ହେଡଲାଇନସ୍:

ଗଛରୁ ତିନି ଯୁବତୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଜାରି

ଉମେରକୋଟ /ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଥିବା ଏକ କୁସୁମ ଗଛରୁ ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ଉମରକୋଟ ପୋଲିସ୍ ଏବଂ ସାଇଣ୍ଟିଫିକ୍ ର ତଦନ୍ତ ଆରମ୍ଭ । ତିନି ଜଣକ ମଧ୍ୟରେ ଦୁଇ ଜଣ ନାବାଳିକା ଏବଂ ଜଣେ ବିବାହିତା ବୋଲି ଗ୍ରାମବାସୀ ସୂଚନା ଦେଉଥିବାବେଳେ ପୋଲିସ ସମସ୍ତଙ୍କ ବୟସ ୧୮ ବର୍ଷ ବୋଲି ପ୍ରକାଶ କରିଛି । ସେପଟେ ଘଟଣା ସ୍ଥଳରେ ନବରଙ୍ଗପୁର ଏସପି ପି.ଏସ.ପରୋଷତ୍ତମ ଦାସ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ୍ ତୋହାରା ଗ୍ରାମର ହେମଲତା ଗୌଡ, କୌସଲ୍ୟା ମାଝୀ ଏବଂ ଫୁଲମତୀ ମାଝୀ ଗତକାଲି ଅପରାହ୍ନ ୪ ଟା ସମୟରେ ଘରୁ ବାହାରି ନିକଟସ୍ଥ ଜଙ୍ଗଲ ଆଡକୁ ଯାଇଥିଲେ । ବହୁ ସମୟ ଧରି ଘରେ ନ ଫେରିବାରୁ ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜା ଖୋଜି କରିଥିଲେ ଓ ପରେ ଗ୍ରାମର ଜଣେ ଯୁବକ ଉକ୍ତ ତିନି ଜଣଙ୍କୁ ନିକଟସ୍ଥ ଜଙ୍ଗଲ ଆଡକୁ ଯାଉଥିବା ଦେଖିଥିବା କଥା ଶୁଣି ଗ୍ରାମବାସୀ ଜଙ୍ଗଲ ଆଡକୁ ଯାଇ ଖୋଜିବାରୁ ଏକ କୁସୁମ ଗଛରେ ତିନି ଜଣଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ମୃତକଙ୍କ ମଧ୍ୟରୁ ହେମଲତା ଗୌଡ ବିବାହିତା ହୋଇଥିବାବେଳେ କୌସଲ୍ୟା ମାଝୀ ଏବଂ ଫୁଲମତି ମାଝୀ ନାବାଳିକା ବୋଲି ଗ୍ରାମବାସୀ ପ୍ରକାଶ କରିଥିବାବେଳେ ଘଟଣା କିଭଳି ଘଟିଲା ସେ ସମ୍ପର୍କରେ କେହି କିଛି ବୁଝିପାରୁ ନଥିବା କହିଛନ୍ତି ପରିବାର ବର୍ଗ । କିନ୍ତୁ କୌସଲ୍ୟା ତିନି ଦିନ ଧରି ମାନସିକ ଚିନ୍ତାରେ ଥିବାରୁ ଠିକ୍ ରେ ଖାଉ ନଥିବା ତାଙ୍କ ଭାଉଜ ପଞ୍ଚମି ପ୍ରକାଶ କରିଛନ୍ତି!
ସେପଟେ ଘଟଣାର ପ୍ରକୃତ ତଦନ୍ତ କରି ଘଟଣାର ସତ୍ୟା ସତ୍ୟ ଦାବି କରିଛନ୍ତି ତୋହରା ଗ୍ରାମର ମୁଖିଆ ତଥା ପୂର୍ବତନ ସରପଞ୍ଚ ଜଳନ୍ଧର ମାଝୀ । ଅନ୍ୟପଟେ ଗତ କାଲି ରାତ୍ର ରେ ଘଟଣାର ଖବର ପାଇ ଉମରକୋଟ ଏସଡିପିଓ ଦିନେଶ ନାଏକ ଏବଂ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ତୋହରା ଗ୍ରାମକୁ ଆସି ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ଗୋଟିଏ ଗଛର ଗୋଟିଏ ଡାଳରେ ତିନି ତିନିଟି ମୃତ ଦେହ ଝୁଲିବା ଘଟଣାକୁ ପୋଲିସ୍ ଅତି ଗୁରୁତର ସହ ନେବା ସହ ଆଜି ସକାଳୁ ପୁନର୍ବାର ଉମରକୋଟ ଏସଡିପିଓ ଦିନେଶ ନାଏକ, ଉମରକୋଟ ଥାନା ଅଧିକାରୀ ନରେଶ ପ୍ରଧାନ, ନବରଙ୍ଗପୁର ଥାନା ଅଧିକାରୀ ତାରିକ୍ ଏହମଦ,ଡାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଏବଂ ଉମରକୋଟ ତହସିଲଦାର ଜଗତଜିବନ ଚୋିଧୁରୀ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ତଦନ୍ତ ଆରମ୍ଭ କହିଥିବାବେଳେ ଘଟଣା ସ୍ଥଳରେ ଖୋଦ୍ ନବରଙ୍ଗପୁର ଏସପି ପହଞ୍ଚି ଘଟଣାର ପ୍ରକୃତ କାରଣ ଜଣା ପଡ଼ି ନଥିବା କହିବା ସହ ସବୁ ଦିଗକୁ ଧରି ତଦନ୍ତ କରାଯିବ ବୋଲି କହିଛନ୍ତି ।

0
0
0
s2sdefault