ହେଡଲାଇନସ୍:

ଚାଷୀଙ୍କୁ ଅବଶିଷ୍ଟ ବୀମା ରାଶି ପ୍ରଦାନ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟରେ ଟାଟା ଏଆଇଜି, ଏଆଇସି, ଚୋଳ ଏମ୍ଏସ୍ ଏବଂ ଏନ୍ଆଇସି ଆଦି ୪ଟି ବୀମା କମ୍ପାନୀକୁ ରାଜ୍ୟର ୩୦ଟି ଜିଲ୍ଲା ନିମନ୍ତେ ୧୬୧୯ କୋଟି ୭୫ ଲକ୍ଷ ୯୦ ହଜାର ଟଙ୍କାର ଫସଲବୀମା ଦାବି କରାଯାଇଥିଲାା ଗତ ୨୦୧୭ ଖରିଫ ଋତୁ ପାଇଁ ହୋଇଥିବା ଏହି ଫସଲ ବୀମା ମଧ୍ୟରୁ ଚଳିତ ଅଗଷ୍ଟ ୨ ତାରିଖ ସୁଦ୍ଧା ବୀମା କମ୍ପାନୀମାନେ ୧୧୭୧ କୋଟି ୯୭ ଲକ୍ଷ ୮୦ ହଜାର ଟଙ୍କାର ବୀମା ରାଶି ବ୍ୟାଙ୍କ ଜରିଆରେ ଚାଷୀମାନଙ୍କୁ ପ୍ରଦାନ କରିଛନ୍ତି | ଏହା ଦ୍ୱାରା ରାଜ୍ୟର ୧୭୮୮ ଗ୍ରାମପଞ୍ଚାୟତ/ସ୍ୱାୟତ୍ତ ଶାସନ ସଂସ୍ଥା ଅନ୍ତର୍ଗତ ୫ ଲକ୍ଷ ୬ ହଜାର ୧୨୨ ଜଣ ଚାଷୀ ଉପକୃତ ହୋଇଛନ୍ତି | ଅବଶିଷ୍ଟ ୪୪୭ କୋଟି ୭୮ ଲକ୍ଷ ୧୩ ହଜାର ଟଙ୍କାର ବୀମା ରାଶି ବୀମା କମ୍ପାନୀମାନେ ଚଳିତ ମାସ ଶେଷ ସୁଦ୍ଧା ପ୍ରଦାନ କରିବୋ ବରଗଡ଼ ଜିଲ୍ଲାର ଚାଷୀମାନେ ସର୍ବାଧିକ ୬୩୫ କୋଟି ଟଙ୍କାର ବୀମା ରାଶି ପାଇବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୧୫ କୋଟି ୩୨ ଲକ୍ଷ ଟଙ୍କା ବୀମା ବାବଦରେ ଚାଷୀମାନଙ୍କୁ ଦିଆଯାଇଛିା ଏହା ଫଳରେ ଏହି ଜିଲ୍ଲାର ୧ ଲକ୍ଷ ୧ ହଜାର ୩୪୨ ଜଣ ଚାଷୀ ଉପକୃତ ହୋଇପାରିଛନ୍ତିା  ଅବଶିଷ୍ଟ ବୀମା ରାଶି ତୁରନ୍ତ ଚାଷୀମାନଙ୍କୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀମାନଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତିା 

0
0
0
s2sdefault