ହେଡଲାଇନସ୍:

ଶାଶ୍ୱତଙ୍କ ଭାଗରେ ପଣସ, ଉଚ୍ଚ ଶିକ୍ଷା ବିଭାଗ ମୁଣ୍ଡରେ ଅଠା !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୈତ୍ବ ପଦବୀର ଫାଇଦା ଉଠାଇ ବିବାଦୀୟ ଚିଠି ଜାରି କଲେ ସଚିବ ଶାଶ୍ୱତ ମିଶ୍ର

ଭୁବନେଶ୍ୱର : ସେଲ୍ଫ ଫାଇନାନସିଂ କୋର୍ସ ନେଇ ସୃଷ୍ଟି ହୋଇଛି ଭିନ୍ନ ଧରଣର ବିବାଦ। ଉଚ୍ଚ ଶିକ୍ଷା ସଚିବ ତଥା କୁଳାଧିପତି ସଚିବ ଭଳି ଦୁଇଟି ପଦବୀରେ ଥିବା ଶାଶ୍ୱତ ମିଶ୍ରଙ୍କ ବିବାଦୀୟ ଭୂମିକାକୁ ନେଇ ଏବେ ଉଚ୍ଚ ଶିକ୍ଷା ବିଭାଗ ଅଡୁଆରେ | ରାଜ୍ୟପାଳଙ୍କ ସଚିବ ଭାବେ ନିଜ କ୍ଷମତାର ଅପବ୍ୟହାର ପୂର୍ବକ ବିଭାଗୀୟ ମନ୍ତ୍ରୀଙ୍କ ଅଗୋଚରରେ ସୃଷ୍ଟି କରିଛନ୍ତି ଏକ କାହାଣୀ। ଉଚ୍ଚ ଶିକ୍ଷା ସଚିବଙ୍କ ଏହି ବିବାଦୀୟ ପଦକ୍ଷେପ ପାଇଁ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ | ହେଲେ ଉଚ୍ଚ ଶିକ୍ଷା ସଚିବଙ୍କ ଏ ପଦକ୍ଷେପ ପରୀପ୍ରେକ୍ଷୀରେ ଉଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ କି ପଦକ୍ଷେପ ନେଉଛନ୍ତି ତାକୁ ଦେଖିବାକୁ ବାକି ରହିଲା |
ସେଲ୍ଫ ଫାଇନାନସିଂ କୋର୍ସ ନେଇ ରାଜ୍ୟପାଳଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ମାନଙ୍କୁ ଏକ ଚିଠି କରିଛନ୍ତି ଗତ ୧୨ ତାରିଖରେ । ସୂଚନାଯୋଗ୍ୟ ଯେ ଶାଶ୍ୱତ ମିଶ୍ର ହେଉଛନ୍ତି ଉଚ୍ଚ ଶିକ୍ଷା ବିଭାଗର ସଚିବ ଯିଏ ସିଏ ହିଁ କୁଳାଧିପତି ତଥା ରାଜ୍ୟପାଳଙ୍କ ସଚିବ । ନିଜ ଉଦ୍ଦେଶ୍ୟକୁ ସାଧିତ କରାଇବା ପାଇଁ ଉଚ୍ଚ ଶିକ୍ଷା ବିଭାଗରୁ ଏଭଳି ଚିଠି କରିବାରେ ବିଫଳ ହେବା ପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ବ୍ୟବହାର କରିଛନ୍ତି ସଚିବ ଶ୍ରୀ ମିଶ୍ର । ଏହାର ପଛରେ ଶ୍ରୀ ମିଶ୍ରଙ୍କ ନିହିତ ଉଦ୍ଦେଶ୍ୟ କଣ ଥାଇପାରେ ତାହା ତାଙ୍କୁ ଜଣା । ଉଚ୍ଚ ଶିକ୍ଷା ବିଭାଗ ତଥା ସରକାର ଉଭୟ ନିଷ୍ପତି ନେଇ ନଥିବା ବେଳେ କୁଳାଧିପତିଙ୍କ କାର୍ଯ୍ୟାଳୟରୁ ଶାଶ୍ୱତ ମିଶ୍ର ଚିଠି କରି ସାଧାରଣରେ ଦ୍ଵନ୍ଦ ସୃଷ୍ଟି କରିବାକୁ ଚେଷ୍ଟା କରିବାର କାରଣ ସରକାରଙ୍କୁ କେବଳ ଅଡୁଆରେ ପକାଇବା | ଆଉ ଛାତ୍ରଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଛାତ୍ର ସଂଗଠନ ଭିତରେ ଏ ଚିଠିକୁ ସରକାରଙ୍କ ନିଷ୍ପତି ବୋଲି ଧାରଣା ସୃଷ୍ଟି କରାଇବା |
