ହେଡଲାଇନସ୍:

"ସିଟି ଅଫ ଗଡ଼ଫାଦର୍ସ"ର ନୂଆ ପୁଲିସ କମିଶନର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ସବୁ ଚାଲେଞ୍ଜକୁ ଆକସେପ୍ଟ କରିବି, ଲୋକଙ୍କ ସହଯୋଗରେ ସାମ୍ନା କରିବି : ସତ୍ୟଜିତ 

03-04-18-satya.jpg - 184.37 kB

ଗିରିଜା ଶଙ୍କର ଦାଶ : miles to go ..really miles to go and a lot to achieve .... ସୁନ୍ଦର ଯେତିକି ଅନ୍ଧାର ସେତିକି ଏଇ ଯେ ଗହନ ବନ | ତେଣୁ ତୁ ଆପଣା ସଙ୍କଳ୍ପେ ଅଟଳ ଅଚଳ ରହରେ ମନ |

ସାମନାରେ ଅନେକ  ଚାଲେଞ୍ଜ । ସମ୍ବେଦନସୀଳ ଦ୍ୱୈତ ନଗରୀ । ଗାଡ଼ଫାଦର ମାଳମାଳ,ରାଜନୈତିକ ବା ପ୍ରଶାସନିକ | ଯା ଦେହରେ ହାତ ମାରିବ ତାର ଗୋଟେ " ଗାଡ଼ଫାଦର" ଥବ, ସେ ନେତା ହେଉ ବା ପ୍ରଶାସକ | ଲଗାମ ଛଡା ସହର |  ସବୁ  ଅପରାଧୀଙ୍କ ଭୂସ୍ବର୍ଗ ପାଲଟିଛି କରିଲେ ଅତ୍ୟୁକ୍ତି ହେବନି | ଦେହବେପାର ଏବେ ଷୋଫିସ୍ଟିକଟେଡ଼ ଢଙ୍ଗରେ ଚାଲିଛି ବଡ ବଡିଆଂକ ପ୍ରୋତ୍ସାହନରେ  | ଯାହା ଦେହରେ ହାତ ମାରିଦେବା ସେ କେଉଁ ଭିଆଇପିର ପିଲା, ମାଈପ ବା ଦେହଲାଗ ବନ୍ଧୁ | ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ | ଟ୍ରାଫିକ ସିଗ୍ନାଲ ଭାଙ୍ଗିବାରୁ କର୍ତବ୍ୟରତା ମହିଳା କନେଷ୍ଟବଳ ପାଟି କରି ଦେଲା ବେଳକୁ ସେ ଏଡିଜିଙ୍କ ଝିଅ...ଚାକିରୀ ଖାଇବାର ଧମକ ଭିତରେ ତଳିଆ କର୍ମଚାରୀ ଅଧିକାରୀ | ପୋଲିସ ଅନେକ ସ୍ଥାନରେ ଚାପରେ ଥାଏ, ହେଲେ ଭୁବନେଶ୍ୱରରେ ଚାପ ଟିକେ ଅଧିକ |  ୨୧ ମନ୍ତ୍ରୀ, ୧୪୭ ବିଧାୟକ, ୨୦୦ରୁ ଆଧିକ ଆଇଏଏସ, ୪୦୦ ପାଖାପାଖି ଓଏଏସ, ଆଉ କୁଜି ନେତା ଓ ଯୋଗାଡ଼ିଆ ହଜାରେ | ତେଣୁ ଲଗାମ ଛଡା ମହାନଗରରେ ସବୁ କିଛି ଲଗାମ ଛଡା | ଆଉ ଏଭଳି ଅସଜଡ଼ା ସହରକୁ ସଜାଡ଼ିବାର ଭରା ପଡିଛି ଓଡିଶା ପୋଲିସର ଡାଇନାମିକ ଅଫିସର ସତ୍ୟଜିତ ମହାନ୍ତିଙ୍କ ଉପରେ |  ଆଉ ସେ ତାଙ୍କ ଜନ୍ମଦିନରେ ଟେନସନିଆ ଦ୍ୱୈତ ନଗରୀର କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନ୍ୟତମ ଡାଇନାମିକ ଅଫିସର ୱାଇ ବି ଖୁରାନିଆଙ୍କ ଠାରୁ | ଆଉ କହିଛନ୍ତି  ପୋଲିସକୁ ଲୋକଙ୍କ ଆସ୍ଥାଭାଜନ କରାଇବା ସହ ଲୋକଙ୍କୁ ପୋଲିସ ସେବା ଭିତରେ ଅଂଶୀଦାର କରାଇବା ପ୍ରଥମ କାମ ହେବ । ପୋଲିସର ସେବା ମନୋଭାବ ଉପରେ ଗୁରୁତ୍ୱ ଦିଆଯିବ  ବୋଲି କହିଛନ୍ତି ଶ୍ରୀ ମହାନ୍ତି | 

