ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଜିଲ୍ଳାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ରାଷ୍ଟ୍ର ନାୟକ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଙ୍କ ୧୩୧ତମ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସୂଚନା କେନ୍ଦ୍ର ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ଙ୍କ ଆବାହକତ୍ୱରେ ଆଇନଯିବି ଦିଲ୍ଲୀପ କୁମାର ଗୁରୁ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବଣାଇ ମହାବିଦ୍ୟାଳୟ ଅଧକ୍ଷ ଜେନାମଣି ସାହୁ, ବରିଷ୍ଟ ନାଗରିକ ମାର୍କଣ୍ଡେଶ୍ୱର ଶତପଥୀ, ହରିଜନ ଆଦିବାସୀ ଉନ୍ନୟନ ସଂସ୍ଥା ର ସମ୍ପାଦକ ଡ଼: ଉଇଲିୟମ ହେନେଜ ଓ ସାମ୍ବାଦିକ ମିତ୍ରଭାନୁ ମହାପାତ୍ର ପ୍ରମୁଖ ମଞ୍ଛାସିନ ରହି ଆୟୋଜିତ କାର୍ଯ୍ୟକ୍ରମରେ ମହାନ ଜନନାୟକ ବାବା ସାହେବ ଆମ୍ବେଦକର ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ସମସ୍ତ ଅତିଥି ବାବା ସାହେବ ଆମ୍ବେଦକର ଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ପୁରସ୍କାର ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସେହିପରି ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ନଗର ବିଜେପି ଅନସୁଚିତ ଜାତି ସେଲ ପକ୍ଷରୁ ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତି ପାଳନ କରାଯାଇଥିଲା। ଦେବଗଡ଼ ପୌର ପରିଷଦର ଉପନଗରପାଳ ପରଜିତ କୁମାର ଭୋଜ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ଉତ୍ସବ ରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ରୋହିତ ଗଙ୍ଗଦେବ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଅରୁଣ କୁମାର ସାହୁ ଓ ଆଇନଜିବି ପ୍ରଭାସ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଜନନାୟକ ବାବା ସାହେବ ଆମ୍ବେଦକର ଙ୍କ ଦଳିତ ଙ୍କ ପାଇଁ ଅବଦାନ ଓ ସ୍ଵାଧୀନ ଭାରତର ସମ୍ବିଧାନ ନିର୍ମାଣ ରେ ବାବା ସାହେବ ଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ।
ଜୟନ୍ତି ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲେ। ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ଯ ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତି କୁ ଖୁବ୍ ଧୁମଧାମରେ ପାଳନ କରାଯାଇଥିଲା।
ରାଜ୍ୟ
ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତୀ ପାଳିତ
- Hits: 462