ହେଡଲାଇନସ୍:

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଆଉ ୬ ମାସ ମାଗଣା ଚାଉଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ମିଳୁଥିବା ଅତିରିକ୍ତ ମାଗଣା ଚାଉଳ ବଣ୍ଟନ ଅବଧିକୁ ଆଉ ୬ ମାସ ବଢ଼ାଇଛନ୍ତି । ହିତାଧିକାରୀଙ୍କୁ ଆଉ ୬ ମାସ ପର୍ଯ୍ୟନ୍ତ ମାଗଣା ଚାଉଳ ଯୋଗାଇଦେବାପାଇଁ ଆଜି ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ରାଜ୍ୟ ସରକାର ଏହି ଅତିରିକ୍ତ ମାଗଣା ଚାଉଳ ବଣ୍ଟନ ଅବଧି ବଢ଼ାଇଛନ୍ତି | ପ୍ରଥମ ପର୍ଯ୍ୟାୟରେ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ସରିବାକୁ ଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ବଣ୍ଟନ ଅବଧି ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା ।
ଏହି ଯୋଜନାରେ ୮.୦୯ ହଜାର ହିତାଧିକାରୀ ଉପକୃତ ହେଉଛନ୍ତି । ହିତାଧିକାରୀଙ୍କୁ ମୁଣ୍ଡପିଛା ମାସକୁ ୫ କେଜି ଅତିରିକ୍ତ ଚାଉଳ ପାଉଆସୁଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀ ଏପ୍ରିଲ ୨୦୨୨ ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ମାସିକ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପାଇବେ। ଏଥିପାଇଁ ରାଜ୍ୟର ନିଜସ୍ୱ ପାଣ୍ଠିରୁ ୯୧.୭୦ କୋଟି ଟଙ୍କା ବ୍ୟୟରେ ୨୪,୨୭୦ ଟନ୍ ଚାଉଳ ଯୋଗାଇଦେବେ |
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପଂଜିକୃତ ହୋଇଥିବା ହିତାଧିକାରୀଙ୍କୁ ଏହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ହିତାଧିକାରୀଙ୍କ ସହିତ ସମକକ୍ଷ ହେବା ପାଇଁ ଏହା ସହାୟକ ହେବା ବୋଲି ଆଶାବ୍ୟକ୍ତ କରାଯାଇଛି |

0
0
0
s2sdefault