ଜଗତସିଂହପୁର,ସୁମନ୍ତ କୁମାର ଦାସ:ଚଳିତ ମାସ ୨୭ ତାରିଖ ରେ ଓଡିଆ ପୁଅ ସାର୍ଥକ ଆର୍ଯ୍ୟ ଅଷ୍ଟ୍ରେଲିଆର ଲିଜଂ ରେ ହେବାକୁ ଥିବା ଟେବୁଲ ଟେନିସ ଫେଡେରେସନ ( ଆଇଟିଟିଏଫ୍) ର ବିଶ୍ବ ଟେବୁଲ ଟେନିସ୍ ୟୁଥ୍ କଣ୍ଡେଣ୍ଡର୍ ପ୍ରତିଯୋଗିତା ରେ ଭାରତର ପ୍ରତିନିଧୂତ୍ବ କରିବାକୁ ଯାଉଛନ୍ତି। ଶ୍ରୀମାନ ସାର୍ଥକ ଟେବୁଲ୍ ଟେନିସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ୧୩ ବର୍ଷ ମାନ୍ୟତା ତାଲିକାରେ ଏକ ନମ୍ବର ରେ ଅଛନ୍ତି । ଅଳ୍ପ ବୟସରେ ଟେବୁଲ ଟେନିସରେ କରୁଥିବା ଦିଲ୍ଲୀର ପିତମପୁରାସ୍ଥିତ ସରକାରୀ ସର୍ବୋଦୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ର ଏହି ଛାତ୍ର ବିଶ୍ବ ଟେବୁଲ ଟେନିସ ପ୍ରତିଯୋଗିତାରେ ସର୍ବୋତ୍ତମ ପ୍ରଦର୍ଶନ କୁ ନେଇ ଦ୍ରୁଢ ଆଶାବାଦୀ ଅଛନ୍ତି। ବର୍ତ୍ତମାନ ସାର୍ଥକ ଦ୍ରୋଣାଚାର୍ଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଶିକ୍ଷକ ସଂଜୀବ ଗୁପ୍ତା ଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି । ଟେବୁଲ ଟେନିସ୍ କୋର୍ଟରେ ଦୈନିକ ୮ ଘଣ୍ଟା ପରିଶ୍ରମ କରି ସ୍ବପ୍ନ ସାକାର କରିବାକୁ ପ୍ରୟାସ ଚଲାଇଛନ୍ତି। ସାର୍ଥକ ଆର୍ଯ୍ୟ ତିର୍ତ୍ତୋଲ ବ୍ଲକ ଅଧୀନସ୍ଥ ଗୋବିନ୍ଦପୁର ଗ୍ରା. ପ ର ଗୁଣ୍ଡିଲୋ ଗ୍ରାମ ର ମୂଳ ବାସିନ୍ଦା ତଥା ଏକ ବିଦେଶୀ ବ୍ୟାଙ୍କ ର ଦିଲ୍ଲୀ ଶାଖାରେ ଉଚ୍ଚ ପଦବୀରେ କାର୍ଯ୍ୟରତ ଶ୍ରୀଯୁକ୍ତ ଆର୍ଯ୍ୟ ପ୍ରକାଶ ବେଉରା ଙ୍କ ସୁପୁତ୍ର ତଥା ନାଲିବର ଉଚ୍ଚ ବିଦ୍ୟାଳୟ ର ସେବା ନିବୁତ୍ତ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ବେଉରା ଙ୍କ ଯୌତ୍ର ସାର୍ଥକ ଙ୍କ ଏପରି କୃତିତ୍ବ ଯୋଗୁଁ ତାଙ୍କୁ ତିର୍ତ୍ତୋଲ ଅଞ୍ଚଳ ରୁ ପ୍ରଶଂସା ର ସୁଅ ଛୁଟୁଛି ।
ରାଜ୍ୟ
ବିଶ୍ୱ ଟେବୁଲ ଟେନିସ ରେ ଜଲୱା ଦେଖେଇବେ ତିର୍ତ୍ତୋଲ ମାଟିର ପୁଅ
- Hits: 298