ଚିଲିକା (ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୫ ତାରିଖରୁ ଆରମ୍ଭ ହୋଇଯାଇଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷା ରଶ୍ମିତା ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ବକ୍ତା ଭାବେ ବାଣପୁର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିନାଶ ମହାନ୍ତି , ଏବଂ ସୋତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ନୃସିଂହ ଚରଣ ମିଶ୍ର ଯୋଗଦେଇଥିଲେ l ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ଓ ନିଜ ନିଜ ବକ୍ତବ୍ୟ ରଖୁଥିଲେ l ଅଧ୍ୟାପକ ସର୍ବେଶ୍ୱର ଷଡଙ୍ଗୀ , ମନୋଜ କୁମାର ମହାପାତ୍ର , ପ୍ରସାନ୍ତ କୁମାର ଦାସ ପ୍ରମୁଖ ଉକ୍ତ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଶିବିର ରେ ଯୋଗଦେଇ ସେମାନଙ୍କ ମତାମତ ବ୍ୟକ୍ତ କରୁବା ସହ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସାଧନକର୍ମୀ କଳ୍ପଶ୍ରୀ ପ୍ରଧାନ ଓ ରିଙ୍କି ବରାଳ ପ୍ରଶିକ୍ଷଣ ସମ୍ବଦିୟ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ l ମୁଖ୍ୟ ଅତିଥି ଙ୍କ ଦ୍ଵାରା ଶିବିରାଧିନି ମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବାବେଳେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଙ୍କୁ ମଞ୍ଚରେ ସମ୍ବଧନ କରାଯାଇଥିଲା l ଶେଷରେ କ୍ରୀଡା ଅଧ୍ୟାପକ ଶ୍ରୀ ମାନସିଂହ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ
- Hits: 438