ହେଡଲାଇନସ୍:

"ସରକାରୀ ଅଧିକାରୀମାନଙ୍କ ଦୁର୍ବଳ ମନୋବୃତି ଯୋଗୁଁ ବ୍ଲକର ଉନ୍ନୟନ କାର୍ଯ୍ୟ ଧିମେଇ ଯାଇଛି"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-08-18-nila-m.jpg - 17.13 kB

ରାଜବୋଡାସମ୍ବର ବ୍ଲକରେ ବିଧାୟକ ଙ୍କ ସମିକ୍ଷା ବୈଠକ

ପଦ୍ମପୁର(ନୀଳ ଦୀପ) -ସରକାରୀ ଅଧିକାରୀମାନଙ୍କ ଦୁର୍ବଳ ମନୋବୃତି ଯୋଗୁଁ ବ୍ଲକର ଅନେକ ଉନ୍ନୟନମୁଳକ କାର୍ଯ୍ୟ ଧିମେଇ ଯାଇଛି ବୋଲି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମିକ୍ଷା କରିବା ଅବସରରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ମତ ଦେଇଛନ୍ତି  ।   ରାଜବୋଡାସମ୍ବର ବ୍ଲକର ସମ୍ମିଳନୀ କକ୍ଷରେ  ବିଧାୟକ ଶ୍ରୀ ପୁରୋହିତ ବ୍ଲକ ଅନ୍ତର୍ଗତ ବିଭିନ୍ନ ଉନ୍ନୟନକାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ | ଉକ୍ତ ବୈଠକରେ ବ୍ଲକ ଅଧ୍ୟକ୍ଷ କୁମରମଣୀ ନାୟକ, ବିଡିଓ ଏଲିଜା ମିଶ୍ର, ବ୍ଲକ ଏକ୍ସଟେନସନ ଅଫିସର ତଥା ପାଣିପଂଚାୟତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ  । । ପଦ୍ମପୁର ବ୍ଲକର ଅଧିକାରୀମାନଙ୍କ ଅପରଗତା କାରଣରୁ ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ବ୍ଲକକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୭୨୦ ଖଣ୍ଡ ଘର ଆସିଥିବା ବେଳେ ସେଥି ମଧ୍ୟରୁ ୧୦୫୮ ଖଣ୍ଡ ସମ୍ପୁର୍ଣ୍ଣ ହୋଇଛି ଏବଂ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ୧୮୯୬ ଗୋଟି ଘର ମଂଜୁର କରାଯାଇଥିବା ସମୟରେ ଏ ଯାବତ କେବଳ ୮୯୬ ଗୋଟି ଘର ସମ୍ପୁର୍ଣ୍ଣ ହୋଇ ପାରିଛି  । ଏଥି ସହିତ ଶ୍ୟାମାପ୍ରସାଦ ମୁଖାର୍ଜି ରୁରବାନ ମିଶନ ଯୋଜନାରେ ବରଗଡ ଜିଲ୍ଲାରୁ କେବଳ ପାଂଚ ଗୋଟି ଗ୍ରାମପଂଚାୟତକୁ ନିଆଯାଇ ଏହାର ସାମଗ୍ରିକ ଉନ୍ନତି ପାଇଁ ତିନି ବର୍ଷରେ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ମଂଜୁର କରିଛନ୍ତି  । କିନ୍ତୁ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଦହିତା, ଦହିଗାଁ, ବୁଡେନ, ଖଲିଆପାଲି ଓ ଜମରତଲା ଗ୍ରାମପଂଚାୟତରେ ଏହି ଯୋଜନା ଗତ ଏକ ବର୍ଷ ପୁର୍ବରୁ ଆରମ୍ଭ ହୋଇ ସାରିଥିବା ସୁଦ୍ଧା ଆଜି ପର୍ଯ୍ୟନ୍ତ ବ୍ଲକକୁ ଏହି ଯୋଜନାରେ ୮.୮୦ କୋଟି ଟଙ୍କା ଆସି ସାରିଛି  । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ କାରଣରୁ ଏହି ଟଙ୍କା ଖର୍ଚ୍ଚ ହୋଇ ପାରୁ ନ ଥିବାରୁ ବାକି ତକ ଟଙ୍କା ଆସିବାରେ ବିଳମ୍ବ ଦେଖା ଦେଉଛି  । ଆହୁରି ମଧ୍ୟ ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ଆସିଥିବା ପ୍ରାୟ ଏକ କୋଟି ଟଙ୍କାର ଉନ୍ନୟନମୁଳକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ପାରି ନ ଥିବାରୁ ବିଧାୟକ ବୈଠକରେ ଉଦବେଗ ପ୍ରକାଶ କରିଥିଲେ  । ଏଥି ସହିତ ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ବ୍ଲକରେ ବହୁ ସଂଖ୍ୟାରେ ପଦପଦବୀ ଖାଳି ପଡିଥିବା ଯୋଗୁଁ ଉନ୍ନୟନମୁଳକ କାର୍ଯ୍ୟରେ ବାଧା ଉତ୍ପନ୍ନ  ହେଉଛି ଏବଂ ଏ ସଂକ୍ରାନ୍ତରେ ଅନେକ ଥର ଅଭିଯୋଗ କରିବା ପରେ ମଧ୍ୟ ବରଗଡ ଜିଲ୍ଲାପାଳ ଜିଲ୍ଲାର ମନ୍ତ୍ରୀମାନଙ୍କୁ ଖୁସ କରିବା ପାଇଁ ଏହି ସବୁ ବ୍ଲକରୁ ଡେପୁଟେସନ ତଥା ବଦଲି କରି ନେଇ ଯାଉଥିବା ବିଧାୟକ ଅଭିଯୋଗ କରିଛନ୍ତି  । 

 

0
0
0
s2sdefault