁ , ପ୍ରଶାନ୍ତ ପାତ୍ର , ପ୍ରନୋଜ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।
ରାଜ୍ୟ
ମହାନ୍ ଜନନାୟକ ତଥା ପ୍ରବାଦ-ପୁରୁଷ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ
- Hits: 704