ହେଡଲାଇନସ୍:

ନିଯୁକ୍ତି ପଛରେ ନ ଧାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କଲେ ହରେକୃଷ୍ଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁରରୋଡ୍/Jayashankar Dash :  ନିଯୁକ୍ତି ପଛରେ ନ ଧାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଯୁବ ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି ହରେକୃଷ୍ଣ ବିଶ୍ୱାଳ । ଯାଜପୁର ଜିଲ୍ଲା କଳିଙ୍ଗନଗର ମନୋହରପୁର ଗାଁର ହରେକୃଷ୍ଣ ନିଜର ଦୁରଦୃଷ୍ଟି, ଅକ୍ଳାନ୍ତ ପରିଶ୍ରମ ଓ କର୍ମନିଷ୍ଠା  ବଳରେ ଏହି ସଫଳତା ପାଇପାରିଛନ୍ତି । ଆର୍ଥିକ ଅନଟନ କାରଣରୁ ଉଚ୍ଚଶିକ୍ଷାରୁ ବଂଚିତ ହୋଇ ମାଟ୍ରିକ୍ ପର୍ଯ୍ୟନ୍ତ ପାଠ ପଢିଛନ୍ତି ସେ । ଶିଳ୍ପବହୁଳ ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଂଚଳରେ ଏକ ଲୁହା, ଷ୍ଟିଲ୍ ମରାମତି ଓ ଫେବ୍ରିକେଶନ ୟୁନିଟ୍ ସ୍ଥାପନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହ ଅନ୍ୟ ୬ଜଣ ଯୁବକଙ୍କୁସେ ନିଯୁକ୍ତି ଦେଇ ପାରିଛନ୍ତି । ଦାନଗଦୀ ବ୍ଲକ୍ ଅନ୍ତର୍ଗତ ମନୋହରପୁର ଗାଁର ନାରାୟଣ ବିଶ୍ୱାଳଙ୍କ ପୁଅ ହରେକୃଷ୍ଣ । ୧୯୮୨ ମେ ୦୪ ତାରିଖରେ ତାଙ୍କର ଜନ୍ମ । ପରିବାର କହିଲେ ପିତାମାତା, ସ୍ତ୍ରୀ, ଭାଇ ଭଉଣୀ ଓ ପୁଅଝିଆ ବାପା ଚାଷବାସକରି ପରିବାର ପ୍ରତିପୋଷଣ କରୁଥିଲେ । ଅନ୍ୟ ଦୋକାନରେ ଶ୍ରମିକ ଭାବେ କାମ କରି ମାସିକ ୮୦୦ ଟଙ୍କାରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା । ଯାହା ମିଳୁଥିଲା କଷ୍ଟେମଷ୍ଟେପରିବାର କେବଳ ଚଳୁଥିଲା । ପରିବାରର ଏଭଳି ସ୍ଥିତିରେ ଜଣେ ଉଦ୍ୟୋଗୀ ହେବାର ସ୍ୱପ୍ନ ଦେଖିଥିଲେ ହରେକୃଷ୍ଣ । ନିଜ ଗାଁରେ ଲୋକମାନେ ବ୍ୟବସାୟ କରି କ୍ଷତି ସହୁଥିବା ବେଳେ ସେ ଜଣେ ଗରିବ ହୋଇ ଅଂଟା ଭିଡିଥିଲେ ଲୁହାକାମ ଓ ମରାମତି ବ୍ୟବସାୟ କରିବା ପାଇଁ କୁଲି ମଜୁରୀ କାମକରି ସଂଚୟ ରଖିଥିବା ଅଳ୍ପ କିଛି ଅର୍ଥରେ ନିଜେ ମୁଣ୍ଡଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ କରି ଲୁହା ଗ୍ରିଲ ଗେଟ  ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ନିଜର କାର୍ଯ୍ୟର ମାନ ଏବଂ ସ୍ୱଚ୍ଛତା ପାଇଁ ସେ ଧୀରେ ଧୀରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଂଚି ପାରିଥିଲେ । ଆଖପାଖରେ ଥିବା ପଙ୍କପାଳ, ଶାସନ, ମାନତୀରା, ରାବେଣା, ପିଙ୍ଗଲ, ଯଖପୁରା, ଚକୁଆ ଆଦି ଗାଁଗୁଡିକରେ ସେ ବେଶ୍ ପରିଚିତ । ୟୁନିଅନ୍ ବ୍ୟାଙ୍କ, ଡୁବୁରୀ ଶାଖା ଏବଂ ଭାରତୀୟ ଯୁବଶକ୍ତି ଟ୍ରଷ୍ଟ୍ (ବିୱାଇଏସଟି ) ଓ ଟାଟା ଷ୍ଟିଲ୍ ତାଙ୍କୁ ଆର୍ଥିକ ସହଯୋଗର ହାତ ବଢାଇଲା । ଫଳରେ ସେ ନିଜର ଲୁହା ଓ ଷ୍ଟିଲ୍ ମରାମତି ଏବଂ ଫେବ୍ରିକେସନ  ସଂସ୍ଥା ପାଇଁ ଆର୍ଥିକ ସହାୟତା ପାଇବାର ସୁଯୋଗ ପାଇ ଆବଶ୍ୟକ ଯନ୍ତ୍ରପାତି ଓ ସରଞ୍ଜାମ କିଣି ପାରିଥିଲେ । ଗତ ୩ବର୍ଷ ହେଲା ସେ ମାସିକ ପ୍ରାୟ ୨୦ ହଜାର ଟଙ୍କା ରୋଜଗାର କରିବା ସହ ୬ଜଣ ଯୁବକଙ୍କୁ କର୍ମନିଯୁକ୍ତି ଦେଇ ପାରିଛନ୍ତି । ବ୍ୟବସାୟୀ ଚିନ୍ମୟ କୁମାର ଜେନା ତାଙ୍କୁ ବିଭିନ୍ନ ପରାମର୍ଶ ଦେଇ ତାଙ୍କ ବ୍ୟବସାୟ ବଢାଇବାରେ ସହଯୋଗୀ ହୋଇଛନ୍ତି । ବହୁ କଷ୍ଟ ସ୍ୱୀକାର କରି ସ୍ୱଅର୍ଜିତ ଅର୍ଥରେ ନିଜେ ଘରଦ୍ୱାର କରିବା ସହିତ ପିଲା ଦୁଇଜଣଙ୍କୁ ପାଠ ପଢାଇବାରେ ସମର୍ଥ ହୋଇଛନ୍ତି । ନିଜ ସହିତ ଆଉ କିଛି ଲୋକଙ୍କୁ କର୍ମ ନିଯୁକ୍ତି ଦେଇପାରିଥିବାରୁ ସେ ନିଜକୁ ବେଶ୍ ଗର୍ବିତ ମନେ କରୁଛନ୍ତି  ବୋଲି ହରେକୃଷ୍ଣ ପ୍ରକାଶ କରିଛନ୍ତି । ......

 

0
0
0
s2sdefault