ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୮୭ ତମ ଉତ୍କଳ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ଓ ସତ୍ୟସାଇ ବିଦ୍ୟା ବିହାରର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରିଥିଲା।
ପରେ ମହାରାଜାଙ୍କ ସ୍ମୃତିସୌଧ ଉପରେ ମହାରାଜାଙ୍କ ପଣି-ନାତୁଣୀ ସୁଶ୍ରୀ କଲ୍ୟାଣୀ ଗଜପତି , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଏସପି ଶ୍ରୀ ଜୟରାମ ଶତପଥୀ , ଉତ୍କଳ ସମ୍ମିଳନୀ ରାଜ୍ୟ ଉପସଭାପତି ଶ୍ରୀ ପୂର୍ଣ୍ଣିଚନ୍ଦ୍ର ମହାପାତ୍ର , ଜିଲ୍ଲା ପରିଷଦ ଅଧ୍ୟାକ୍ଷା ଗାବରା ତିରୁପତି ରାଓ , ପାରାଳାଖେମୁଣ୍ଡି ପୌର ଅଧ୍ୟାକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପ ମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି ଅବସରରେ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , ଡିଏଫଓ ଶ୍ରୀ ସଂଗ୍ରାମ କେଶରୀ ବେହେରା , ଏସପି ଶ୍ରୀ ଜୟରାମ ଶତପଥୀ , ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ ଶିଶା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ନବ ଉତ୍କଳର ନିର୍ମାତା ତଥା ପାରଳା ମହାରାଜାଙ୍କ କର୍ମମୟ ଜୀବନ , ଉତ୍କଳ ସମ୍ମିଳନୀରେ ତାଙ୍କର କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।
ଶେଷରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ବଣ୍ଟନ କରିଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ୮୭ ତମ ଉତ୍କଳ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 475