ଛାତ୍ର ରାଜନୀତିରୁ ଆସିଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ କେବେ ବି ଏଭଳି ଛାତ୍ର ମାରଣ ନୀତିକୁ ପ୍ରୋତ୍ସାହନ ଦେବାର ସମ୍ଭାବନା ନଥିବା ଜାଣି ଶ୍ରୀ ମିଶ୍ର ଗଳା ବାଟ ଦେଇ କୁଳାଧିପତିଙ୍କ କାର୍ଯ୍ୟାଳୟରୁ କୁଳପତି ମାନଙ୍କୁ ଚିଠି କଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁପସ୍ଥିତିରେ ଏପ୍ରିଲ ୧୨ ତାରିଖରେ କୁଳାଧିପତିଙ୍କ ସଚିବ ଭାବେ ଶାଶ୍ୱତ ମିଶ୍ର ଚିଠିଟି କରିଛନ୍ତି । ତେବେ ଏଥିରୁ ସ୍ପଷ୍ଟ ହେଉଛି ଶାଶ୍ୱତ ମିଶ୍ରଙ୍କ ଏହି ବିବାଦୀୟ ଚିଠି ପଛରେ ନିହାତି ଭାବେ କିଛି ବ୍ୟକ୍ତିଗତ ସ୍ୱାର୍ଥ ରହିଥିବା ଆଶଙ୍କା କରାଯାଉଛି । ଛାତ୍ରଛାତ୍ରୀ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯେଉଁଠାରେ ସରକାର ନିଷ୍ପତି ନେଉନାହାନ୍ତି , ସେଠାରେ କାହିଁକି ତର ବରିଆ ଭାବେ ଶାଶ୍ୱତ ମିଶ୍ର ରାଜ୍ୟପାଳଙ୍କ ସଚିବ ଭାବେ ଏ ଚିଠି କୁଳପତି ମାନଙ୍କୁ କଲେ, ଯାହାକୁ ନେଇ ଖୋଦ କୁଳପତି ମାନେ ଅସନ୍ତୋଷ ଜାହିର କରିଛନ୍ତି। କୁଳପତି ମାନଙ୍କର ମତାମତ ନିଆନଯାଇ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା ନକରି ସଚିବ କାହାର ସ୍ୱାର୍ଥ ସାଧନ ପାଇଁ ଏପରି ଏକପାଖିଆ ନିର୍ଦ୍ଦେଶ ଦେଲେ? ବୋଧ ହୁଏ ସଚିବ ଶାଶ୍ୱତ ମିଶ୍ର କିଛି ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ଏତେ ବ୍ୟଗ୍ର ଥିଲେ ଯେ 5T କୁ ଦଳି ଚକଟି ହିଟଲରି ଚିଠି ଜାରି କରିଛନ୍ତି ବୋଲି କିଛି ଛାତ୍ର ନେତା ମତବ୍ୟକ୍ତ କରିଛନ୍ତି |
ଶାଶ୍ୱତ ମିଶ୍ର ସୃଷ୍ଟି କରିଥିବା ଏହି ବୁଢିଆଣି ଜାଲ ବା ବିଭ୍ରାନ୍ତି ପରିପ୍ରେକ୍ଷୀରେ ଏହାକୁ ଖିଅ କରି ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି | ହେଲେ ଦୈତ୍ବ ପଦବୀର ଫାଇଦା ଉଠାଇ ସଚିବ ଶ୍ରୀ ମିଶ୍ରଙ୍କ ଛାତ୍ର ସମାଜ ବିରୋଧୀ ଏହି ଚିଠି ଉପରେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

0
0
0
s2sdefault