ହେଡଲାଇନସ୍:

ଜିଲ୍ଲା ସ୍କୁଲର ପ୍ରାକ୍ତନ ଛାତ୍ରୀ ପଢ଼ିଲେ ଡାକ୍ତରୀ, ଜିଲ୍ଲାପାଳ ଜଣାଇଲେ ଅଭିନନ୍ଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-08-18-jajpur-1.jpg - 53.76 kB

ଯାଜପୁରରୋଡ୍ (ଜୟଶଙ୍କର ଦଶ ): ଯାଜପୁର ଜିଲ୍ଲା ସ୍କୁଲର ପ୍ରାକ୍ତନ ଛାତ୍ରୀ ଜିଗିଷା ସେନାପତି ଡାକ୍ତରୀ ପଢ଼ୁଥିବାରୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍ତି ।  ୨୦୧୫ ମାଟ୍ରିକ ପରୀକ୍ଷାରେ ହାସଲ କରିଥିଲେ ଶତକଡା ୯୪ ପ୍ରତିଶତ ମାର୍କ ।  +୨ ବିଜ୍ଞାନ ପଢିଲେ ନରସିଂହ ଚୈାଧୁରୀ ମହାବିଦ୍ୟାଳୟରେ । ଶତକଡା ୮୬ ନମ୍ୱର ରଖି ପାସ କରିଥିଲେ । ।  ବିନା କୈାଣସି କୋଚିଂରେ ନିଜେ ନିଜ ଉଦ୍ୟମରେ ପଢ଼ି ହାସଲ କଲେ ଅନନ୍ୟ କୃତିତ୍ୱ ।  ୨୦୧୮ ମସିହା ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କରି ଡାକ୍ତରୀ ପଢିବା ପାଇଁ  ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି ମେଧାବୀ ଛାତ୍ରୀ ଜିଗିଷା ସେନାପତି ।  ନିଜର ଆତ୍ମ ବିଶ୍ୱାସ ଓ କଠୋର ଅଧ୍ୟବସାୟ ବଳରେ ଜିଗିଷା ଯେଉଁ ସୋପାନରେ ଆଜି ପହଞ୍ଚିଛନ୍ତି ତାହା ଅନେକ ଅର୍ଥ ଖର୍ଚ୍ଚ ସହ ବର୍ଷ ଧରି  ଦାମିକା, ପ୍ରତିଷ୍ଠିତ ଅନୁଷ୍ଠାନରେ  କୋଚିଂ ନେଇ ମଧ୍ୟ ସପଂଳତା ହାସଲ କରିପାରୁ ନାହାନ୍ତି ।  ବାପା ରାଖାଲ ସେନାପତି ବରୀସ୍ଥିତ ଗୋପବନ୍ଧୁ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ଅଧ୍ୟାପକ ଥିବାବେଳେ  ମା'  ଅମିତା ଦାଶ ଜଣେ ଗୃହିଣୀ ଓ ଜଣେ ଏକ ମାତ୍ର ଭାଇ ଜିଲ୍ଲା ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ର ।  ଦିନକୁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି ଜିଗିଷା କୁହନ୍ତି  ।  ଯଦି ଜଣେ ନିଜ ଲକ୍ଷ୍ୟ ହାସଲ  ପାଇଁ ଏକନିଷ୍ଠ  ଉଦ୍ୟମ କରିବ ତେବେ ନିଶ୍ଚୟ ସଫଳ ହେବ ।  ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବା ସହ ଦୁସ୍ଥ ଓ ଗରିବଙ୍କର ସେବା ମୁଖ୍ୟ ଉଦେ୍ଧଶ୍ୟ ରହିବ ବୋଲି ସେ କୁହନ୍ତି ।  ଜିଗିଷାଙ୍କର ଏହି ସଫଳତା ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି ।  ଜିଗିଷା ଶୁକ୍ରବାର ଜିଲ୍ଲା  ସ୍କୁଲକୁ ଆସି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶିଷ ଗ୍ରହଣ କରିଥିଲେ ।

 

0
0
0
s2sdefault