ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ଆଜି ପାଟଣାଗଡ଼ ରମାଇ ହାଇସ୍କୁଲ ଠାରେ ୮୬ ତମ ଉତ୍କଳ ଦିବସ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ଶ୍ରୀ ବିଜୟାନନ୍ଦ ସେଠି,ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟକ ଡ଼ା ଅବଦୁକ କାସ୍ୟାପ ଓ ସମ୍ମାନୀତ ଅତିଥି ଭାବେ ନବ ନିର୍ଵାଚିତ ଏନଏସି ଅଧକ୍ଷା ମାନସୀ ବିଶ୍ୱାଳଙ୍କ ସହ ବେଲପଡ଼ା ବ୍ଲକ ଅଧକ୍ଷା ଟିନା କୁମ୍ଭାର, ଖପ୍ରାଖୋଲ ବ୍ଲକ ଅଧକ୍ଷା ନିରୁପମା ପଟେଲ ଓ ପାଟଣାଗଡ଼ ବ୍ଲକ ଅଧକ୍ଷ ନୀଳାକାନ୍ତ ବାଗ ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ଉପରେ ନିଜ ନିଜ ମତ ରଖିଥିଲେ | ଏହି ଅବସରରେ ସ୍ଥାନୀୟ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବନ୍ଦେଉତ୍କଳ ଜନନୀ ଗୀତ ଗାଇଥିଲେ | ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନରେ ପ୍ରଥମେ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ଅତୁଳନୀୟ ବୋଲି ମତ ଦେଇଥିଲେ |ଭାଷାଭିତିକ ରାଜ୍ୟଗଠନ ହେବାରେ ଓଡିଶା ପ୍ରଥମ ରାଜ୍ୟ |୧୫୬୮ ରେ ହିନ୍ଦୁରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ,ଫକୀର ମୋହନ ସେନାପତି,ଉତ୍କଳମଣି ଗୋପବନ୍ଧୁ ଦାସ,ନୀଳକଣ୍ଠ ଦାସ,ସ୍ଵଭାଵ କବି ଗଙ୍ଗାଧର ମେହେର ଓ ରାଧାନାଥ ରାଏଙ୍କ ପ୍ରଚେଷ୍ଠାରେ ଆନ୍ଦୋଳନ ଆରମ୍ଭ ହୋଇ ଥିଲା ବୋଲି କହିଥିଲେ |
ରାଜ୍ୟ
ପାଟଣାଗଡ଼ରେ ୮୬ ତମ ଉତ୍କଳ ଦିବସ ପାଳିତ
- Hits: 328