ହେଡଲାଇନସ୍:

ଜବାହର ନବୋଦୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ "ପରୀକ୍ଷା ପେ ଚର୍ଚ୍ଚା " କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ବେତାଗୁଡ଼ା ସ୍ଥିତ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଅଧିନସ୍ଥ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ "ପରୀକ୍ଷା ପେ ଚର୍ଚ୍ଚା " କାର୍ଯ୍ୟକ୍ରମ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ଅଧ୍ୟାକ୍ଷା ଶ୍ରୀ ପ୍ରଦୀପ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଏହି କାର୍ଯ୍ୟକ୍ରମ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ଆୟୋଜିତ ହୋଇଥିଲା।
ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି "ପରୀକ୍ଷା ପେ ଚର୍ଚ୍ଚା " ୫ ମ ସଂସ୍କରଣ କାର୍ଯ୍ୟକ୍ରମରେ ଦେଶର ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କ ସହ ପରୀକ୍ଷା ଉପରେ ଚର୍ଚ୍ଚା କରିବା ସହ ଏ ଦିଗରେ ସେମାନଙ୍କୁ ପରୀକ୍ଷା ସମୟରେ କୌଣସି ପ୍ରକାର ଭୟଭୀତ କି ଚାପ ନ ହେବାକୁ କହି ଚାପମୁକ୍ତ ପରୀକ୍ଷା ପାଇଁ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ବାନ କରିଥିଲେ।
ଯୁବ ପିଢିଙ୍କ ବହୁ ପ୍ରତୀକ୍ଷିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଗାମୀ ଦିନରେ ହେବାକୁ ଥିବା ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପୂର୍ବରୁ ଭୟଭୀତ ନ ହେବା ଏବଂ ଚାପମୁକ୍ତ କରିବା ଦିଗରେ ମାର୍ଗା ଦର୍ଶନ କରିଥିଲେ।
ଏ ସମ୍ପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀ ହର୍ଷବର୍ଦ୍ଧନ ସାମାଳ , ଦେବାର୍ଚ୍ଚନ ନାୟକ ଓ ଇଶାରାଣୀ ମିଶାଲ ପ୍ରମୁଖ ଏହି କାର୍ଯ୍ୟକ୍ରମରୁ ଆମକୁ ଅନେକ ପ୍ରେରଣା ମିଳିଛି। ପରୀକ୍ଷା ଦେବା ପୂର୍ବରୁ ଆମକୁ ଯେଉଁ ଭୟ ଓ ଚାପ ରହୁଥିଲା , ଏଣିକି ତାହା ଦୂର ହୋଇଯାଇଛି ବୋଲି କହିଥିଲେ। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଥିଲେ।
ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟାକ୍ଷା ଶ୍ରୀ ପ୍ରଦୀପ କୁମାର ପଣ୍ଡା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ନିଆଁ ଯାଇଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଦେଖି ଛାତ୍ରଛାତ୍ରୀ ଅଧିକ ପ୍ରୋତ୍ସାହନ ଓ ପ୍ରେରଣା ପାଇ ପରୀକ୍ଷା ଦେବା ବେଳେ ଭୟ ନ ହୋଇ ଚାପମୁକ୍ତର ସଫଳ ମନ୍ତ୍ର ପାଇଲେ ଏବଂ ସେମାନଙ୍କ ଏକ ଆତ୍ମବିଶ୍ୱାସ ବଢ଼ାଇଛି ନିଶ୍ଚିତ ଭାବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୫୬୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ।

0
0
0
s2sdefault