ଭୁବନେଶ୍ୱର(ଶାସକ ପ୍ରଶାସକ) : ଇଣ୍ଡିୟାନ୍ ସୋସାଇଟି ଫର୍ ଟ୍ରେନିଂ ଆଣ୍ଡ୍ ଡେଭଲପମେଂଟ୍ ଭୁବନେଶ୍ୱର ଶାଖା ପକ୍ଷରୁ ପୂର୍ବ ପ୍ରାନ୍ତସ୍ତରୀୟ ଦୁଇ ଦିନିଆ ସମ୍ମିଳନୀ ଭୁବନେଶ୍ୱର ଠାରେ ଆଜି ଉଦଯାପିତ ହୋଇ ଯାଇଛି । ଓଡ଼ିଶା ଜଳ ବିଦ୍ୟୁତ ନିଗମର ମାନବ ସମ୍ବଳ ନିର୍ଦ୍ଦେଶକ ତଥା ଏହି ସୋସାଇଟିର ଭୁବନେଶ୍ୱର ଅଧ୍ୟକ୍ଷ ପ୍ରବୋଧ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ , ସୂଚନା ଓ ଲୋକ ସଂର୍ପକ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଜଳ ବିଦ୍ୟୁତ ନିଗମର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତଥି ଭାବେ ଓଡ଼ିଶା ଓ ଛତିଶଗଡ଼ ବେଦାନ୍ତ କଂପାନୀର ସଭାପତୀ ଡ. ତପନ ଚାନ୍ଦ , ଫକିର ମୋହନ ବିଶ୍ୱ ବିଦ୍ୟାଳୟର କୁଳପତି ଡ. ସନ୍ତୋଷ କୁମାର ତ୍ରିପାଠୀ ଏବଂ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଡ. ଅର୍କ କୁମାର ଦାସ ମହାପାତ୍ର ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ସେଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଭବିଷ୍ୟତରେ ଯେଉଁ ଉଦ୍ୟୋଗ ଗୁଡ଼ିକ ପରିବେଶ ଉପଯୋଗୀ ନହେବେ ସେହି ଉଦ୍ୟୋଗ ଗୁଡ଼ିକ ବଜାରରୁ ଲୋପ ପାଇବେ । ସାମାଜିକ ଉତରଦାୟୀତ୍ୱ ଉଦ୍ୟୋଗ ଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହେଉ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ଚାନ୍ଦ କହିଥିଲେ ଯେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ଫଳରେ ଭବିଷ୍ୟତରେ ବହୁତ ଗୁଡ଼ାଏ ପଦବୀ ଲୋପ ପାଇବ ପୁଣି ନୂତନ ପ୍ରକାର ପଦବୀ ସୃଷ୍ଟି ହେବ । ମାନବ ସମ୍ବଳର ରୂପରେଖ ସଂପୂର୍ଣ୍ଣ ଭିନ୍ନ ହେବ ବୋଲି ସେ ମତ ରଖିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ପ୍ରାନ୍ତୀୟ ଉପସଭାପତି ଡ. ଜିବିତେସ୍ ରଥ , ଭୁବନେଶ୍ୱର ସୋସାଇଟିର ଉପସଭାପତି ଡ. ରବି ନାରାୟଣ ଶତପଥୀ ଏବଂ ସଂପାଦକ ଡ. ଚନ୍ଦ୍ର ଶେଖର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଇଣ୍ଡିୟାନ୍ ସୋସାଇଟି ଫର୍ ଟ୍ରେନିଂ ଆଣ୍ଡ୍ ଡେଭଲପମେଣ୍ଟ ପ୍ରାନ୍ତସ୍ତରୀୟ ସମ୍ମିଳନୀ ଉଦଯାପିତ
- Hits: 551