କେନାଲ ପାଣି କୁ ସାହା ଭରସା କଲେ ନାରାୟଣ ପୁର ଗ୍ରାମବାସୀ।
କଲ୍ୟାସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ସଦର ଗ୍ରାମ ରେ ପାଣି ପାଇଁ ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳିଛି।ଉକ୍ତ ଗ୍ରାମ ରେ ( ବୋର ୱାଲ୍) ଅଛି କିନ୍ତୁ କାମ ରେ ଆସୁନି, ନଳ କୂପ ମଧ୍ୟ ସେ ଅବସ୍ଥା ରେ ରହିଛି ଯାହା ଫଳରେ ପାନୀୟ ଜଳ ପାଇଁ ଗ୍ରାମବାସୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।ଗାଁରେ ପ୍ରାୟ ୧୮୦ଘର ରହିଥିବା ବେଳେ ୬୫୦ ଜନସଂଖ୍ୟା ରହିଛି ।ଏଠାରେ ନଳ କୂପ ସହ ବୋର ୱାଲ୍ ରହିଛି । କିନ୍ତୁ ପାଣି ବାହାରିବା କଷ୍ଟ କର ହୋଇଯାଇଛି । ଗାଁ ଦେଇ ଯାଇଥିବା( ବାଟିଆ) କେନାଲ ରୁ ପାଣି ନେଇ ଘରେ ବ୍ୟବହାର କରୁଥିବା ଦେଖିବା କୁ ମିଳିଛି। ଏହି ପାଣି ବ୍ୟବହାର କରି ବିଭିନ୍ନ କାଛୁ କୁଣ୍ଡିଆ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ କହିଛନ୍ତି। ଏ ହି ସମସ୍ୟାକୁ ନେଇ ପଞ୍ଚାୟତ ର ସରପଞ୍ଚ ,ଗ୍ରାମ ସେବକ, ବିଡିଓ, ନେତା ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ କେହିହେଲେ ଶୁଣୁ ନଥିବା ଗ୍ରାମବାସୀ କହିଛନ୍ତି । ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ନେତା ମନ୍ତ୍ରୀ ଙ୍କ ଦେଖା ମିଳେ ସେତେ ବେଳେ ବିଭିନ୍ନ ପ୍ରକାରର ଲାଳସା ଦେଖାଇ ଭୋଟ ନେଇଯାଇ ଜିତି ଯାଉଛନ୍ତି । ଜିତିଜବା ପରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଓ ଲାଳସା କୁ ସମ୍ପୂର୍ଣ ଭୁଲି ଯାଉଛନ୍ତି ।ଯଦି ଆଗାମୀ ଦିନରେ ସୁଧ ପାନୀୟ ଜଳ ନ ମିଳିଲେ ନାରାୟଣପୁର ଗ୍ରାମର ମହିଳା ମାନେ କଲ୍ୟାସିଂହପୁର ବ୍ଲକ ସାମ୍ନା ରେ ହାଣ୍ଡି ମାଠିଆ ନେଇ ବସିବା କୁ ବାଧ୍ୟ ହେବୁ ବୋଲି ଗ୍ରାମର ମିଣୀୟକା ଏଲାମା,ମହାନନ୍ଦିଆ ରେବତୀ, କାଡ୍ର।କା କୁଡ଼୍ଞି, ବିଡ଼ିକା ଦୂର, କହିଛନ୍ତି ।ଏହି ବିଷୟ ରେ ସ୍ଥାନୀୟ ବିଡ଼ିଓ ସୁଧାକର ରଇତ ଙ୍କୁ ପଚାରିବାରୁ କହିଥିଲେ ଜଉ ଗାଁ ରେ ପାଣି ର ସମସ୍ୟା ରୁହେ ସେ ଗାଁ କୁ ଯଥା ଶୀଘ୍ର ପାଣି ଟେଙ୍କର୍ ରେ ପାଣି ର ବେବସ୍ତା କରିଦିଆଯିବ ।