ହେଡଲାଇନସ୍:

ଜଗତସିଂପୁର ଠାରେ ୮୬ ତମ ଜିଲ୍ଲାସ୍ତରୀୟ ଓଡିଶା ଦିଵସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର// ସୁମନ୍ତ କୁମାର ଦାସ: ଆଜି ସଂଧ୍ୟାରେ ଆଦି କବି ଶାରଳା ଦାସ ସଂସ୍କୃତି ଭବନ ଠାରେ ୮୨ ତମ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିଵସ-୨୦୨୨ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଦିଵସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ୧୯୩୬ ମସିହା ଏପ୍ରିଲ ତାରିଖରେ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଲାଭ କରିଥିଲା।ଉତ୍କଳ ଜନନୀ ର ବର ପୁତ୍ର ମାନଙ୍କର ତ୍ୟାଗ, ତପସ୍ୟା, ନିଷ୍ଠା ଓ ଦେଶ ପ୍ରେମର ଅପୂର୍ବ ନିଦର୍ଶନ ,ସ୍ବତନ୍ତ୍ର ଓଡ଼ିଶା ଗଠନ କରିବାରେ ସହାୟତା ହୋଇଥିଲା। ସେହି ଚିରନମସ୍ୟ ,ପ୍ରାତଃ ସ୍ମରଣୀୟ ଉତ୍କଳ ମାତାର କୃତି ସନ୍ତାନ ମାନଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।ଏହି ଉତ୍ସବରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ.ସନ୍ତୋଷ କୁମାର ତ୍ରିପାଠୀ କହିଲେ "ଆମେ ଓଡ଼ିଆ ବୋଲି ଗର୍ବ ଅନୁଭୁବ କରିଵା ,ଓଡ଼ିଆ କହିବା,ଓଡ଼ିଆ ଭାଷାର ମାନ ରଖିଵା ।ଆଜି ହେଉଛି ପ୍ରତ୍ୟେକ ଓଡ଼ିଆ ଙ୍କ ପାଇଁ ଏକ ଗର୍ବ ର ଦିଵସ। ଜଗତସିଂପୁର ହେଉଛି କଳା, ସାହିତ୍ୟ ଓ ସଂସ୍କୃତି ର ମାଟି।ଏ ମାଟିରେ ଜନ୍ମ ଗ୍ରହଣ କରି ମୁଁ ଗର୍ବିତ"।ଏହି ଉତ୍ସବରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ କହିଲେ ଉତ୍କଳ ଗୋୖରବ ମଧୁସୂଦନ ଦାସ,ଉତ୍କଳ ଗୋପବନ୍ଧୁ ଦାସ,ସାରଳା ମହାପାତ୍ର ,ବ୍ୟାସ କବି ଫକୀରମୋହନ ସେନାପତି ,ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଭଳି ମହାମନିଷୀଙ୍କର ତ୍ୟାଗ ,ତପସ୍ୟା ଓ ସାଧନା ର ଫଳ ସୁରୂପ ଓଡିଶା ଏକ ଭାଷାବିର୍ତ୍ତିକ ରାଜ୍ୟ ଭାବେ ପରିଗଣିତ ହୋଇଛି l ଜଗତସିଂହପୁର ପୌରପରିଷଦ ଅଦ୍ଧକ୍ଷା ଶ୍ରୀମତୀ ଅର୍ଚନା ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ୪୬ତମ ପୂର୍ତ୍ତିପାଳନ କରାଯାଇଛି l ମଧୁବାବୁ, ଗୋପବନ୍ଧୁ, ସାରଳା ମହାରାଜା, ଫକୀରମୋହନ ସେନାପତି ଆଦି ମହାପୁରୁଷଙ୍କ ଅବଦାନ ଆଦି ଚିରସ୍ମରଣୀୟ l ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ପ୍ରତେକ ଓଡ଼ିଆଙ୍କ ସହଯୋଗ କାମନା କରିଥିଲେ l ସାଧାରଣ ସଭା ପରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ସ୍ଥାନୀୟ ଲୋକନାଟ୍ୟ ଚର୍ଯ୍ୟ ସ୍ମୃତି ପରିଷଦ କଳାକାରମାନଙ୍କ ଦ୍ୱାରା ବାରଟି ଦେଶାତ୍ମକବୋଧକ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଓଡ଼ିଆ ବକୃତ୍ତା, ଜଣାଅଜଣା, ଦେଶାତ୍ମକବୋଧକ ସଂଗୀତ, ପ୍ରତିଯୋଗିତାର କୃତି ପ୍ରତିଯୋଗିତାମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରମାଣପତ୍ର ପ୍ରଦାନ କରିଥିଲେ l ପ୍ରାତଃକାଳରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ସହର ପରିକ୍ରମା କରିଥିଲେ l ଅତିଥିମାନେ ବର ପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ସଭା ପ୍ରାରମ୍ଭରେ ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault