ହେଡଲାଇନସ୍:

ଦାଇତ୍ୱ ନେଲେ ଅତିରିକ୍ତ ମହାନିର୍ଦ୍ଦେଶକ  ଶ୍ରୀ ଖୁରାନିଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

04-08-18-khurania.jpg - 94.09 kB

କଟକ  - ଭାରତୀୟ ପୋଲିସ ସେବାର  ବରିଷ୍ଠ ଅଧିକାରୀ ଯୋଗେଶ ବହାଦୁର ଖୁରାନିଆ ଆଜି ଅତିରିକ୍ତ ମହାନିର୍ଦ୍ଦେଶକ(ପ୍ରଭିଜନିିଂ)  ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି |  ୧୯୯୦ ବ୍ୟାଚର ବରିଷ୍ଠ  ଆଇପିଏସ ଅଫିସର ଶ୍ରୀ ଖୁରାନିଆ ଏହି ନୂତନ ଦାଇତ୍ୱ ପୂର୍ବରୁ ଭୁବନେଶ୍ୱର - କଟକର କମିଶନର ଭାବେ  ଦକ୍ଷତାର କାର୍ଯ୍ୟ ନିର୍ବାହ କରିଥିଲେ |  ଭିଜଲିାନସ ଓ କ୍ରାଇମବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିଛନ୍ତି | ପୂର୍ବତନ  ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ପ୍ରଭିଜନିିଂ)  ସତ୍ୟଜିତ୍ ମହାନ୍ତି ମହାନଗରୀର କମିଶନର ଭାବେ ଗତକାଲି ଶ୍ରୀ ଖୁରନିଆଙ୍କ ଠାରୁ  ଦାଇତ୍ୱ ଗ୍ରହଣ କରିଥିଲେ |  ଏହି ଦାୟିତ୍ୱ ଗ୍ରହଣ ସମୟପର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ  ବିନୟତୋଷ  ମିଶ୍ର, ଆଇ.ଜି ଅସୀତ କୁମାର  ପାଣିଗ୍ରାହୀ, ଓ ଅମିତାଭ ଠାକୁର ଉପସ୍ଥିତ ରହି  ଶ୍ରୀ ଖୁରାନିଅଙ୍କୁ ସ୍ୱାଗତ ଜଣାଇଥିଲେ | ପୋଲିସ ମୁଖ୍ୟାଳୟର ସମସ୍ତ ଏଆଇଜି ଓ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶ୍ରୀ ଖୁରାନିଆଙ୍କୁ ସ୍ୱାଗତ କରିଥିଲେ | 

0
0
0
s2sdefault