-
୨୪ ଘଂଟିଆ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ଯେକୌଣସି ସମୟରେ ସୁବିଧା ଓ ସମାଧାନ ଆଣିଦେବ
-
ସମସ୍ତ ଗ୍ରାହକ ଅଭିଯୋଗ ପାଇଁ ନିରବଚ୍ଛିନ୍ନ ତ୍ୱରିତ ସମାଧାନ ପ୍ରଦାନ କରିବା ଲକ୍ଷ୍ୟ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟତ ବିତରଣ ପାଇଁ ଗଠିତ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଓଡ଼ିଆ ନବବର୍ଷ ଭଳି ପବିତ୍ର ଅବସରରେ ବ୍ରହ୍ମପୁରର ଆମ୍ବଗଡ଼ା ଠାରେ ୫୦ ସିଟ୍ ବିଶିଷ୍ଟ କଲ୍ ସେଂଟରର ଶୁଭାରମ୍ଭ କରାଯାଇଛି ।
ଏହି କଲ୍ ସେଂଟରରେ ଏକ ସମନ୍ୱିତ ଇଟଂରଆକ୍ଟିଭ୍ ଭଏସ୍ ରେସ୍ପନ୍ସ ସିଷ୍ଟମ୍ (ଆଇଭିଆର୍ଏସ୍), କମ୍ପ୍ୟୁଟର ଟେଲିଫୋନି ଇଂଟିଗ୍ରେସନ (ସିଟିଆଇ) ଓ ଗ୍ରାହକ ସମ୍ପର୍କ ପରିଚାଳନା (ସିଆର୍ଏମ୍)ର ବ୍ୟବସ୍ଥା ସହିତ ସମସ୍ତ ଗ୍ରାହକ ଅଭିଯୋଗର ଯତ୍ନ ନେବା ପାଇଁ ଉଚ୍ଚ ତାଲିମପ୍ରାପ୍ତ ପେସାଦାରମାନେ ରହିଛନ୍ତି ।
ବୈଷୟିକ, ସୁରକ୍ଷା ଓ ବିଦ୍ୟୁତ ଯୋଗାଣ ସମ୍ପର୍କିତ ଅଭିଯୋଗ; ବିଲିଂ, ମିଟରିଂ ଓ ପେମେଂଟ୍ ସମ୍ପର୍କିତ ଅଭିଯୋଗ; ଅଗ୍ନିକାଣ୍ଡ ଓ ଜରୁରୀକାଳୀନ ଅଭିଯୋଗ, ଅଭିଯୋଗର ସ୍ଥିତି ଜାଣିବା, ନୂଆ ସଂଯୋଗ, ସଲଗ୍ନ ଶୁଳ୍କ ଓ ଚୋରି, ଉତ୍ପୀଡ଼ନ ଓ ନୈତିକତାର ସମସ୍ୟା ଭଳି ବିଭିନ୍ନ ପ୍ରକାର ସେବା ପାଇଁ ଏକ ଦେୟମୁକ୍ତ (ଟୋଲ୍ ଫ୍ରି) ନମ୍ବର ୧୮୦୦-୩୪୫-୬୭୯୭/ ୧୯୧୨ ରହିଛି ଯାହା ବର୍ଷତମାମ ଚବିଶ ଘଂଟା ଉପଲବ୍ଧ । ଏହି ଦେୟମୁକ୍ତ ନମ୍ବରକୁ ଉଭୟ ମୋବାଇଲ୍ ଓ ଲ୍ୟାଣ୍ଡ୍ଲାଇନ୍ରେ ହାସଲ କରିହେବ ଏବଂ ସମସ୍ତ ଗ୍ରାହକଙ୍କ ପାଇଁ ତାହା ଲାଭଦାୟକ ହେବ ।
ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ଯେ, “ବହୁ ଅଭିଯୋଗ ପାଇଁ ଗୋଟିଏ ସମାଧାନ କେନ୍ଦ୍ର ଭାବେ ଆମେ କଲ୍ ସେଂଟର ସେବାର ଶୁଭାରମ୍ଭ କରିଛୁ । ଆମ ମୂଲ୍ୟବାନ ଗ୍ରାହକଙ୍କ ପ୍ରଶ୍ନଗୁଡ଼ିକୁ ସ୍ୱଳ୍ପ ସମୟ ଭିତରେ ସମାଧାନ କରିବାରେ ଏହା ସହାୟକ ହେବ । ଗ୍ରାହକମାନଙ୍କ ଯନ୍ତ୍ରଣାକୁ ଚିହ୍ନଟ କରିବା ଏବଂ ନୂଆ ଓ ଅଭିନବ ସମାଧାନ ଜରିଆରେ ସେଗୁଡ଼ିକର ସମାଧାନ କରିବା ଲାଗି ଆମେ ପଦକ୍ଷେପ ଗ୍ରହଣ କରିବା ଜାରି ରଖିବୁ ।’’
ଭାରତୀୟ ମାନକ ମାନଦଣ୍ଡ ଅନୁସାରେ ମିଟର କାଲିବ୍ରେସନ ଓ ପରୀକ୍ଷା ପାଇଁ ବ୍ରହ୍ମପୁରରେ ମିଟର ଟେଷ୍ଟିଂ ଲାବୋରେଟୋରି (ମିଟର ପରୀକ୍ଷା ପରୀକ୍ଷାଗାର)ର ଶୁଭାରମ୍ଭ କରାଯାଇଛି । ସିଙ୍ଗଲ୍ ଫେଜ୍ ଓ ତିନି ଫେଜ୍ ମିଟରର ପରୀକ୍ଷା ପାଇଁ ଏହି ମିଟର ଟେଷ୍ଟିଂ ଲାବୋରେଟୋରିରେ ତିନିଟି ସ୍ୱୟଂକ୍ରିୟ ପରୀକ୍ଷା ବେଂଚ୍ ରହିଛି । ଭାରତୀୟ ମାନକ ଓ ଆନ୍ତର୍ଜାତିକ ମାନକ ଅଧାରରେ ଏହି ମେଟ୍ରୋଲୋଜିକାଲ୍ ପରୀକ୍ଷା କରାଯାଉଛି । ଏହି ପରୀକ୍ଷା ବେଂଚ୍ଗୁଡ଼ିକରେ ବିଭିନ୍ନ ସୁବିଧା ରହିଛି ଯାହା ଲାବୋରେଟୋରିରେ କ୍ଷେତ୍ର ସ୍ଥିିତି ଅନୁକରଣ କରିବ ଏବଂ କ୍ଷେତ୍ରରେ ଶକ୍ତି ମିଟରର ସ୍ଥିରତା ପରୀକ୍ଷା କରିବା ଲାଗି ଏହି ପ୍ରଭାବିକ ସ୍ଥିତିରେ ଶକ୍ତି ମିଟରକୁ ପରୀକ୍ଷା କରାଯାଇପାରିବ । ବିନା କୌଣସି ମାନବ ହସ୍ତକ୍ଷେପରେ ସମସ୍ତ ପ୍ରକାରର ପରୀକ୍ଷାକୁ କମ୍ପ୍ୟୁଟର ଭିତିକ ପ୍ରାକ୍-ନିର୍ଘଂଟ କାର୍ଯ୍ୟକ୍ରମ ଅନୁସାରେ ପରିଚାଳନା କରାଯାଉଥିବାରୁ ଉଚ୍ଚ ଗ୍ରାହକ ସନ୍ତୁଷ୍ଟି ମିଳିପାରୁଛି ।