ଗାଇସିଲାଟ/ ଶାସକ ପ୍ରଶାସକ - ପଂଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ପରିସରରେ “ଆତ୍ମସୁରକ୍ଷା ତାଲିମ” ଶିବିର ର ଉଦ୍ଯାପନୀ ସଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସତ୍ୟନାରାୟଣ ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଗାଇସିଲାଟ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଅପୂର୍ଣ୍ଣ।।ଙ୍ଗ କାର୍ଯ୍ୟ କୁ ପୂର୍ଣ୍ଣାଙ୍ଗ କରିବା ସହ ଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ପ୍ରେରଣା ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ନବନିର୍ବାଚିତା ଜିଲ୍ଳା ପରିଷଦ ସଭ୍ୟା ଶ୍ରୀମତୀ ଝରଣା ପାଣିଗ୍ରାହୀ ଯୋଗ ଦେଇ ନାରୀଶକ୍ତି ଉପରେ ବକ୍ତବ୍ୟ ରଖି ନିଜ ଦକ୍ଷତା ଅନୁସାରେ ମହାବିଦ୍ୟାଳୟ ର ଉନ୍ନତି କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଡ଼. ଜୟକେତନ ତ୍ରିପାଠୀ ଙ୍କ ସଂଯୋଜନାରେ ଉକ୍ତସଭା ପରିଚାଳିତ ହୋଇଥିଲା । ଡ଼. ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ, ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଉପଦେଶ ପ୍ରଦାନ ସଙ୍ଗେ ସଙ୍ଗେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଧ୍ୟାପକ ମାନସ କୁମାର ଦାଶ, ବରିଷ୍ଠ ଅଧ୍ୟାପକ ନାରାୟଣ ମିଶ୍ର ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଭାପତି ତାଙ୍କ ଅଭିଭାଷଣ ରେ ଛାତ୍ରୀମାନଙ୍କ ମନୋବଳ ବୃଦ୍ଧି ପାଇଁ ସରକାରଙ୍କ ଏହା ଏକ ଉପଯୁକ୍ତ ପଦକ୍ଷେପ ବୋଲି ଯୁକ୍ତି ବାଢ଼ିଥିଲେ ।
ସୁକନ୍ୟା ଶକ୍ତି ସଂଗଠନର ଶ୍ରୀଯୁକ୍ତ ଅନଙ୍ଗ ଉଦୟ ଭୋଇ ଯୋଗଦେଇ ଯୋଜନା ଉପରେ ଗୁରୁଦ୍ୱ ପ୍ରଦାନ କରିଥିଲେ । ସଂଯୋଜକ ହେମନ୍ତ କୁମାର ପଣ୍ଡା ଙ୍କ ସ୍ୱରଚିତ ଓ ନିର୍ଦ୍ଦେଶିତ ଏକ ନାଟ୍ୟାଭିନୟ ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ଛାତ୍ରୀ ମାନଙ୍କ ଦ୍ୱାରା “ନାରୀ ସୁରକ୍ଷା” ଉପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅତିଥି ମାନଙ୍କ ମନହରଣ କରିଥିଲା । ସମସ୍ତ ତାଲିମପ୍ରାପ୍ତ ଛାତ୍ରୀ ମାନଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ମାଷ୍ଟର ଟ୍ରେନର କଲ୍ୟାଣୀ କଲେତ ଆଠ ଦିନ ଧରି ଏହି ଶିବିର କୁ ସଂଯୋଜକଙ୍କ ସହିତ ସୁଚାରୁ ରୂପେ ତାଲିମ ପ୍ରଦାନ କରିବା ସହ ଶିବିର କୁ ପରିଚାଳନା କରିଥିଲେ । ଶେଷରେ “ଆତ୍ମସୁରକ୍ଷା” ତାଲିମ ର ସଂଯୋଜକ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।