ହେଡଲାଇନସ୍:

ଜଗତସିଂହପୁର ଠାରେ ଡଃ ଵି ଆର୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ର ସଦ୍ ଭାବନା ଗୃହ ଠାରେ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକର ଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି l ଏହି ଉତ୍ସବ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ କହିଲେ ଭାରତ ରତ୍ନ ଡଃ ଵି. ଆର୍.ଆମ୍ବେଦକର ଦଳିତ ,ନିଷ୍ପେସିତ ଜନତା ଙ୍କ ସେଵା ରେ ସଂଗ୍ରାମ କରୁଥିଲେ l ସମାଜ ରେ ଭେଦଭାବ ରହିବା ଉଚିତ୍ ନୁହେଁ,ଦେଶର ପ୍ରଗତି ରେ ସମସ୍ତେ ଏକାଠି ହୋଇ କାଯ୍ୟ କରିଵା, ଜନ୍ମ ରେ କିଛି ନାହିଁ କର୍ମ ଦ୍ୱାରା ଆଗକୁ ଯିବାର ଅଛି l ଭାରତ ବର୍ଷ ସମ୍ବିଧାନ ପ୍ରଣୟନ ରେ ବାବା ସାହେବ ଆମ୍ବେଦକର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ବାବା ସାହେବ ଆମ୍ବେଦକର ସମାଜ ର ସବୁ ବର୍ଗ କୁ ଦେଖି ୧୦୦୦ବର୍ଷ ର ଚିନ୍ତା ଧାରାକୁ ନେଇ ସମ୍ବିଧାନ ପ୍ରଣୟନ କରିଥିଲେ l ସମାଜରେ ଜାତି ଭିତ୍ତିକ ପ୍ରଥାରେ ସମତୁଲ ଆଣିବା ପାଇଁ ଦଳିତ ଜାତି ମାନ ଙ୍କ ପାଇଁ ଆଇନ ପ୍ରଣୟନ କରିଥିଲେ l ସେ ଦଳିତ ଜାତିକୁ ଏକଜୁଟ ହୁଅ, ଶିକ୍ଷିତ ହୁଅ ଏବଂ ତୁମର ଅଧିକାର ସାବ୍ୟସ୍ତ କରିଵା ପାଇଁ ଆହ୍ୱାନ ଜଣାଇ ଥିଲେ l ଆଜି ଯାହା ସମସ୍ୟା ଆସୁଛି ,ସମ୍ବିଧାନ ଅନୁଯାୟୀ ତାହାର ସମାଧାନ ହୋଇପାରିଛି l ସମ୍ନାନୀତ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା କହିଲେ ବା ବା ସାହେବ ଆମ୍ବେଦକର ଗଣତାନ୍ତ୍ରିକ ପଦ୍ଧତି ସହିତ ସମାଜରେ ସଂସ୍କାର ଆଣିଥିଲେ lସମାଜରୁ ଛୁଆଁ ଅଛୁଆଁ ଭେଦ ଭାବ ଦୂର କରିଥିଲେ lସେ ଉଚ୍ଚ ଶିକ୍ଷିତ ଥିଲେ ଓ ସ୍ଵାଧୀନ ଭାରତ ର ପ୍ରଥମ ଆଇନ ମନ୍ତ୍ରୀ ହୋଇଥିଲେ lଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଜାତା ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ଜାତି ପ୍ରଥା ,ଅସ୍ପୃସ୍ୟତ ଦୂର ପାଇଁ ଆମ୍ବେଦକର ଆପ୍ରାଣ ଉଦ୍ୟମ କରିଥିଲେ lରାଷ୍ଟ୍ର ର ଉନ୍ନତି ,ଏକତା ଓ ଅଖଣ୍ଡତା ପାଇଁ କାଯ୍ୟ କରିଥିଲେ l ପ୍ରାରମ୍ଭରେ ଅତିଥି ମାନେ ବାବା ସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ l

0
0
0
s2sdefault