ଦ୍ୱୈତ ନଗରୀରେ ଟ୍ରାଫିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ ପାଲଟି ଥିବା ଯୋଗୁ ଏ ସମସ୍ୟାର ସମାଧାନ ଅନ୍ୟତମ ପ୍ରାଥମିକତା ହେବ । ମାନବସମ୍ବଳ ଅଭାବ ରହିଥିଲେ ମଧ୍ୟ ଏହି ଟ୍ରାଫିକ୍ ବ୍ୟବସ୍ଥାକୁ କେମିତି ଅଧିକ ବ୍ୟବସ୍ଥିତ କରାଯାଇପାରିବ ସେଥିପ୍ରତି ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  । ନଗଦ ନଗଦକୁ ମୁଣ୍ଡ ଉପରେ ଗୋଟେ ଇଣ୍ଟରନ୍ୟାସନାଲ ଟେନ୍ସନ | ତାହା ହେଲା  କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ  ହେବାକୁ ଥିବା  ହକି ବିଶ୍ୱକପ  । ଏଭଳି ବିଶ୍ୱସ୍ତରୀୟ ମ୍ୟାଚ୍ ଶୃଙ୍ଖଳାର ସହ ଯେପରି ଶୃଙ୍ଖଳାର ସହ ଓ ଅଘଟଣମୁକ୍ତ ଭାବେ ସମ୍ପନ୍ନ ହେବ   ତାହା କମିଶନରେଟ ପୋଲିସ ପାଇଁ ଏକ ବଡ ଆହ୍ୱାନ  । କାରଣ ଏହି ମ୍ୟାଚ ବେଳେ ଦେଶବିଦେଶରୁ ପ୍ରାୟ  ୪୦ ହଜାର ଦର୍ଶକ ଓ ଖେଳାଳି ଆସିବାର ଆକଳନ କରାଯାଇଛି । ସେମାନଙ୍କ ନିରାପତ୍ତା   ସହ ଟ୍ରାଫିକ ପରି·ଳନା ପୋଲିସ ପାଇଁ ଏକ ଗୁରୁଦାୟିତ୍ୱ ରହିବ  । ଯେହେତୁ ଏହା ରାଜ୍ୟର ମଯର୍ୟାଦାର ପ୍ରଶ୍ନ,   ଖେଳାଳି, ବାହାରର ଦର୍ଶକ ଓ ପଯର୍ୟଟକ ମାନେ  ଯେଭଳି ଭୁବନେଶ୍ୱରରୁ ଭଲ ଅନୁଭୂତି ନେଇ ଫେରିବେ ସେ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ନବନିଯୁକ୍ତ କମିଶନର  । 

କେବଳ ତାହା ନୁହେଁ, ସହରରେ ଅପରାଧ ନିୟନ୍ତ୍ରଣ ସହ  ମାଫିଆ, ସଂଗଠିତ ଅପରାଧ, ଛୋଟମୋଟ ଅପରାଧ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ  ।  ଏଥିସହିତ ମହିଳା ଓ ଶିଶୁ, ଅସହାୟଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବା ପାଇଁ ଉଦ୍ୟମ କରାଯିବା ସହ   ନିଶା ମାଫିଆ ଓ ଅପରାଧୀଙ୍କୁ କଡା ଜବାବ ଦିଆଯିବ  ।  ଏହା ସହ ଆସନ୍ତା ମାସରେ ଦୁଇଟି ମଡେଲ ଥାନା ଉଦଘାଟନ ହେବାର ଯୋଜନା ରହିଛି ବୋଲି କହିଛନ୍ତି ଶ୍ରୀ ମହାନ୍ତି  । 

