ଭୁବନେଶ୍ୱର: ଭାରତରେ ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ଜୀବନ ବୀମା କଂପାନି ଏସବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶାର ପୁରୀ ସହରରେ ଏହାର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହା ପଛର ଉଦ୍ଦେଶ୍ୟ ହେଉଛି ସାରା ରାଜ୍ୟରେ ସମସ୍ତଙ୍କ ପାଖରେ ଜୀବନ ବୀମାକୁ ସହଜରେ ପହଂଚାଇବା । ଏହି ନୂତନ ଶାଖା କାର୍ଯ୍ୟାଳୟ ପ୍ରଥମ ମହଲା, ଗୁୁଣ୍ଡିଚା ମନ୍ଦିର ପାଖ, ପ୍ଲଟ ନଂ-୬୮୦/୧, ଗ୍ରାଣ୍ଡ୍ ରୋଡ୍, ପୁରୀ, ଓଡ଼ିଶା, ପିନ୍ କୋଡ୍-୭୫୨୦୦୨ରେ ଅବସ୍ଥିତ । ଏସବିଆଇ ଲାଇଫ୍ର ବ୍ୟାପକ ବୀମା ସମାଧାନ ହାସଲ କରିବା ଲାଗି ଏହି ଅଂଚଳର ବାସିନ୍ଦାମାନଙ୍କ ପାଇଁ ନୂତନ ଭାବେ ଖୋଲାଯାଇଥିବା ଶାଖା କାର୍ଯ୍ୟାଳୟ ହେଉଛି ନୂଆ ଟଚ୍ପଏଂଟ୍ ।
ଅନ୍ୟ ସମ୍ମାନନୀୟ ଅତିଥିମାନଙ୍କ ଉପସ୍ଥିତିରେ ଏସବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ଭୁବନେଶ୍ୱର ଅଂଚଳର ଆଂଚଳିକ ନିର୍ଦେଶକ ଶ୍ରୀଯୁକ୍ତ ଅମିତ କୁମାର ଶାହ ଓ ପୂରୀ ଅଂଚଳର ଆଂଚଳିକ ପ୍ରବନ୍ଧକ, ଏଜିଏମ୍ ଶ୍ରୀଯୁକ୍ତ ଶଙ୍କର୍ଷଣ ମଲ୍ଲିକଙ୍କ ସହ ମିଶି ଏହି ନୂତନ ଶାଖା କାର୍ଯ୍ୟାଳୟକୁ ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ତଥା ଉନ୍ନୟନ କମିଶନର ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା, ଆଇଏଏସ ଉଦ୍ଘାଟନ କରିଛନ୍ତି ।
ମହାମାରୀ ଯୋଗୁଁ ବିଶ୍ୱସ୍ତର ଓ ଭାରତରେ ଜୀବନ ବୀମା କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି । ଅର୍ଥନୈତିକ ସର୍ଭେ ୨୦୨୧-୨୨ ଅନୁଯାୟୀ, ଦେଶରେ ଜୀବନ ବୀମା ସାନ୍ଧ୍ରତା ୨୦୧୯ର ୨.୮୨%ରୁ ୨୦୨୦ରେ ୩.୨%କୁ ବୃଦ୍ଧି ପାଇଛି । ଏହି ତଥ୍ୟରୁ ଏହା ପ୍ରମାଣିତ ହେଉଛି ଯେ ଭାରତରେ ଜୀବନ ବୀମା ପାଇଁ ବିପୁଳ ଚାହିଦା ରହିଥିବା ବେଳେ ସୀମିତ ସଚେତନତା ଓ ଏହି ବିଷୟରେ ଜ୍ଞାନର ଅଭାବ ରହିଛି । ଏସବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ଏହି ନୂତନ ଶାଖା କାର୍ଯ୍ୟାଳୟ ଜରିଆରେ ସାଧାରଣ ଲୋକଙ୍କୁ ଜୀବନ ବୀମାର ଗୁରୁତ୍ୱ ବିଷୟରେ ବୁଝାଇବ ଏବଂ ଏହାର ବ୍ୟାପକ ଉତ୍ପାଦ ଓ ଦୃଢ଼ ବିତରଣ ନେଟୱର୍କ ଜରିଆରେ ଅଧିକରୁ ଅଧିକ ଲୋକଙ୍କୁ ବୀମା ସୁରକ୍ଷା ଅଧୀନକୁ ଅଣାଯାଇପାରିବ ।
ଆବଶ୍ୟକ ଭିତିକ ବିକ୍ରି ଜରିଆରେ ଏହି ନୂତନ ଶାଖା ବାସିନ୍ଦାମାନଙ୍କ ସହ ଯୋଡ଼ି ହେବାକୁ ଏବଂ ସେମାନଙ୍କୁ ବୀମା ସମାଧାନର ବ୍ୟାପକ ବର୍ଣ୍ଣାଳୀ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଅପହଂଚ ବଜାରରେ ପହଂଚିବା ଲାଗି କଂପାନିର ପଦକ୍ଷେପ ଅନୁସାରେ ଏହି ନୂଆ ଶାଖା ଖୋଲାଯାଇଛି ତେଣୁ ସାରା ଦେଶରେ ଏହା ଜୀବନ ବୀମା ସାନ୍ଧ୍ରତାରେ ବୃଦ୍ଧି ଆଣିବ ।
ବୀମାଉତ୍ପାଦ ପ୍ରଦାନ କରିବା ସହିତ ନୂଆ ଏସବିଅ୍ଧବ ଲାଇଫ ଇନସ୍ୟୁରାନ୍ସ ଶାଖା ପଲିସି ସେବା, ପଲିସି ନବୀକରଣ ଓ ଦାବି ସମ୍ପର୍କିତ ପ୍ରଶ୍ନଗୁଡ଼ିକର ଯତ୍ନ ନେବ । ଏହା ବ୍ୟତୀତ, ଏହି ନୂତନ ଶାଖା ଗ୍ରାହକମାନଙ୍କୁ ପ୍ରଭାବୀ ଓ ସଠିକ୍ ସମୟ ଯୋଗାଯୋଗ ପାଇଁ ହ୍ୱାଟସ୍ଆପ୍ ସେବା, ଲିଙ୍କ ଜରିଆରେ ନବୀକରଣ ପ୍ରାପ୍ୟ ପ୍ରଦାନ କରିବା; ଫଣ୍ଡ୍ ମୂଲ୍ୟ ଜାଣିବା ଓ ପ୍ରିମିୟମ୍ ପ୍ରଦାନ ସାର୍ଟିଫିକେଟ୍ ପାଇଁ ପୁରୁଣା ଗ୍ରାହକମାନଙ୍କୁ ମିସଡ୍ କଲ୍ ସେବା; ପଲିସି ବିବରଣୀ, ନବୀକରଣ ବିବରଣୀ, ଇମେଲ୍ ଆଇଡି, ପାନ୍ ନମ୍ବର ପଞ୍ଜୀକରଣ ଓ ଆହୁରି ବହୁତ କିଛି ପାଇଁଏହା ଏସଏମ୍ଏସ୍ ସେବା ଭଳି ଅତିରିକ୍ତ ସୁବିଧା ପ୍ରଦାନ କରିବ ।
ରାଜ୍ୟ
ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶାରେ ନେଟ୍ୱର୍କ ସମ୍ପ୍ରସାରଣ; ପୁରୀରେ ଖୋଲିଲା ନୂତନ ଶାଖା
- Hits: 878