ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାନବ ଚାଲାଣ ଉପରେ ସ୍ଥାନୀୟ ଜିଲ୍ଲା କୋର୍ଟ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରବିଭାଗୀୟ ଅଧିକାରୀ, ଶ୍ରୀ ମାନସ କୁମାର ପଣ୍ଡା , ବରିଷ୍ଠ ଦେୱାନୀ ଅଧିକାରୀ, ଶ୍ରୀ ଦିପଙ୍କର ପଟ୍ଟନାୟକ , ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି, ଶ୍ରୀ ରବି ନାରାୟଣ ବେହେରା , ରେଜିଷ୍ଟ୍ରାର, ସିଭିଲ କୋର୍ଟ ଶ୍ରୀ ସତ୍ୟବ୍ରତ ରାଣା , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀଣୀ, ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ଓ ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ବାମଦେବ ସିଂ ଯୋଗ ଦେଇ ମାନବ ଚାଲାଣ କିପରି ରୋକାଯାଇପାରିବ ସେ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଇଥିଲେ ଓ ପ୍ରାଧିକରଣ ଦ୍ବାରା ଉପଲବ୍ଧ ହେଉଥିବା ମାଗଣା ଆଇନସେବା ବିଷୟରେ ସଚେତନତା କରାଇବା ସହିତ ତୃଣମୂଳ ସ୍ତରରୁ ସଚେତନତା କରାଇବା ପାଇଁ ପ୍ରାଧିକରଣ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ ଏବଂ ମାନବ ଚାଲାଣରେ ଲିପ୍ତ ରହୁଥିବା ଅପରାଧିଙ୍କ ପାଇଁ ସମ୍ବିଧାନରେ ରହିଥିବା ଦଣ୍ଡ ବିଧାନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସଚେତନତା କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲିସ ଅଧିକାରୀ , ଆଇନଜୀବୀ ବୃନ୍ଦ ଓ ପାରା ଲିଗାଲ ସେଚ୍ଛାସେବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ।