ହେଡଲାଇନସ୍:

ଛାତ୍ରୀଙ୍କୁ କାନ ଧରି ଉଠ ବସ ଘଟଣା: ମନ୍ତ୍ରୀଙ୍କ ନିର୍ଦେଶ ପରେ ତଦନ୍ତ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)ଗତକାଲି ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦୀ ବାପୁଜୀ ବିଦ୍ୟାଳୟରେ ଭୂଗୋଳ ଶିକ୍ଷକ ଛାତ୍ରୀଙ୍କୁ ଉଠ ବସ କରାଇବାରୁ ୭ ଜଣ ଛାତ୍ରୀଙ୍କର ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡିବା ବିଷୟ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଘଟଣାଟି ବିଭିନ୍ନ ଟିଭି ମାନଙ୍କରେ ପ୍ରସାରିତ ହୋଇଥିଲା |ଏହାକୁ ଦେଖି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଦୁଃଖ ପ୍ରକାଶ କରି ତୁରନ୍ତ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ |ତାଙ୍କ ନିର୍ଦେଶରେ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ କେଶବ ମେହେର ପାଟଣାଗଡ଼ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ |ତେବେ ଏଭଳି ସ୍ପର୍ଶକାତର ଘଟଣା ଅଞ୍ଚଳରେ ପ୍ରଥମ କରି ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି |ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ସମ୍ପୃକ୍ତ ଭୂଗୋଳ ଶିକ୍ଷକ ବିକାଶ ଧରୁଆ ଓ ପ୍ରଧାନ ଶିକ୍ଷକଙ୍କୁ ଡ଼ାକି ତଦନ୍ତ ଆରମ୍ଭ କରିଥିବାର ଇତିମଧ୍ୟରେ ଜଣାପଡିଛି |

0
0
0
s2sdefault