ଭୁବନେଶ୍ୱର : ରାଜ୍ୟ ସରକାର ଖୁବ ଶୀଘ୍ର ଆଇପିଏସ ଓ ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିବେ ବୋଲି ଚର୍ଚା ହେଉଥିବା ବେଳେ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ତଥା ୧୯୯୨ ବ୍ୟାଚ ବରିଷ୍ଠ ଆଇପିଏସ ଅଫିସର ଲଳିତ ଦାସଙ୍କୁ ଗୁଇନ୍ଦା ବିଗହଗ ଦାୟିତ୍ବରୁ ଅବ୍ୟାହତି ଦେଇଛନ୍ତି | ତାଙ୍କୁ ସ୍ବରାଷ୍ଟ୍ର ବିଭାଗରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ଅବସ୍ଥାପିତ କରିଛନ୍ତି | ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏସଏପି) ତଥା ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଆର ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି |
ରାଜ୍ୟ
ଗୁଇନ୍ଦା ଦାୟିତ୍ବରୁ ଲଳିତଙ୍କୁ ଅବ୍ୟାହତି : କୋଚେଙ୍କୁ ଅତିରିକ୍ତ ଦାୟିତ୍ୱ
- Hits: 478