ହେଡଲାଇନସ୍:

ପଞ୍ଚାୟତ ସ୍ତରୀୟ ନବ-ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ତିନି ଦିନିଆ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଭୁବନି, ଅଜୟଗଡ ଓ କୁଜାସିଂ ପଞ୍ଚାୟତରେ ଭିନ୍ନ ଭିନ୍ନ ଭାବେ ସେଠାକାର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓପିଲିପି ପ୍ରକଳ୍ପ ସହାୟତାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜନ କଲ୍ୟାଣ ପ୍ରତିଷ୍ଠାନ" ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ନବ-ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା।
ଭୁବନି ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀ ପ୍ରଦୀପ ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ନାଏବ ସରପଞ୍ଚ ଶ୍ରୀମତୀ ଜ୍ୟୋତି ଗମାଙ୍ଗଙ୍କ ସମେତ ୧୧ ଜଣ ସମିତି ଓ ୱାର୍ଡ ସଭ୍ୟସଭ୍ୟା ଅଂଶଗ୍ରହଣ କରିଥିଲେ।
ମୁଖ୍ୟତଃ ପଞ୍ଚାୟତକୁ ଆସୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶତ ପ୍ରତିଶତ ସଫଳତା ପାଇଁ ସମସ୍ତେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ପଞ୍ଚାୟତ ରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି କର୍ମଶାଳା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।
କର୍ମଶାଳା କାର୍ଯ୍ୟକ୍ରମରେ ମୁଖ୍ୟତଃ ଭୁବନି ପଞ୍ଚାୟତ ଅଞ୍ଚଳରେ ରହିଥିବା ବିଭିନ୍ନ ପ୍ରକାରର ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମର ସମସ୍ୟା ଗୁଡିକ ଉପରେ ଆଲୋଚନା କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଓପିଲିପି ପ୍ରକଳ୍ପ ପକ୍ଷରୁ ଜନ କଲ୍ୟାଣ ପ୍ରତିଷ୍ଠାନ ଦ୍ୱାରା ଗଠନ କରା ଯାଇଥିବା ଗ୍ରାମ୍ୟ ଉନ୍ନୟନ କମିଟିର କର୍ମକର୍ତ୍ତା ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଏହି କର୍ମଶାଳା କାର୍ଯ୍ୟକ୍ରମରେ ୨୦୧୭-୧୮ ରୁ ୨୦୨୧-୨୨ ପର୍ଯ୍ୟନ୍ତ ଭୁବନି ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ କାର୍ଯ୍ୟକାରୀ କରା ଯାଇଥିବା ବିଭିନ୍ନ ବିକାଶ-ମୂଳକ କାର୍ଯ୍ୟକ୍ରମ ଗୁଡିକ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ପ୍ରଦର୍ଶନ କରା ଯାଇଥିଲା।
ଏଥି ସହିତ ଚଳିତ ୨୦୨୨-୨୩ରେ କାର୍ଯ୍ୟକାରୀ ହେବାକୁ ଥିବା ବାର୍ଷିକ ଯୋଜନା ଗୁଡିକ ଉପରେ ଉପସ୍ଥାପନା କରାଯାଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।
ସରପଞ୍ଚ ଶ୍ରୀ ପ୍ରଦୀପ ମଣ୍ଡଳ , ସେ ନିଜେ ଜନ କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଓପିଲିପି ପ୍ରକଳ୍ପରେ ଗୋଷ୍ଠୀ ସମ୍ବଳ ସାଧନ ବ୍ୟକ୍ତି ଭାବେ ୫ ବର୍ଷରୁ ଅଧିକ କାଳ ପର୍ଯ୍ୟନ୍ତ କାର୍ଯ୍ୟ କରି ବର୍ତ୍ତମାନ ଭୁବନି ପଞ୍ଚାୟତର ଜଣେ ଯୁବ ଉଦୀୟମାନ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।
ଅନ୍ୟପକ୍ଷରେ ପ୍ରତ୍ୟେକ ଗ୍ରାମରେ ଗ୍ରାମ୍ୟ ବିକାଶ କମିଟି(ଭିଡ଼ିସି) ସହିତ ଗ୍ରାମ ପଞ୍ଚାୟତ ଏବଂ ଏସ୍ ଏଚ୍ ଜି ମଣ୍ଡଳୀ , ଜିକେଏସ , ଏସଏମସି ଓ ଗ୍ରାମ ସ୍ତରୀୟ ବିଭିନ୍ନ ଗୋଷ୍ଠୀଗତ କମିଟି ଗୁଡିକ ଏକତ୍ରିତ ହୋଇ ସାମଗ୍ରିକ ଭାବେ ବିକାଶ ମୂଳକ କାର୍ଯ୍ୟ ଗୁଡିକ କାର୍ଯ୍ୟକାରୀ କରାଯିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।
ଓପିଲିପି ପ୍ରକଳ୍ପର ଶ୍ରୀ ପି. ଜୀବନ ଦାସ ଆଗାମୀ ଆର୍ଥିକ ବର୍ଷରେ ଜନ କଲ୍ୟାଣ ପ୍ରତିଷ୍ଠାନ ଓ ଗ୍ରାମ ପଞ୍ଚାୟତ ସହ ଓପିଲିପି ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ବୁଝାଇଥିଲେ।
ଅଂଶୁମାନ ଧୋବା , ପ୍ରଣବ ବେହେରା ଓ ଆଲୋକ ରଞ୍ଜନ ମଲ୍ଲିକ ପ୍ରମୁଖ ବାର୍ଷିକ ବିବରଣୀ ଓ ବାର୍ଷିକ କାର୍ଯ୍ୟକ୍ରମ ଅଟକାଳ ଉପରେ ଉପସ୍ଥାପନା କରିବା ପାଇଁ ସିଆରପି ମାନଙ୍କୁ ସହଯୋଗ କରିଥିଲେ ।
ପ୍ରତିଷ୍ଠାନର ଶ୍ରୀ ଅକ୍ଷୟ କୁମାର ମହାନ୍ତି ସ୍ବାସ୍ଥ୍ୟ ଓ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରିଥିଲେ ।
ଶ୍ରୀ ମାନସ ରଞ୍ଜନ ବିଶ୍ୱାସ ରାୟ , ଶ୍ରୀ ଅନାମ ମଣ୍ଡଳ , ଶ୍ରୀ ସାରଥୀ ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶ୍ରୀ ଏ. ରଇତ ଓ ଲିଙ୍ଗୁ ରଇତ ଗ୍ରାମ୍ୟ ଉନ୍ନୟନ କମିଟି (ଭିଡ଼ିସି)ର କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଥିଲେ ।
ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଜନ କଲ୍ୟାଣ ପ୍ରତିଷ୍ଠାନର କର୍ମୀ ବିଉଟି କୁମାରୀ ଲିମା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault