ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅଧିନସ୍ଥ ଟାଳ ଗ୍ରାମର ସାଇ ଭକ୍ତ ମହେନ୍ଦ୍ର ବଢେଇଙ୍କ ପ୍ରଚେଷ୍ଠାରେ ନିର୍ମିତ ସାଇ ମନ୍ଦିରରେ ସାଇ ବାବାଙ୍କ ପ୍ରତିର୍ମୁତି ସ୍ଥାପନ ପରେ ଉତ୍ସବଟି ମହା ସମାରୋହରେ ରବିବାର ସଂଧ୍ୟାରେ ସମ୍ପନ୍ନ ହୋଇଯାଇଛି । ଶୁକ୍ରବାର ସଧ୍ୟାରୁ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଚ୍ୟୁତାନନ୍ଦ ହୋତା, ବିଜୟ କୁମାର ହୋତା, ଦଧିବାବନ ମିଶ୍ର, ଶଶିଭୂଷଣ ମିଶ୍ର, ହିଂମାଶୁ ପଣ୍ଡା, ସଚିପତି ହୋତା, ଦଶରଥ ହୋତା ପ୍ରମୁଖ ପଣ୍ଡିତ ପୂଜା କାର୍ଯ୍ୟ ସଂପାଦନ କରିଥିବା ବେଳେ ମହେନ୍ଦ୍ର ବଢେଇ ଓ ତାଙ୍କ ପତ୍ନୀ ମଂଜୁଲତା ବଢେଇ ମୁଖ୍ୟ କର୍ତା ଦାୟୀତ୍ୱ ତୁଲାଉ ଥିବା ବେଳେ ଉମେଶ ବଢେଇ ଓ ଅନୁସୟା ବଢେଇ, ସହଦେବ ବିଶ୍ୱାଲ ଓ ଅହଲ୍ୟା ବିଶ୍ୱାଲ, ରଂଜିତ ଭୋଇ ଓ ଲୋଚନା ଭୋଇ, ଶିବ ସାହୁ ଓ ବିମଲା ସାହୁ, ଦିନମଣୀ ବିଶ୍ୱାଲ ଓ ଅରୁଣା ବିଶ୍ୱାଲ, ଡୋଲାମଣି ପଧାନ ଓ ପଦ୍ମିନୀ ପଧାନ ପ୍ରମୁଖ ସହଯୋଗୀ କର୍ତ୍ତା ଭାବେ ଦାୟୀତ୍ୱ ତୁଲାଇଥିଲେ । ପୂଜା କମିଟି ତରଫରୁ ଭକ୍ତ ମାନଙ୍କ ପାଇଁ ଅନ୍ନଛତ୍ର, କଂସ ଦରବାର, ସଂଗୀତ ସଂଧ୍ୟା, ମିନା ବଜାର ଓ ଅପେରା ଆଦି ମନୋରଂଜନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା । ଉତ୍ସବଟିକୁ ଦେଖିବାକୁ ହଜାର ସଂଖ୍ୟାରେ ଜନସମାଗମ ହୋଇଥିଲା । ଭିଡକୁ ଆଖି ଆଗରେ ରଖି ମେଲଛାମୁଣ୍ଡା ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମ ସବୁକୁ ଟାଳ, ମେଲଛାମୁଣ୍ଡା, ଜ୍ଞାନ ଆଦି ପଂଚାୟତର ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।
ରାଜ୍ୟ
ସାଇ ବାବାଙ୍କ ମନ୍ଦିର ପ୍ରବେଶ ସହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ
- Hits: 511