ହେଡଲାଇନସ୍:

ଦ୍ଵିତୀୟ ଦିବସରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ର ଚତୁର୍ଥ କେମ୍ପୋରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବାହ୍ନରେ ଦୁଃସାହସିକ କାର୍ଯ୍ୟକ୍ରମ ଉଦଘାଟିତ ଏବଂ ଅପରାହ୍ନରେ କ୍ୟାମ୍ପଫାୟାର ଓ ପୁରସ୍କାର ବିତରଣ ଉତ୍ସବ

ରଣପୁର./ପ୍ରସନ୍ନ ସାମନ୍ତରାୟ : ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡ଼ସ ସଂଗଠନ ଭୁବନେଶ୍ୱର ଏବଂ ଜିଲ୍ଲା ଭାରତ ସ୍କାଉଟସ ଓ ଗାଇଡ଼ସ ସଂଗଠନ, ନୟାଗଡ ଦ୍ୱାରା ରଣପୁର ବିଜ୍ଞାପିତ ପରିଷଦ ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ର ଚତୁର୍ଥ କେମ୍ପୋରୀ କ୍ୟାମ୍ପ ଦ୍ଵିତୀୟ ଦିବସରେ ପହଂଚିଛି | ପୂର୍ବାହ୍ନରେ ହୋଇଥିବା ଦୁଃଶାସିକ କାର୍ଯ୍ୟକ୍ରମ ଉଦଘାଟନି ସଭାରେ ରଣପୁର ତହସିଲଦାର ଯୁଗଳ କିଶୋର ମିଶ୍ର, ରଣପୁର ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଖଣ୍ଡପଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରତାପ କିଶୋର ପଟ୍ଟନାୟକ, ନୟାଗଡ ବ୍ଲକ ଶିକ୍ଷା ଅଧିକାରୀ ନୀଳାମ୍ବର ତ୍ରିପାଠୀ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ, ସଂଗଠନ ସମ୍ପାଦିକା ବନଲତା ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦୁଃଶାସିକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ | ଏହା ପରେ ପିଲାମାନେ ବିଭିନ୍ନ ଦୁଃଶାସିକ କାର୍ଯ୍ୟରେ ଭାଗ ନେଇ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ | ଅପରାହ୍ନରେ କ୍ୟାମ୍ପଫାୟାର ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସ୍ୱତନ୍ତ୍ର ଅତିଥି ଭାବେ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡ଼ର ରାଜ୍ୟ ମୁଖ୍ୟ କମିଶନର ଡ଼ଃ କାଳି ପ୍ରସାଦ ମିଶ୍ର, ସମ୍ମାନୀତ ଅତିଥି ଭାବେ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡ଼ର ରାଜ୍ୟ ସମ୍ପାଦକ ଶରତ କୁମାର ପାଇକରାୟ, ଭାରତ ସ୍କାଉଟସ ଏବଂ ଗାଇଡ଼ର ନୟାଗଡ ଜିଲ୍ଲା ସମ୍ପାଦକ ପ୍ରକାଶ କୁମାର ଶାନ୍ତ, କ୍ୟାମ୍ପୋରୀ କାମାଣ୍ଡାଣ୍ଟ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, ସଂଗଠନ ସମ୍ପାଦିକା ତଥା ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ | ବ୍ଲକ ସମ୍ପାଦକ ରବୀନ୍ଦ୍ର କୁମାର ନାୟକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ | ସ୍କାଉଟ ଏବଂ ଗାଇଡ଼ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାମ୍ପ ଶୋ, ବିଭିନ୍ନ ପାରମ୍ପରିକ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଅତିଥି ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯଇଥିଲା | ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଓ ଗାଇଡ଼ ଶିକ୍ଷକ ଶିକ୍ଷୟତ୍ରୀ, ଭଲ୍ୟୁଣ୍ଟରମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

0
0
0
s2sdefault