ହେଡଲାଇନସ୍:

ଅଚଳ ଯନ୍ତ୍ର ଚଳଚଂଚଳ ମଶା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

03-08-18-nila-masa.jpg - 50.85 kB

ପୁଜା ପାଉଛି ମଶାମରା ଜନ୍ତ୍ର , ପଦ୍ମପୁର ସହରରେ ମଶାଙ୍କ ପ୍ରାର୍ଦୁଭାବ

ପଦ୍ମପୁର(ନୀଳ ଦୀପ)- ବରଗଡ ଜିଲ୍ଲା ପଦ୍ମପୁର ସହରରେ ଦିନକୁ ଦିନ ମଶାଙ୍କ ପ୍ରାର୍ଦୁାଭାବ ବୃଦ୍ଧି ପାଇବାରେ ଲାଗିଛି  । ସହରର ନାଳ ନର୍ଦ୍ଧମାଗୁଡିକ ନିୟମିତ ଭାବରେ ସଫା କରା ଯାଉ ନ ଥିବା କାରଣରୁ ଏହା ମଶାଙ୍କ ବଂଶବୃଦ୍ଧିରେ ସହାୟକ ହୋଇଛି  । ଏହା ସହିତ ସହରର ମୁଖ୍ୟ  ଛକ ଗୁଡିକରେ କୁଢ କୁଠ ମଇଲା ଜମା ହୋଇ ରହିବା ସହିତ ସହର ମଧ୍ୟରୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଅନେକ ସ୍ଥାନରେ ଜମା ହୋଇ ରହୁଥିବାରୁ ମଶାଙ୍କ ପ୍ରାଦୁର୍ଭାବ ଅହେତୁକ ଭାବରେ ବଢିବାରେ ଲାଗିଛି  । ଅନ୍ଧାର ହେବା ମାତ୍ରେ ଘର ଭିତର ଏବଂ ବାହାରେ ମଶା କାରଣରୁ ସହରବାସୀ ଅତିଷ୍ଠ  ହୋଇ ପଡୁଛନ୍ତି  । ତଥାପି ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି  । ଏଥର ସହିତ ମଶାଙ୍କ କାରଣରୁ ସହରରେ ବିଭିନ୍ନ ରୋଗ ସଂକ୍ରମଣର ଆଶଙ୍କା ଦେଖା ଦେଇଥିବାରୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ଜୋଇ ଧରିଛି  ।

 

 

 

 

 

 

 

 

 

 

 

0
0
0
s2sdefault