ବରଗଡ :- ବଢ଼ିବାରେ ଲାଗିଛି ଖରା ତାତି । ଅନେକ କାରଣରୁ ଖରା ଦିନରେ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଥାଏ । ଏହି ଭଳି ସ୍ଥିତିରେ ରୋଗୀଙ୍କର ବହୁମୂଲ୍ୟ ଜୀବନ ରକ୍ଷା କରିବା ପାଇଁ , ରାଜର ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ ରେ ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯକ୍ରମ କରାଯାଇ , ରକ୍ତଦାନ ଶିବିର ମାଧ୍ୟମରେ କ୍ରମାଗତ ଭାବରେ ରକ୍ତ ସଂଗ୍ରହ କରାଯାଇ ରକ୍ତ ଭଣ୍ଡାର ଗୁଡ଼ିକ ର ଆବଶ୍ୟକତା କୁ କିଛି ମାତ୍ରାରେ ପୂରଣ କରିବାର ପ୍ରୟାସ କରାଯାଉଛି । ବିଜୁ ଜନତା ଦକର , ଓଡିଶା ମୋ ପରିବାର ତରଫରୁ ବରଗଡ଼ ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ କ୍ରମାଗତ ଭାବରେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ନିର୍ଦେଶ କ୍ରମେ , ବିଜୁ ଜନତା ଦଳ ପାଇକମାଲ ଦ୍ୱାରା , ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ , ବିଜୁ ଯୁବ ଜନତାଦଳ ପାଇକମାଳ ବ୍ଲକ ତରଫରୁ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଠ ପଞ୍ଚାୟତ ରେ ଅନୁଷ୍ଠିତ ହୋଇଥିବା । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଅଂଚଳର ପ୍ରିୟ ଯୁବନେତା ଭୋଜରାଜ୍ ସିଂ ବରିହା , ସମ୍ମାନିତ ଅତିଥି ଓଡ଼ିଶା ମୋ ପରିବାର , ବରଗଡ଼ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର , ବିଜୁ ଯୁବ ଜନତା ଦଳ ପାଇକମାଳ ବ୍ଲକ ସଭାପତି ଗୌତମ ସିଂ , ପଦ୍ମପୁର ଏନ ଏ ସି ର ପୂର୍ବତନ ଅଧ୍ୟକ୍ଷ ପ୍ରିତମ ମେହେର ଯୋଗଦାନ ଦେଇ ଉଦ୍ଘାଟନ କରିଥିଲେ । ରକ୍ତଦାନ ଶିବିରରେ ଜାମସେଠ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ , ପାଇକମାଳ ବ୍ଲକ ଉପ ସଭାପତି ଶରତ ଚନ୍ଦ୍ର ତାଣ୍ଡି , ପାଇକମାଳ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା , ପାଇକମାଳ ବ୍ଲକ ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ ଶିବିରରେ ସର୍ବମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ପରିଶେଷରେ ରକ୍ତଦାନ , ଜୀବନ ଦାନ ର ସ୍ଲୋଗାନ ଦେଇ ଯୁବନେତା ଜାମସେଠ ପଞ୍ଚାୟତ ର ରକ୍ତଦାନ କରିଥିବା ସମସ୍ତ ଯୁବ ଭାଇ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଯୁବ ନେତା ଶ୍ରୀ ଭୋଜରାଜ ସିଂ ଓ ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ମିଶ୍ର ।
ରାଜ୍ୟ
ବିଜେଡି ତରଫରୁ ରକ୍ତ ଦାନ ଶିବିର
- Hits: 1146