ହେଡଲାଇନସ୍:

ଅସୁରେଶ୍ୱର ଶ୍ରୀ ଶ୍ରୀ ରଘୁନାଥ ଜୀୟୁଙ୍କ ପୀଠରେ ଶ୍ରୀରାମ ନବମୀ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେଂଟାଳୋ ଗ୍ରାମପଂଚାୟତ ମଲ୍ଲୀପୁର ଅସୁରେଶ୍ୱର ସ୍ଥିତ ଓଡ଼ିଶା ତଥା ପୁରାଣ ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ଜୀୟୁଙ୍କ ପୀଠରେ ଦୁଇ ବର୍ଷ ପରେ ଚଳିତ ବର୍ଷ ମହାମାରୀ କରୋନା ଦୂର ହୋଇଥିବାରୁ ଭଗବାନ ଓ ଭକ୍ତ ମଧ୍ୟରେ ଏକ ଆଧ୍ୟାତ୍ମିକ ମିଳନ ମଧ୍ୟରେ ଶ୍ରୀରାମ ନବମୀ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଫଳରେ ସମଗ୍ର ଅ ଳର ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ମନ୍ଦିର ପରିଚାଳନା କମିଟିର ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ସାହୁ ଙ୍କ ସୂଚନା ଅନୁଯାୟୀ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରଘୁନାଥଜୀଙ୍କର ଅପାର କରୁଣାରୁ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ଜନ୍ମୋତ୍ସବ ଯାତ୍ରା ଆଜି ଅର୍ଥାତ ୧୦ ତାରିଖରୁ ଶ୍ରୀରାମ ନବମୀ ଉପଲକ୍ଷେ ଆରମ୍ଭ ହୋଇ ଶ୍ରୀ ଦଧିବାମନ ଜୀଉ ଜନ୍ମୋତ୍ସବ ପରେ ରାତ୍ର ସମୟରେ ମନ୍ଦିର ପ୍ରବେଶ, ୧୧ ତାରିଖ ଦିନ ଖଡ଼ିଛୁଆଁ ବିଦ୍ୟାରମ୍ଭ ,୧୨ ତାରିଖ ଦିନ ମହାଦେବ ବିବାହ, ୧୩ ତାରିଖ ଦିନ ସୀତା ବିବାହ, ପର୍ଶୁରାମ ଭେଟ, ୧୪ ତାରିଖ ଦିନ ମହାବିଷୁବ ପଣା ସଂକ୍ରାନ୍ତି,ଶ୍ରୀ ହନୁମାନ ଜୀଉଙ୍କ ୧୦୮ ହନୁମାନ ଚାଳିଶା ପାଠ,ଶ୍ରୀରାମ ରାହାସ , ବନବାସ, ୧୫ ତାରିଖ ଦିନ ସୀତା ହରଣ, ରାବଣ ଓ ଜଟାୟୁ ଯୁଦ୍ଧ, ୧୬ତାରିଖ ଦିନ ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ଜୀଉଙ୍କ ପ୍ରସିଦ୍ଧ ଦାଣ୍ଡଯାତ୍ରା,ଶ୍ରୀ ଜୀଉଙ୍କର ଶ୍ରୀ ଦଧିବାମନ ଜୀଉଙ୍କର ମନ୍ଦିରକୁ ଯାତ୍ରା ସମୟ,୧୭ ତାରିଖ ଦିନ ହନୁମାନ ଭେଟ ଓ ବାଳିବଧ, ୧୮ ତାରିଖ ଦିନ ହନୁମାନ ଜୀଉ ମହାରାଜାଙ୍କ ଲଙ୍କା ଯାତ୍ରା ଓ ନାଗଫାଶ ବନ୍ଧନ,୧୯ ତାରିଖ ଦିନ ସେତୁବନ୍ଧ,ରାବଣ ସୈନ୍ୟ କଳନା,ଅତିକାୟ, ତରଣୀସେନ ଓ ବୀରବାହୁ ବଧ,୨୦ତାରିଖ ଦିନ ରାବଣ ବଧ,ଶ୍ରୀରାମ ଅଭିଷେକ, ମେ ୧୦ ତାରିଖ ଦିନ ପବିତ୍ର ସୀତାନବମୀ,ସୀତା ଦେବୀଙ୍କ ଜନ୍ମୋତ୍ସବ ଓ ଅଷ୍ଟପ୍ରହର ନାମଯଜ୍ଞ ଆଦି ପାରମ୍ପରିକ କାର୍ଯ୍ୟକ୍ରମ ରୀତିନୀତି ଅନୁଯାୟୀ ଅନୁଷ୍ଠିତ କରାଯିବ ବୋଲି ପ୍ରକାଶ କରାଯାଇଛି । ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏବଂ ଧର୍ମପତ୍ନ ଡ଼େଜି ଜେନା ପହଂଚି ଶ୍ରୀ ରଘୁନାଥଜୀଉଙ୍କୁ ପୂଜାର୍ଚ୍ଚନା କରିବା ସହ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ଓ ମନ୍ଦିରରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଭକ୍ତବୃନ୍ଦମାନଙ୍କୁ ଶ୍ରୀରାମ ନବମୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ପବିତ୍ର କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସମାଜସେବୀ ପ୍ରମୋଦ କୁମାର ସାହୁ, ମନ୍ଦିର ପରିଚାଳନା କମିଟିର ସମ୍ପାଦକ ପ୍ରଭାତ କୁମାର ରଥ, ସଭ୍ୟ କିଶୋର କୁମାର ରାଉତରାୟ,ଅଜୟ କୁମାର ପଣ୍ଡା, ଚିନ୍ମୟ କୁମାର ରାଉତରାୟ, ଗୟାଧର ସ୍ୱାଇଁ, ମନୋରଂଜନ ଭୂୟାଁ,ସୁନିଲ କୁମାର ସିଂ,ଶିବପ୍ରସାଦ ଦାଶ,ପୁରୁଷୋ ମ ଦାସ,ବିଜୟ କୁମାର ସାହୁ,ସୁକାନ୍ତ କୁମାର ସାହୁ,ଅନନ୍ତ କୁମାର ଦାସ,ପ୍ରଭାତ କୁମାର ସ୍ପାଇଁ,ମୀନକେତନ ସାହୁ , ଅକ୍ଷୟ କୁମାର ଭୂୟାଁ,ରଘୁନାଥ ନାୟକ, କେଂଟାଳୋ ସରପଞ୍ଚଙ୍କ ପ୍ରତିନିଧି ଅନ୍ନଦାପ୍ରସାଦ ନାୟକ,ସମିତିସଭ୍ୟ ଇମ୍ରାନ ଖାନ୍ ଙ୍କ ସମେତ ସ୍ଥାନୀୟ ଅ ଳବାସୀ ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ଭାବେ ଏହି ଉତ୍ସବରେ ସମଗ୍ର ଆଖ ପାଖ ଅ ଳର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦାନ କରି ଶାନ୍ତି ଶୃଙ୍ଖଳାର ସହ ପୂଜାର୍ଚ୍ଚନା କରିବା ସହ ପ୍ରଭୁ ଶ୍ରୀରାମଙ୍କ ଆଶିର୍ବାଦ ଲାଭ କରିଥିଲେ । ଅପରପକ୍ଷରେ ପୋଲିସ ପ୍ରଶାସନ, ତହସିଲ ପ୍ରଶାସନ, ପାନୀୟଜଳ ବିଭାଗ, ବିଦ୍ୟୁତ୍ ବିଭାଗ, ଦମକଳ ବାହିନୀ ବିଭାଗ , ସ୍ଥାନୀୟ ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗରେ ମହାପ୍ରଭୁଙ୍କ ଶ୍ରୀରାମ ନବମୀ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଜଳଛତ୍ର ଖେଲାଯାଇ ଦହି , ଲେମ୍ବୁ ମିଶ୍ରିତ ସରବତ ପାଣି ବଂଟନ କରାଯାଇଥିଲା ।

 

0
0
0
s2sdefault