ରବି ନାରାୟଣ ସାହୁ/ଖୋର୍ଦ୍ଧା -ଗତ ତା -03.04.2022 ରିଖ ଦିନ ରାତ୍ର 2.10 ମିନିଟ ସମୟ ରେ ବାଘମାରି ବଜ଼ାର, ଜାତୀୟ ରାଜପଥ -57 ନିକଟରେ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ବୋଝେଇ ଏକ ଟାଟା ଏ.ସି. ଗାଡି ଯାହାର ନମ୍ବର ହେଉଛି -OD02AP-2036 ଯାଉଥିବା ସମୟ ରେ ଡକାୟତ ମାନେ ଗାଡି ଡ୍ରାଇଭର କୁ ଆକ୍ରମଣ କରି ଗାଡି ଟିକୁ ଅପହରଣ କରି ନେଇଥିଲେ l ଯେଉଁଥିରେ 30 ଲକ୍ଷ ଟଙ୍କା ରୁ ଉର୍ଦ୍ଧ ବିଭିନ୍ନ ଇଲୋକ୍ଟ୍ରୋନିକ୍ସ ଉପକରଣ ରହିଥିଲା l ଏ ସମ୍ପର୍କ ରେ ଗାଡି ର ଚାଳକ ସନ୍ତୋଷ କୁମାର ଗୌଡ଼ ବାଘମାରି ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଙ୍କ ନିର୍ଦେଶକ୍ରମେ ବାଘମାରୀ ଥାନା କେଶ ନମ୍ବର -37/2022, ତା -03.04.2022 ରିଖ ରେ ଦଫା -379/34/395 ରେ ମାମଲା ରୁଜୁ କରି ଖୋର୍ଦ୍ଧା ସଦର ଏସ.ଡ଼ି. ପି. ଓ଼. ସୁଶୀଲ କୁମାର ମିଶ୍ର ଙ୍କ ନେତୃତ୍ୱ ରେ ବାଘମାରି ଥାନା ଇନିସପେକ୍ଟର ଅର୍ଚନା ନାୟକ, ସବଇନିସପେକ୍ଟର ରଶ୍ମି ରଞ୍ଜନ ଦାଶ, ବ୍ରହ୍ମାନନ୍ଦ ସ୍ୱାଇଁ, ପଦ୍ମଲୋଚନ ବେହେରା, ସୁକାନ୍ତ କୁମାର ଦଳେଇ ଏବଂ ଖୋର୍ଦ୍ଧା ସ୍ପେସିଆଲ ସ୍କ୍ୱାଡ଼ ଚଢ଼ାଉ କରି ସମସ୍ତ ଲୂଟ ସାମଗ୍ରୀ ଜବତ କରିବା ସହିତ ଚାରି ଅଭିଯୁକ୍ତ ପ୍ରଫୁଲ୍ଲ କୁମାର ନାୟକ, ଦେବାଶିଷ ସ୍ୱାଇଁ, ବିଶ୍ୱଜିତ ପରିଡା ଏବଂ ସନ୍ତୋଷ କୁମାର ନାୟକ କୁ ଗିରଫ କରିବା ସହିତ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଖୋର୍ଦ୍ଧା ଆଦର୍ଶ ଥାନା ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l
ରାଜ୍ୟ
ଚାରି ଦୁର୍ଦାନ୍ତ ଡକାୟତ ଗିରଫ,ଲକ୍ଷାଧିକ ଟଙ୍କାର ଲୂଟ ସାମଗ୍ରୀ ଜବତ l
- Hits: 314