ହେଡଲାଇନସ୍:

ପଣ୍ଡରିପାଣି ମହୁଲପଡ଼ା ନଳକୂପର ପାଣି ଅଶୁଦ୍ଧ, ରୋଗ ବିସ୍ତାର କରୁଛି, ପ୍ରଶାସନ ଦୃଷ୍ଟି ଦିଅନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ସଂକ୍ରମଣ ରୋଗଠାରୁ ନେଇ ଦୂରାରୋଗ୍ୟ ଯାଏ  କେବଳ ଦୁଷିତ ପାଣି ଯୋଗୁଁ ହୋଇଥାଏ । ଫଳରେ ସରକାର ଗାଁ ଗଣ୍ଡା ଗୁଡିକରେ ବିଶୁଦ୍ଧ ପାଣି ସେବନ ପାଇଁ ଲୋକଙ୍କୁ ସଚେତନ କରୁଥିବା ବେଳେ ସ୍ବତନ୍ତ୍ର ବିଭାଗ ଆନୁକୂଲ୍ୟରେ ଗ୍ରାମାଞ୍ଚଳଠାରୁ ନେଇ ସହରାଞ୍ଚଳ ଯାଏ କିପରି ଜନସାଧାରଣ ସ୍ୱଚ୍ଛପାନୀୟଜଳ ପାଇବେ ସେନେଇ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତିି । ସେ ଯୋଜନା ମାନଙ୍କ ମଧ୍ୟରୁ ନଳକୂପ ଖନନ ଅନ୍ୟତମ । ହେଲେ ସେହି ଏକ ନଳକୂପରୁ ଦୂଷିତ ପାଣି ବାହାରିବାରୁ ଓ ସେହି ପାନୀୟ ଜଳକୁ  ବ୍ୟବହାର କରି ଅନେକ ରୋଗଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ବ୍ଲକ ମରୁଆଁ ପଞ୍ଚାୟତ ପଣ୍ଡରିପାଣି ମହୁଲପଡ଼ାରେ ପ୍ରାୟ ୧୫୦ରୁ ଅଧିକ ଲୋକେ ବସବାସ କରନ୍ତି । ମହୁଲପଡ଼ାରେ ଦୁଇଟି ନଳକୂପ ଥିବା ବେଳେ ସେଥିରୁ ପାଣି କମ୍ ବାହାରିବା ସହ ଦୂଷିତ ଲାଲ୍ ରଙ୍ଗର ପାଣି ବାହାରୁଥିବାର ଅଭିଯୋଗ ହେଉଛି । ନଳକୂପରୁ ବାହାରୁଥିବା ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ବାସନକୁସନ ଲାଲ୍ ପଡିଯିବା ସଂଗେସଂଗେ ଲୋକଙ୍କ ଦାନ୍ତ କଲାରଙ୍ଗ ହେଉଥିବା ଅଭିଯୋଗ କରିଛନ୍ତି ମହୁଲପଡ଼ାର ମାଲତି ଧରୁଆ ଓ ତୁଲସା ଧରୁଆ । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ପିଇବା ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ଉକ୍ତ ଅଞ୍ଚଳରେ  ପାନୀୟ ଜଳ ପାଇ ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ପଡ଼ାରେ ଥିବା ନଳକୂପ ଉପରେ ହିଁ ନିର୍ଭର କରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସାଙ୍ଗକୁ ଧାଡ଼ିରେ ରହି ପାଣି ଆଣିବାକୁ ପଡ଼ୁଛି ବୋଲି ଦୁଃଖ ଭରା କଣ୍ଠରେ ଅଭିଯୋଗ କରିଛନ୍ତି ।ଅତଏବ,ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପାନୀୟ ଜଳ ପାଇଁ ଅନ୍ୟତ୍ର ନଳକୂପ ଖନନ କରିବା ସହ ସରକାରଙ୍କ ସ୍ୱଜଳ ଧାରା ଯୋଜନାରେ ପିଇବା ପାଣି ଯୋଗାଇ ଦେବାକୁ ମହୁଲପଡ଼ାବାସୀ ଦାବୀ କରିଛନ୍ତି ।

0
0
0
s2sdefault