ଜଗତସିଂପୁର /ସୁମନ୍ତ କୁମାର ଦାସ: ଆଜି ପ୍ରାଣୀ ସମ୍ପଦ ବିକାଶ ଵିଭାଗ ଏବଂ ଜିଲ୍ଲା ଜୀବ ନିଷ୍ଠୁରତା ନିରୋଧ ସମିତି ର ମିଳିତ ଆନୁକୁଲ୍ୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ୍ ଏବଂ ଜିଲ୍ଲା ଜୀବ ନିଷ୍ଠୁରତା ନିରୋଧସମିତି ର ଅଧ୍ୟକ୍ଷା ଶ୍ରୀମତୀ ପାରୁଲ ପଟୱରୀ ଙ୍କ ଅନୁମୋଦନ କ୍ରମେ ଜିଲ୍ଲାପାଳଙ୍କ କାଯ୍ୟାଳୟ ପରିତ ମଧ୍ୟରେ ଜଗତସିଂପୁର ସହରାଞ୍ଚଳ ରେ ବୁଲା ଷଣ୍ଢ,ବୁଲା ଗୋରୁ ଗାଈ ,ବୁଲା କୁକୁର ଆଦି ପ୍ରାଣୀ ମାନଙ୍କୁ ଜରୁରୀ କାଳୀନ ପ୍ରାଣୀ ଚିକିତ୍ସା ସେଵା ଯୋଗାଇ ଦେବା ନିମନ୍ତେ ଆନିମଲ୍ ହେଲ୍ପ୍ ଲାଇନ୍ ସେଵା ଲୋକାର୍ପିତ କରାଯାଇଛି।ଏହି କାଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ)ସାଚ୍ଚିଦାନନ୍ଦ ସାହୁ ଆନିମଲ୍ ହେଲ୍ପ୍ ଲାଇନ୍ ପାଇଁ ଉଦ୍ଧିଷ୍ଟ ଗାଡି କୁ ବୈଦିକ ରୀତି ରେ ପୂଜା ପାଠ କରି ପତାକା ଉତ୍ତୋଳନ ମାଧ୍ୟମରେ ଜୀବ ପ୍ରେମୀ ତଥା ଜୀବ କଲ୍ୟାଣ ଉଦ୍ଧେଶ୍ୟରେ ସମର୍ପଣ କରିଥିଲେ।ସହରାଞ୍ଚଳରେ ବୁଲା ପ୍ରାଣୀ ଙ୍କ ମାଳିକ କେହି ନଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ସେଵା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଙ୍କ ବିକଳ୍ପ ପଦକ୍ଷେପ ସ୍ୱରୂପ ଆନିମଲ ହେଲ୍ପ୍ ଲାଇନ୍ ସେଵା ଜିଲ୍ଲାରେ ଉପଲବ୍ଧ କରାଯାଏ।ଏଥିସହିତ ବୁଲା ଷଣ୍ଢ ,ବୁଲା ଗୋରୁ ଗାଈ ମାନଙ୍କୁ ଫାଟୁଆ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ପ୍ରତିଷେଧକ ଟୀକା ଦିଆଯିବା ସହିତ ଜିଲ୍ଲା ତଥା ରାଜ୍ୟରୁ ମନୁଷ୍ୟ ଙ୍କୁ ବ୍ୟାପୁଥିବା ଜଳାନ୍ତକ ରୋଗର ନିୟନ୍ତ୍ରଣ ଓ ସଂମ୍ପୂର୍ଣ ନିରାକରଣ ନିମନ୍ତେ ଜଳାନ୍ତକ ରୋଗ ଵିରୁଦ୍ଧରେ ବୁଲା କୁକୁର ଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ କରାଯିବ।
ରାଜ୍ୟ
ଜଗତସିଂପୁର ସହରାଞ୍ଚଳ ରେ ବୁଲା ପ୍ରାଣୀଙ୍କ ନିମନ୍ତେ ଆନିମଲ୍ ହେଲ୍ପ ଲାଇନ୍ ସେଵା ଲୋକାର୍ପିତ
- Hits: 462