ସୂଚନାଯୋଗ୍ୟ ଯେ ନିକଟରେ ରାଜ୍ୟ ସରକାର ବରିଷ୍ଠ  ଆଇପିଏସ ଅଫିସରସ୍ତରରେ  କରିଥିବା ଅଦଳବଦଳ ବେଳେ  ୧୯୮୮ ମସିହା ବ୍ୟାଚ୍ର ଆଇପିଏସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର କମିଶନର ଭାବେ ନିଯୁକ୍ତି ଦେଇଥିଲେ  । ହେଲେ ପୋଲିସ ମହାନିର୍ଦ୍ଦେଶକ  ଡ ଆର ପି ଶର୍ମା ବାହାରକୁ ଯାଇଥିବା ଯୋଗୁ  ଶ୍ରୀ ମହାନ୍ତି ଇନ୍ଚାର୍ଜ  ପୋଲିସ ଡିଜି ଭାବେ ଦାୟିତ୍ୱ ତୁଲାଉଥିଲେ  । ତେଣୁ ତାଙ୍କ ଯୋଗଦାନ ବିଳମ୍ବିତ ହୋଇଥିଲା  । ତେଣୁ ମହାନିର୍ଦ୍ଦେଶକ ଡ. ଶର୍ମା ଛୁଟିରୁ ଫେରିବା ପରେ ଶ୍ରୀ ମହାନ୍ତି ଶୁକ୍ରବାର ଦିନ ପୋଲିସ କମିଶନର ଦାୟିତ୍ୱ ଗ୍ରହଣ କରିଛନ୍ତି  ।  ଓଡିଶା ପୋଲିସର  ଜଣେ ଦକ୍ଷ ଓ ଲୋକାଭିମୁଖୀ ଅଫିସର ଭାବେ ଜଣାଶୁଣା  । ଚଳିତ ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ କରିବାର ମୁଖ୍ୟ ଦାୟିତ୍ୱରେ ରହି ସମ୍ପୂର୍ଣ୍ଣ ଶୃଙ୍ଖଳିତ ଓ ଅଘଟଣ ମୁକ୍ତ ଭାବେ ସମ୍ପତ୍ତ କରାଇଥିବା ଶ୍ରୀ ମହାନ୍ତି ଜଣେ ପପୁଲାର ପୋଲିସ ଅଫିସର ଭାବେ ଜଣାଶୁଣା  । ୧୯୮୮ ବ୍ୟାଚର ଆଇପିଏସ ଅଫିସର ଶ୍ରୀ ମହାନ୍ତି ପୋଲିସ ବିଭାଗରେ ବିଭିତ୍ତ ଗୁରୁତ୍ୱପୂର୍ଣ ପଦପଦବୀରେ ନିଜ ଦାୟିତ୍ୱ ସଫଳତା ଓ ଦକ୍ଷତାର ସହ ତୁଲାଇ ଆସିଛନ୍ତି  । ଜୟପୁରର ଅତିରିକ୍ତ ଏସ୍ପି ଭାବେ ନିଜ ପୋଲିସ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ମହାନ୍ତି ପୁରୀର ଅତିରିକ୍ତ ଏସପି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପରେ କୋରାପୁଟ, ରାଉରକେଲା, କଟକ, ବାଲେଶ୍ୱର ଏସପି ଭାବେ ଦକ୍ଷତାର ସହ କାର୍ଯ୍ୟ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ  । ପରେ ସେ ଏସପି ଭିଜିଲାନ୍ସ ଓ ଅତିରିକ୍ତ ଟ୍ରାନ୍ସପୋର୍ଟ  କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ  । ଡ଼ିଆଇଜି ପାହ୍ୟାକୁ ପଦୋତ୍ତତି ପାଇବା ପରେ ସେ ଉତ୍ତରାଞ୍ଚଳ   ସମ୍ବଲପୁର, କେନ୍ଦ୍ରାଞ୍ଚଳ  କଟକ  ଓ ପଶ୍ଚିମାଂଚଳ ରାଉରକେଲାର ଡ଼ିଆଇଜି ଭାବେ କାଯର୍ୟକରି ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ ପଶ୍ଚିମାଂଚଳ  ରାଉରକେଲାର ଆଇଜି , ଅଗ୍ନିଶମ ଓ ଗୃହରକ୍ଷୀ ଏବଂ  । ଇନାନ୍ସ ଆଇଜି ଭାବେ କାଯର୍ୟ କରିଥିବା ଶ୍ରୀ ମହାନ୍ତି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ  ଭାବେ ମଧ୍ୟ ଶ୍ରୀ ମହାନ୍ତି ସଳତାର ସହ କାର୍ଯ୍ୟ କରିଥିଲେ  । ତାଙ୍କ  ·କିରି କାଳରେ ଉଲ୍ଲେଖନୀୟ ସେବା ପାଇଁ ଶ୍ରୀ ମହାନ୍ତିଙ୍କୁ ୨୦୦୪ ମସିହାରେ ସମ୍ମାନଜନକ ପୁଲିସ ମେଡାଲ ପ୍ରଦାନ କରାଯାଇଥିଲା  । ନୂଆ କମିଶନରଙ୍କୁ ଶାସକ ପ୍ରଶାସକ ପରିବାର ପକ୍ଷରୁ ଅଜସ୍ର  ଶୁଭେଚ୍ଛା | 

0
0
0
s2sdefault