-
୪୧ଗୋଟି ଗ୍ରାମପଂଚାୟତ ଚାଷୀମାନଙ୍କ ମୁଗ ଓ ବିରି ଚାଷରେ ଫୁଲ ଫୁଟୁ ନାହିଁ କିମ୍ବା ଫଳ ଫଳୁନାହିଁ
-
ସରକାରଙ୍କ ତରଫରୁ ଚାଷୀ ମାନଙ୍କୁ କ୍ଷତିପୂରଣ ଯୋଗାଇଦେବା ନିମନ୍ତେ ଦାବି
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ସରକାର କୃଷି ଓ କୃଷକର ବିକାଶ ପାଇଁ ନାନା ପ୍ରକାର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ଡ଼ିଣ୍ଡିମ ପିଟୁଛନ୍ତି । କିନ୍ତୁ ଆଜି ବି ଚାଷୀ ଆର୍ଥିକ ଶୋଷଣର ଶୀକାର ହେଉଛି , ଚାଷୀ ଚାଷ କରିବା ନିମନ୍ତେ କୃଷି ବିଭାଗ ତରଫରୁ କୌଣସି ସଚେତନ କାର୍ଯ୍ୟକ୍ରମ କରାଯାଉନାହିଁ କି ସହାୟତା ଯୋଗାଇ ଦିଆଯାଉନାହିଁ ଯାହାଫଳରେ ଚାଷୀ ମୁଗ,ବିରି ଆଦି ନାନା ପ୍ରକାର ଫସଲ ଅମଳ ସମୟରେ ବିଭିନ୍ନ ପ୍ରକାର ରୋଗ ପରିଷକ୍ଷିତ ହେଉଛି ଯାହାଦ୍ୱାରା ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଯାଉଛି । ଯାହାର ଏକ ନଗ୍ନ ନମୁନା ନିଶ୍ଚିନ୍ତକୋଇଲି ବ୍ଲକ ୪୧ଗୋଟି ଗ୍ରାମ ପ ।ୟତରେ ଦେଖିବାକୁ ମିଳିଛି । ଏହି ବ୍ଲକ ଅଧିନରେ ନିଶ୍ଚିନ୍ତକୋଇଲି,ବଡ଼କ୍ଷୀର, ନତକାଇ, ରାମକୃଷ୍ଣପୁର, ଫଗୋଳ,ବରାଦୋ, ଜୟରାମପୁର, କେନ୍ଦୁପାଟଣା, ବୁହାଳୋ, ନେମାଳ, ତିଳକଣା, କଳମିଶ୍ରି,ନଗସପୁର, ଦାଉଦପୁର, ଝାଡ଼େଶ୍ୱରପୁର, ଓରତି, କେରିଲୋ,ଜମରା,ତରତଶାସନ, ସୁକରପଡ଼ା, କଟିକଟା, କଟରପଡ଼ା, ଅସୁରେଶ୍ୱର,ବନ୍ଧକାଟିଆ ଆଦି ବିଭିନ୍ନ ଗ୍ରାମପ ।ୟତ ରହିଛି । ସମସ୍ତ ୪୧ଗୋଟି ଗ୍ରାମ ପ ।ୟତରେ ନିଶ୍ଚିନ୍ତକୋଇଲି କୃଷି ବିଭାଗର କ ର୍ବ୍ୟରେ ଚରମ ଅବହେଳା ଏବଂ ସଚେତନତା କାର୍ଯ୍ୟକ୍ରମ ଅଭାବରୁ ହଜାର ହଜାର ହେକ୍ଟର ମୁଗ ଓ ବିରି ଚାଷ ଜମି ହଳଦିଆ ପଡ଼ିଯାଇଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଏପରି ସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକ ଅ ଳର ବହୁଚାଷୀ ସରକାରୀ ବିରି ବିହନ ଆଣି ଚାଷ କରି ଚରମ ହଟହଟା ଓ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବାର ଅଭିଯୋଗ ହୋଇଛି । ବିରି ଓ ମୁଗ ଗଛ ଗୁଡ଼ିକ ହଳଦିଆ ପଡ଼ିଯିବା ହେତୁ ବିରି ଗଛରେ ଫୁଲ କିମ୍ବା ଫଳ ନହେବା ଘଟଣାଟି ଚାଷୀ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି । ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବି ହୋଇଛି । ନଚେତ୍ ଚାଷୀମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚରମ ଚେତାବନୀ ଦେଇଛନ୍ତି । ଏପରିକି ନିଶ୍ଚିନ୍ତକୋଇଲି କୃଷି ବିଭାଗ ତରଫରୁ ଚାଷୀମାନଙ୍କ ଜମି ପରିଦର୍ଶନ ତ ଦୂରର କଥା ସଚେତନତା କାର୍ଯ୍ୟକ୍ରମ ଅଭାବରୁ ଚାଷୀକୂଳ ଆଶା ଓ ଆଶଙ୍କାରେ ବହୁ କ୍ଷତି ସହିବାକୁ ବସିଲାଣି ବୋଲି ଅଭିଯୋଗ ହୋଇଛି । ସାମ୍ପ୍ରତିକ ପରିସ୍ଥିତିରେ ମୂଲିଆ ମଜୁରୀ ଅହେତୁକ ଭାବେ ବୃଦ୍ଧି ପାଇଛି । ଏହି ଚାଷରେ ଚାଷୀ ରାସାୟନିକ ଔଷଧ ମଧ୍ୟ ଚଢା ଦାମରେ କ୍ରୟ କରି ପକାଇଥିଲା । ଚାଷ କାର୍ଯ୍ୟ ଶେଷ ହେବା ପରେ ଏହି ବିରି ଗଛର ପତ୍ର ଗୁଡ଼ିକ ହଳଦିଆ ପଡ଼ିଯାଉଥିଲା ବେଳେ ଗଛରେ ଫୁଲ ଆଦୌ ଫୁଟୁନାହିଁ କିମ୍ବା ଫଳ ଫଳୁନାହିଁ । ସ୍ଥାନୀୟ ଅ ଳର ଚାଷୀମାନେ ସ୍ଥାନୀୟ ବିଭିନ୍ନ ଜାତୀୟକରଣ ବ୍ୟାଙ୍କ, ଘରୋଇ ଅର୍ଥ ଲଗାଣ କାରୀ ସଂସ୍ଥାରୁ ଋଣ ଆଣି ଏପରିକି କେତେକ ଚାଷୀ ଗାଁ ମହାଜନଙ୍କ ଠାରୁ ହାତ ଉଦ୍ଧାରି ଆଣି ଏହି ଚାଷ କରିଥିଲେ । ତେବେ ଏହି ଗଛରେ କୌଣସି ଫଳ ଫଳୁନଥିବା ହେତୁ ଚାଷୀମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି । ଚାଷୀ କିପରି ତାର ଋଣ ପରିଶୋଧ କରିବ ସେଥିନେଇ ଚିନ୍ତାରେ ଭାଙ୍ଗିପଡ଼ିଛି । ସରକାରଙ୍କ ତରଫରୁ ଏହି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ଚାଷୀ ମହଲରେ ଦୃଢ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଚାଷୀମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚରମ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଆମ ପ୍ରତିନିଧି ବ୍ଲକ କୃଷି ଅଧିକାରୀ ସୁରେନ୍ଦ୍ର ନାଥ ଘୋଡ଼ା ଏବଂ ସହକାରୀ କୃଷି ଅଧିକାରୀ ସିଦ୍ଧାର୍ଥସାରଥୀ ପରିଜା ଙ୍କୁ ପଚାରିବାରୁ ଏହି ରୋଗ ହେଉଛି ଏକ ଭାଇରସ ଜନିତ ରୋଗ ଯାହାର ନାମ ହେଉଛି ସାହେବୀ ରୋଗ ବୋଲି ପ୍ରକାଶ କରିଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ କୃଷି ବିଭାଗ କେବଳ ଅନଲାଇନରେ ସେବା ଯୋଗାଇବା ପାଇଁ ହୋଇଛି ନାଁ ଅଫଲାଇନରେ ? ଚାଷୀମାନେ ସବୁ ଫସଲ ଅମଳ ସମୟରେ ମୁଖ୍ୟ ଭୂମିକା ଚାଷୀମାନଙ୍କର ସହ କୃଷି ବିଭାଗର ମଧ୍ୟ ରହିଛି କିନ୍ତୁ ଏଠାରେ ଏକ ପ୍ରକାର କୃଷି ବିଭାଗର କର୍ତବ୍ୟରେ ଚରମ ଅବହେଳା ପରିଲକ୍ଷିତ ହୋଇଛି । ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ହଳଦିଆ ପଡ଼ି ନଷ୍ଟ ହୋଇଯାଇଥିବା ମୁଗ ଓ ବିରି ଚାଷ ବାବଦ ସହାୟତା ଯୋଗାଇଦେବା ନିମନ୍ତେ ସମସ୍ତ ଚାଷୀଭାଇମାନେ କୃଷି ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଦୃଢ ଚେତାବନୀ ଦେଇଛନ୍ତି ।