ରୌପ୍ୟ ଜୟନ୍ତୀ ମହୋତ୍ସବ ଉଦ୍ଘାଟିତ : ଓଆରମାସ ଓ ମିଶନଶକ୍ତି ଆନୁକୂଲ୍ୟରେ ପ୍ରଦର୍ଶନ ମେଳା ।
ନିଶ୍ଚିନ୍ତକୋଇଲି ( ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୂଳଗାଁଇଶାଳୋ ତରତଶାସନ ଅସୁରେଶ୍ୱର ସ୍ଥିତ ଶ୍ରୀ ହନୁମନ୍ତ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଓ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ମହୋତ୍ସବ ୨୦୨୨ ଏବଂ ଲାଲାବାବା ଙ୍କ ମହୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶରେ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହଯୋଗରେ ଏହି ଉତ୍ସବ ରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଓଆରମାସ ଓ ମିଶନଶକ୍ତି ଆନୁକୂଲ୍ୟରେ ଏକ ପ୍ରଦର୍ଶନ ମେଳା ର ଆୟୋଜନ କରାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଗିରିସରଞ୍ଜନ ମହାପାତ୍ର ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦାନ କରି ଗ୍ରାମାଞ୍ଚଳରେ କଳା, ସଂସ୍କୃତି କୁ ଉଜ୍ଜୀବିତ ରଖିବା ପାଇଁ ଏଭଳି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇଥିବାରୁ ଅନୁଷ୍ଠାନର ସମସ୍ତ ସଭ୍ୟ ମାନଙ୍କୁ ସାଧୁବାଦ ଜଣାଇଥିଲେ । ଅତିଥି ମାନଙ୍କ ମଧ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବିଡିଓ କର୍ଣ୍ଣଦେବ ସମାଦାର,ଅତିରିକ୍ତ ତହସିଲଦାର କ୍ରୀଷ୍ଣା ପାଢ଼ୀ, ଏସଡିପିଓ ବିମଳ ବାରିକ, ଥାନା ଆଇଆଇସି ଚିନ୍ମୟୀ ସାହୁ,ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ମନୋଜ କୁମାର ସେଠୀ,ଜିଲ୍ଲା ପରିଷଦ ଭୁପତିଭୁଷଣ ଷଣ୍ଢ,ସମାଜସେବୀ ପ୍ରମୋଦ ପରିଡା,ଅନ୍ତନି ଦାସ,ବ୍ରଜମୋହନ ପଣ୍ଡା, ଜ୍ୟୋତିପ୍ରକାଶ ସ୍ୱାଇଁ,ନିତ୍ୟାନନ୍ଦ ସେଠୀ, ପ୍ରମୋଦ ସ୍ୱାଇଁ ଙ୍କ ସମେତ ବହୁ ଅତିଥୀମାନେ ଯୋଗଦାନ କରି ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଏବଂ ପ୍ରଭୁ ଶ୍ରୀ ହନୁମାନଙ୍କ ଆଶୀର୍ବାଦ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ମନ୍ଦିର ସଭାପତି ଗୋପୀନାଥ ପଣ୍ଡା, ସମ୍ପାଦକ ଅନୁପ ରଥ, କୋଷାଧକ୍ଷ ଦୀପକ ପଣ୍ଡା, ସଭ୍ୟ ସାମ୍ବାଦିକ ଆଶିଷ ପଣ୍ଡା, ଦିଲ୍ଲୀପ ଘଡେଇ, ପ୍ରଣବ ବେହେରା, ରାଜେଶ ମହାପାତ୍ର, ପ୍ରଶାନ୍ତ ପଣ୍ଡା, ଆଶୀର୍ବାଦ ପଣ୍ଡା,ପ୍ରକାଶ ପଣ୍ଡା ଙ୍କ ସମେତ ଲାଲବାବା ମହାପ୍ରଭୁଙ୍କ ସମସ୍ତ ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ବାର୍ଷିକ ଯଜ୍ଞ ଉତ୍ସବ ଆଜି ଅର୍ଥାତ ୬ ତାରିଖ ଦିନ ଆରମ୍ଭ ହୋଇଥିଲାବେଳେ ୧୪ ତାରିଖ ଦିନ ଏହି ଯଜ୍ଞ ଉତ୍ସବ ଶେଷ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ତେବେ ଏହି ନଅ ଦିନ ବ୍ୟାପୀ ଯଜ୍ଞ ଉତ୍ସବ ରେ ପ୍ରତ୍ୟକ ଦିନ ପ୍ରବଚନ, ନୀତିକାନ୍ତି ଅନୁଯାୟୀ କର୍ମ ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଆଉ ସବୁଠାରୁ ଆକର୍ଷଣ ଚିତ୍ର ହେଉଛି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହଯୋଗରେ ପଞ୍ଚାୟତିରାଜ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ବାଲିଯାତ୍ରା ପଡିଆ ଭଳି ଓଆରମାସ ଓ ମିଶନ ଶକ୍ତି ଆନୁକୂଲ୍ୟରେ ଏକ ପ୍ରଦର୍ଶନ ମେଳା ଏଠାରେ ପଡ଼ିଅଛି ,ଯେଉଁଥିରେ ୩୦ ରୁ ଉର୍ଦ୍ଧ୍ବ ଭିନ୍ନ ଭିନ୍ନ ପ୍ରକାର ଆତ୍ୟବଶ୍ୟକୀୟ ଜିନିଷ ବିକ୍ରି କରାଯାଉଛି । ଯାହାକୁ ଦେଖିବା ସହ କିଣିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ଧାଇଁ ଆସୁଛନ୍ତି । ତେବେ ମହାବୀର ଅନୁଷ୍ଠାନର ଏପରି କାର୍ଯ୍ୟକ୍ରମ ଆୟୋଜନ କୁ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି । ଶେଷରେ ସାମ୍ୱାଦିକ ଆଶିଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।