ହେଡଲାଇନସ୍:

ଯକ୍ଷ ପ୍ରଶ୍ନ : ତଦନ୍ତ ରିପୋର୍ଟକୁ କାର୍ଯ୍ୟକାରୀ କରି ପାରିବେ କି ବିଜେପି ଅଧ୍ୟକ୍ଷା ଓ ବିଜେଡି ପାର୍ଷଦ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଆଇନ ଜବରଦଖଲ ହୋଇ ପାରିବ କି ଉଚ୍ଛେଦ !

କେନ୍ଦୁଝର : ସରିଯାଇଛି କେନ୍ଦୁଝରଗଡ଼ ପୌର ପରିଷଦ ନିର୍ବାଚନ । ଏଥିରେ ଉଭୟ ବିଜେପି ଓ ବିଜେଡି ମିଳିତ ସଫଳତା ଲାଭ କରିଛନ୍ତି । ଅଧ୍ୟକ୍ଷା ନିକୁ ସାହୁ ହୋଇ ଥିବା ବେଳେ ୧୪ କାଉନସିଲର ବିଜେଡିର | ତେଣୁ ଉପନଗରପାଳ ପଦ ପାଇବା ଥୟ। ଏବେ ମିଶ୍ରିତ ଫଳ ବାହାରିଥିବାରୁ ଆଗାମୀ ଦିନରେ ପୌର ପରିଷଦ ପରିଚାଳନାରେ କିପରି ପାରଦର୍ଶିତା ମିଳୁଛି ଦେଖିବାକୁ ବାକି ରହିଲା। ଏବେ ଜିତିଥିବା ପ୍ରାର୍ଥୀ ମାନେ ନିଜର ବିଜୟ ଶୋଭାଯାତ୍ରା ଆୟୋଜନ କରୁଥିବା ବେଳେ ଭ୍ରଷ୍ଟାଚାର ବିରୋଧୀ ମଂଚ ତରଫରୁ ବରିଷ୍ଠ ସାମ୍ବାଦିକ ଦିଲିପ ସାହୁ ପ୍ରତ୍ୟକ୍ଷ ନିର୍ବାଚିତ ବିଜେପି ପୌରଧ୍ୟକ୍ଷା ନିକୁ ସାହୁଙ୍କ ପାଖରେ ଏକ ଗୁରୁତର ଜଟିଳ ପ୍ରଶ୍ନ ରଖି ସମାଧାନ ତୁରନ୍ତ ଚାହିଁଛନ୍ତି। ପ୍ରଶ୍ନଟି ଯକ୍ଷ ପ୍ରଶ୍ନ ପରି ଜଟିଳ ହେଲେ ମଧ୍ୟ ଯୁଧିଷ୍ଠିରଙ୍କ ପରି ସେ ଏହାର ସମାଧାନ କରି ପାରିବେ ଶ୍ରୀ ସାହୁ ଆଶା ରଖିଛନ୍ତି ।
କଥା ହେଲା କେନ୍ଦୁଝରଗଡ଼ ନଗର ବିଜେପି ସଭାପତି ମିଲୁ ପାଣିଗ୍ରାହୀଙ୍କ ପରିବାର ସହର ମଧ୍ୟସ୍ଥଳ ଗାନ୍ଧୀ ମାର୍କେଟ ଛକରେ ଜନଗହଳିପୂର୍ଣ ସ୍ଥାନରେ ୨ଟି ପ୍ଲଟରେ ୬ ଡେସିମିଲ ଅନାବାଦୀ ଜମି ମାଡି ବସି ଘର ଓ ଦୋକାନ କରିଛନ୍ତି । ଏଥିପାଇଁ ନଗରପାଳିକା ଲେମିତି ତୋଷ କରି ରଖିଛନ୍ତି ତାହା ସେମାନଙ୍କୁ ଜଣା । ଶ୍ରୀ ସାହୁଙ୍କ ଅଭିଯୋଗ ଅନୁଯାୟୀ ଜବରଦଖଲ କରିଥିବା ଶ୍ରୀ ପାଣିଗ୍ରାହୀ(ଯାହା ତଦନ୍ତ ରିପୋର୍ଟ କହୁଛି)ଙ୍କ ପ୍ରତି ପୌର ସଂସ୍ଥାର କି ଦରଦ ଜାଣି ହେଉନାହିଁ | ସହରରେ ଚର୍ଚ୍ଚା ଯେ ସେ ସ୍ଥାନୀୟ ଏମଏଲଏ ମୋହନ ମାଝୀଙ୍କ ଖାସ ଲୋକ ହୋଇଥିବାରୁ ଏଯାଏ କାର୍ଯ୍ୟାନୁଷ୍ଠାନରୁ ବଂଚି ରହିଛନ୍ତି ବୋଲି ଆଲୋଚନା ହୁଏ । ତା୨୪/୯/୨୦୧୪ରେ କେନ୍ଦୁଝର ଜିଲ୍ଲାପାଳ ଏହାର ତଦନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା କରେଇ ଥିଲେ ଯାହାର ରିପୋର୍ଟ ଆସିଲା କି ଗାନ୍ଧୀ ଛକ ପ୍ଲଟ ନଂ ୬୯୨/୬୯୩ ଖାତା ନଂ ୧୩୭(ଅନାବାଦୀ)ରେ ଜବରଦଖଲ ଅଛି ପାଣିଗ୍ରାହୀ ପରିବାର ସେଠାରେ କୋଠାବାଡି ଦୋକାନ କରି ମାଡି ବସିଛନ୍ତି । ଆଉ ଏସବୁ କଥା ମୁନିସିପାଲିଟି ଜାଣିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଏପରିକି କାଗଜପତ୍ରରେ ବି ନେଇନି ବୋଲି ସେଥିରୁ ଜଣା ଯାଇଛି। ସେହିପରି ପୁଣି ମେମୋ ନଂ ୬୩୪୪/KGM ତା ୧୭/୮/୧୬ରେ କେନ୍ଦୁଝରଗଡ଼ ନଗରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଏକଥା ସ୍ୱୀକାର କରି ଜଲଦି ସେ ଜବରଦଖଲ ହଟେଇବାକୁ ଲିଖିତ ପ୍ରତିଶୃତି ଦେଇଛନ୍ତି । ହେଲେ ରାଜନୈତିକ ଚାପ ତଥା କେନ୍ଦୁଝରଗଡ଼ ପୌରପାଳିକା କର୍ମଚାରୀଙ୍କ ଲଂଚଖିଆ ପ୍ରବୃତ୍ତି ଲାଗି ମିଲୁ ପାଣିଗ୍ରାହୀଙ୍କ ଜବରଦଖଲ ସେଠାରେ କାୟମ ରହିଛି । ଏଥର ସ୍ୱଚ୍ଛ ଶାସନ ନାରା ଦେଇ ନିର୍ବାଚିତ ହୋଇ ଥିବା ନିକୁ ମାଡାମ କିପରି ନିଜ ଦଳର ଟାଉନ ସଭାପତିଙ୍କ ବେନିୟମ ଜବରଦଖଲ ଉପରେ ବୁଲଡୋଜର ଚଳାଉଛନ୍ତି ଲୋକେ ଆଗ୍ରହ ସହ ଦେଖିବାକୁ ଅପେକ୍ଷା କରୁଛନ୍ତି |

0
0
0
s2sdefault